ଭାଇ କହି ଯାଇଛନ୍ତି.. ବମିଖାଲରେ ବିଜେପିର ରିଲେ ଧାରଣା
ଭୁବନେଶ୍ୱର,୦୯ ମେ’(ପ୍ରସାଦ ରାଓ): ୨୦୧୮ ମେ’ ୩ ତାରିଖ ରାତି ଦୁର୍ଘଟଣା ପରେ କଟକ-ପୁରୀ ରୋଡ଼ର ବମିଖାଲ ଠାରେ ଚାଲି ଥିବା ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଘଟଣା ପର ଦିନ କିଛି ସମୟ ପାଇଁ କାମ ଚାଲି ଥିଲା । କିନ୍ତୁ, ନିର୍ମାଣ କାର୍ଯ୍ୟ ଠିକା ନେଇ ଥିବା ସଂସ୍ଥା ‘ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟସ୍ ପ୍ରାଇଭେଟ ଲିମିଟେଡ’ର ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ଶୁକ୍ରବର (୪ ତାରିଖ) ଗିରଫ କରାଯିବା ସହ ସଂସ୍ଥାକୁ ଏହି ପ୍ରୋଜେକ୍ଟରୁ ହଟଇ ଦିଆ ଗଲା ବୋଲି ସରକାର ଘୋଷଣା କରିବା ପରେ ନିର୍ମାଣ କାର୍ଯ୍ୟ ସଂପୂର୍ଣର୍ ଅଟକି ଯାଇଛି । ଦୁର୍ଘଟଣା ପରେ ବୋମିଖାଲ ଠାରେ ଯେଉଁ ଜନ ଅସନ୍ତୋଷର ସୂତ୍ରପାତ ହୋଇଥିଲା, ତାହା ସରକାରଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ଥମି ଯାଇଛି ସିନା ଘଟଣାକୁ ନେଇ ରାଜନୀତି ଥମି ନାହିଁ । ବିଜେପି ଭୁବନେଶ୍ୱର ଜିଲ୍ଲା ସଂଗଠନ ପକ୍ଷରୁ ପୂର୍ତର୍ ମନ୍ତ୍ରୀ ଓ ପୂର୍ତର୍ ସଚିବଙ୍କ ଗିରଫ ଦାବିରେ ଓଭରବ୍ରିଜ୍ ନିର୍ମାଣ ସ୍ଥଳରେ ରିଲେ ଧାରଣା ଚାଲୁ ରଖା ଯାଇଛି । ଧାରଣା ଦେଇ ଥିବା ବିଜେପି ନେତାମାନେ ‘ସମ୍’ ହସପିଟାଲ ଅଗ୍ନିକାଣ୍ଡ ପାଇଁ ମାଲିକ ମନୋଜ ନାୟକଙ୍କୁ ପୁଲିସ ଗିରଫ କରିବା ଘଟଣାର ଉଦାହରଣ ଦେଇ ବମିଖାଲ ରେଳବାଇ ଓଭରବ୍ରିଜ୍ ନିର୍ମାଣରେ ଘଟି ଥିବା ଦ୍ୱିତୀୟ ଦୁର୍ଘଟଣା ପାଇଁ ବିଭାଗୀୟ ମନ୍ତ୍ରୀ ଓ ଶାସନ ସଚିବ କାହିଁକି ଗିରଫ ହେବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହି ଗିରଫ ଦାବିରେ ସେମାନେ ସପ୍ତାହେ ହେଲା ଧାରଣାରେ ବସିଥିବା ସୂଚନା ଦେଇଛନ୍ତି । ତେବେ, ଧାରଣା ସ୍ଥଳକୁ ଯାଉ ଥିବା ବିଭିନ୍ନ ବର୍ଗର ଲୋକଙ୍କୁ ବୁଝାିବା ସକାଶେ ସେମାନଙ୍କ ପାଖରେ ଛାପା ଦାବିପତ୍ର ବା ସ୍ପୃହା ନ ଥିବା ଦେଖିବାକୁ ମିଳିଛି । ଭାଇ (କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ) ଆସି ବୁଲିକି ଯାଇଛନ୍ତି ତ ଆଉ ଚାରି, ପାଂଚ ଦିନ ବସିବାକୁ ପଡିବ ବୋଲି ନିଜ ନାମ ପ୍ରକାଶ କରିବାକୁ ଚାହୁଁ ନ ଥିବା ଜଣେ ବିଜେପି କାର୍ଯ୍ୟକର୍ତା ଏହି ପ୍ରତିନିଧିଙ୍କୁ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ତାରିଖ ରାତି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକ ଅଜୟ ଭୂମିଜ (୩୮)ଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକଂପା ସହାୟତା ଘୋଷଣା କରିଥିଲେ । ଗୁରୁତର ଭାବେ ଆହତ ଶ୍ରମିକ ଆନନ୍ଦ ନାୟକ (୨୩)ଙ୍କ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହାଛଡା, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦେଶ ଦିଆଯିବା ସହ ଠିକାଦର ପ୍ରତାପ କିଶୋର ପଣ୍ଡାଙ୍କୁ ତରୁନ୍ତ ଗିରଫ କରି ଜେଲକୁ ପଠାଇ ଦିଆଯାଇଛି । ସଂସ୍ଥାର ଅନ୍ୟ ଅଂଶୀଦାରମାନଙ୍କ ବିରୋଧରେ ମଧ୍ୟ ସରକାର ମାମଲା ରୁଜୁ କରିଛନ୍ତି । ଏଭଳି ସ୍ଥିତିରେ ବମିଖାଲ ଓଭରବ୍ରିଜ୍ ନିକଟରେ ବିଜେପିର ଧାରଣାର ରାଜନୈତିକ ଉଦେ୍ଦେଶ୍ୟ ସ୍ପଷ୍ଟ ହେଉଛି । ତଥାପି, ଧାରଣାରେ ବସିଥିବା ନେତାମାନେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେଠାରେ ଲାଗି ଥିବା ପୋଷ୍ଟର୍ ଦେଖାଉଛନ୍ତି । କହୁଛନ୍ତି, ରିଲେ ଧାରଣାର ଉଦ୍ଦେଶ୍ୟ ‘ପୋଷ୍ଟର ପଢି ଜାଣନ୍ତୁ’ ଧାରଣା ସ୍ଥଳରେ ଲାଗି ଥିବା ପୋଷ୍ଟରରେ ଲେଖା ଅଛି – ‘ମୁଖ୍ୟମନ୍ତ୍ରୀ-ପୂର୍ତମନ୍ତ୍ରୀ ମଣିଷ ମରା, ପଣ୍ଡା ଇନ୍ଫ୍ରାକୁ ଅଯାଚିତ ସାହାଯ୍ୟ – ପୁଣି ମଣିଷ ମାରିଲା ବିଜେଡ଼ି ସରକାର’ । ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଏହି ରିଲେ ଧାରଣାର ନେତୃତ୍ୱରେ ନେଇ ଥିଲେ ମଧ୍ୟ କୁଜି ନେତାମାନେ ଏହାକୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି ।
ଗତ ବର୍ଷ ସେପ୍ଟେମ୍ବର ୧୦ ତାରିଖ ମଧ୍ୟାହ୍ନରେ ଏହି ରେଳ ଓଭରବ୍ରିଜ୍ ନିର୍ମାଣରେ ପ୍ରଥମ ଦୁର୍ଘଟଣା ଘଟି ଥିଲା । ନିର୍ମାଣ ସ୍ଥଳରେ ହଠାତ୍ କଂକ୍ରିଟ୍ ସ୍ଲାବ୍ ର କିଛି ଅଂଶ ଭୁଶୁଡି ପଡିବାରୁ ସେହି ବାଟ ଦେଇ ଆସୁଥିବା ଝାରପଡା ଅଂଚଳର ଜଣେ ବ୍ୟକ୍ତି ପ୍ରାଣ ହରାଇ ଥିିବା ବେଳେ ତାଙ୍କ କୁନି ଝିଅ ସମେତ କାମ କରୁଥିବା ଅନ୍ୟୁନ ୧୨ ଜଣ ଶ୍ରମିକ ଆହତ ହୋଇ ଥିଲେ । ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଉପଯୁକ୍ତ ସୁରକ୍ଷାର ଅଭାବ ଦର୍ଶାଇ ପୁଲିସ ଠିକା ସଂସ୍ଥାର ମାଲିକ ପଣ୍ଡାଙ୍କୁ ଗିରଫ କରିଥିଲେ । ପଣ୍ଡା ଗୋଟିଏ ମାସ ଜେଲରେ ରହିବା ପରେ ସର୍ତର୍ମୂଳକ ଜାମିନରେ ଆସିଛନ୍ତି । ସଂସ୍ଥାାକୁ ପୂର୍ତର୍ ବିଭାଗ କଳାତାଲିକାଭୁକ୍ତ କରିଛି । ଦୁଇ ମାସ କାମ ବନ୍ଦ ରହିବା ପରେ ପୁନର୍ବାର ସେହି ସଂସ୍ଥା ଜରିଆରେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିିଲା । କଳାତାଲିକାଭୁକ୍ତ (ବ୍ଲାକ ଲିଷ୍ଟେଡ୍) କଂପାନୀକୁ ପୁଣି ଥରେ କାମ ଦିଆଯିବା ଘଟଣାକୁ ନେଇ ଯେତେବେଳ ମୃଦୁ ଗଂଜରଣ ହେଲା ସରକାର ପ୍ରତିବାଦର ସ୍ୱରକୁ ଚପାଇ ଦେଇ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ସକାଶେ ଏହି ନିଷ୍ପତ୍ତି ନିଆ ଯାଇ ଥିବା କହି ଥିଲେ । ତେବେ, ଗତ ଗୁରୁବାର (୩ ତାରିଖ) ରାତି ଦୁର୍ଘଟଣା ସଂସ୍ଥା ପାଇଁ ବଡ ଦୁର୍ଯୋଗ ଆଣି ଦେଇଛି । ପୂର୍ବ ଦୁର୍ଘଟଣା ସ୍ଥଳ ଠାରୁ ମାତ୍ର ୫୦ ମିଟର ଦୂରରେ ମେ’ ୩ ତାରିଖ ଦୁର୍ଘଟଣା ଘଟିଛି । ରାତିରେ ପ୍ରାୟ ୮ରୁ ୧୦ ଜଣ ଶ୍ରମିକ କାମ କରୁଥିବା ବେଳେ ବି୍ରଜ୍ କୁ ଡ଼େରା ହୋଇ ରହିଥିବା ଲୁହା ରେଲିଂ ଭୁଶୁଡି ପଡିବାରୁ ଦୁଇ ଜଣ ଶ୍ରମିକ ତା’ ତଳେ ଚାପି ହୋଇ ଗୁରୁତର ଆହତ ହୋଇ ଥିଲେ । ଉଦ୍ଧାର ହୋଇଥିବା ଦୁଇ ଶ୍ରମିକଙ୍କ ମଧ୍ୟରୁ ଜଣକର ସ୍ଥାନୀୟ କ୍ୟାପିଟାଲ ହସପିଟାଲରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକ ସଂକଟାପନ୍ନ ଅବସ୍ଥାରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
କଳା ତାଲିକା ଭୁକ୍ତ ସଂସ୍ଥାକୁ ପୁନର୍ବାର କାମ ଦେଇ ନ ଥିଲେ ଦ୍ୱତୀୟ ଦୁର୍ଘଟଣା ଏଡା ଯାଇ ପାରି ଥା’ନ୍ତା ବୋଲି ଏବେ ସମାଲୋଚକମାନେ ମତ ଦେଉଛନ୍ତି । ସରକାର ମଧ୍ୟ ଚାପରେ ପଡି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କେବଳ ଠିକାଦାର ନୁହେଁ, ବିଭାଗୀୟ ମନ୍ତ୍ରୀ, ଯନ୍ତ୍ରୀ ଓ କିଛି ବିଧାୟକ ଏଥିପାଇଁ ଦାୟି ବୋଲି ସମାଲୋଚନା ହେଉଛି । ଧାରଣାରେ ବସି ଥିବା ବିଜେପି ନେତାମାନେ ମଧ୍ୟ ସମାନ କଥା କହୁଛନ୍ତି । ୨୦୧୪ରେ ଏହି ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ସରିବା ଲକ୍ଷ୍ୟ ଥିଲା । ୨୦୧୮ ମେ’ ସୁଦ୍ଧା କାର୍ଯ୍ୟ ସଂପୂର୍ଣ୍ଣ ହୋଇ ନାହିଁ । ଠିକାଦାର ପଣ୍ଡାଙ୍କ ସଂସ୍ଥା ‘ପଣ୍ଡା ଇନଫ୍ରା’କୁ ‘ଟର୍ଣ୍ଣ-କି’ ବେସିସ୍ ରେ ନିର୍ମାଣ କାର୍ଯ୍ୟର ଠିକା ଦିଆଯାଇ ଥିଲା । ୨୨ କୋଟି ଟଙ୍କାରେ ଟେଣ୍ଡର ହୋଇ ଥିବା ବେଳେ କାମ ବିଳମ୍ବ ହୋଇ, ବାରମ୍ବାର ଠିକା ମୂଲ୍ୟ ସଂଶୋଧିତ ହୋଇ ପ୍ରାୟ ୫୯ କୋଟିରେ ପହଂଚିଛି । କାମ ବିଳମ୍ବ ଯୋଗୁ ଠିକା ମୂଲ୍ୟ ବଢିଲେ ଠିକାଦାର ତା’ ହାତରୁ ବହନ କରିବା କଥା । ତାହା ନ କରି ସରକାରଙ୍କ ଉପରେ ଲଦି ଦେବା କେତେ ଯଥାର୍ଥ (?) ବୋଲି ଜଣେ ଭାଜପା ନେତା ପ୍ରଶ୍ନ କରିଛନ୍ତି । ନିର୍ମାଣ ଖର୍ଚ୍ଚ ତିନି ଗୁଣ ବଢିବା ପରେ ବି ଠିକା ସଂସ୍ଥା ପ୍ରତି ରାଜ୍ୟ ସରକାରଙ୍କ ପ୍ରୀତି ମିଳି ମିଶି ଲୁଟିବାର ଆଭାସ ଦେଉଛି ବୋଲି ସେ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS