ସୌମ୍ୟଙ୍କୁ ନାଗରିକ ସମ୍ବର୍ଦ୍ଧନା
ରାଉରକେଲା,୦୭ ମେ’(ମୋ ଅନୁଭବ): ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ରାଉରକେଲା ସିଭିକ ସେଂଟର ଠାରେ ରାଉରକେଲା ନାଗରିକ ମଂଚ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ମିଡିଆ କ୍ଳବର ସଭାପତି ମିହିର ରାୟଙ୍କ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆରଏସପି ଅଧିକାରୀ ବି.ବି. ମହାନ୍ତି, ରାଉରକେଲା ରୋଟାରୀ କ୍ଳବର ଜିଲ୍ଲା ଗଭର୍ଣ୍ଣର ଫକୀର ଚରଣ ମହାନ୍ତି ଓ ରାଉରକେଲା ସ୍ମାର୍ଟ ସିଟିର ଅବୈତନିକ ସିଇଓ ପ୍ରଫେସର ବିଜୟ ଟପୋ ପ୍ରମୁଖ ଯୋଗ ଦେଇ ପଟ୍ଟନାୟକଙ୍କ ଦୀର୍ଘ ସଂଘର୍ଷମୟ ଜୀବନର ସ୍ମୃତିଚାରଣ କରିଥିଲେ । ପଟ୍ଟନାୟକଙ୍କୁ ସେମାନେ ଓଡିଶାର ଜଣେ ଯସଶ୍ୱୀ ପୁରୁଷ ବୋଲି ଅଭିହିତ କରିଥିଲେ । ଏହି ଅବସରରେ ପଟ୍ଟନାୟକଙ୍କ ସଂଘର୍ଷମୟ ଜୀବନୀ ଉପରେ ଏକ ବୃତ୍ତ ଚିତ୍ର ପ୍ରଦର୍ଶନ କରାଯାଇ ଥିଲା । ରାଉରକେଲାର ଶତାଧିକ ସାମାଜିକ ଅନୁଷ୍ଠାନ ତାଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆରଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ,ବିଧାୟକ ସୁବ୍ରତ ତରାଇ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା , ସମାଜସେବୀ ତଥା ସାଂସଦ ପଟ୍ଟନାୟକଙ୍କ ଭଉଣୀ ନଳିନୀପ୍ରଭା ପଟ୍ଟନାୟକ ପ୍ରମୁଖ ଶ୍ରୀ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତି ଓ ଉପଢ଼ୌକନ ପ୍ରଦାନ କରିଥିଲେ । ପଟ୍ଟନାୟକ ଏହି ଅବସରରେ ରାଉରକେଲା ସହ ତାଙ୍କ ସମ୍ପର୍କ ଓ ଛାତ୍ର ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହ ଏହି ସଫଳତାର ଶ୍ରେୟ ସେ ଦୈନିକ ଖବରକାଗଜ ସମ୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ପ୍ରଦାନ କରିଥିଲେ । ରାଜ୍ୟର ବିକାଶ ଲାଗି ସଂକୀର୍ଣ୍ଣ ମନୋଭାବ ପରିତ୍ୟାଗ କରି ଓ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ସେ କାର୍ଯ୍ୟ କରିବେ ବୋଲି ପଟ୍ଟନାୟକ କହିଥିଲେ । କାର୍ଯ୍ୟକ୍ରମକୁ ପ୍ରଫେସର ପ୍ରଭାତ ମଲ୍ଲିକ ସଂଯୋଜନା କରିଥିବା ବେଳେ ରାରକେଲା ସାହିତ୍ୟ ଘର ଓ ବହୁ ସେଛ୍ୱାସେବୀ ଅନୁଷ୍ଠାନମାନେ ପରିଚାଳନାରେ ସହଯୋଗ କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS