ଫୁଟବଲ ଷ୍ଟାର୍ ଶ୍ରଦ୍ଧାଂଜଳୀଙ୍କ ରେକର୍ଡ
ଓଡ଼ିଶା ତଥା ଭାରତୀୟ ମହିଳା ଫୁଟବଲ ଦଳର ଖେଳାଳୀ, ଅଧିନାୟିକା ଓ ଉପ ଅଧିନାୟିକା ଭାବେ ଶ୍ରଦ୍ଧାଜଂଳୀ ସାମନ୍ତରାୟ ୨୬ ବର୍ଷରେ ଯେଉଁ କୀର୍ତିମାନ୍ ସ୍ଥାପନ କରିଛନ୍ତି ତାହା ଏଠାରେ ଉପଲବ୍ଧ :-
୧) ୧୯୯୨: ଆସାମର ହାଲ୍ଫଲଂଗ୍ ଠାରେ ଫେଡେରେସନ କପ୍ ମହିଳା ଫୁଟବଲରେ ଓଡ଼ିଶାର ପ୍ରତିନିଧିତ୍ୱ
୨) ୧୯୯୪ : ବିହାରର ଡ଼ାଲଟନଗଂଜ ଠାରେଦ୍ୱିତୀୟ ସିନିୟର ଜାତୀୟ ମହିଳା ଫୁଟବଲରେ ଓଡ଼ିଶାର ପ୍ରତିନିଧିତ୍ୱ
୩) ୧୯୯୫ : କଲିକତା ମହିଳା ଫୁଟବଲ ଲିଗ୍ ରେ ୧୬ଟି ଗୋଲ୍ ଦେଇ ଟପ୍ ସ୍କୋରର୍, ସେହି ବର୍ଷ ଓଡ଼ିଶାର ଭଦ୍ରକ ଠାରେ ଅନୁଷ୍ଠିତ ତୃତୀୟ ଫେଡେରେସନ କପ୍ ରେ ଓଡ଼ିଶାର ପ୍ରତିନିଧିତ୍ୱ
୪)୧୯୯୬ : ପଶ୍ଚିମ ବଂଗର ହଳଦିଆଠାରେ ଅନୁଷ୍ଠିତ ପଂଚମ ଜାତୀୟ ଚଂପିଅନସିପ୍ ରେ ଓଡ଼ିଶାର ପ୍ରତିନିଧିତ୍ୱ
୫) ୧୯୯୯: କଲିକତା ଲିଗ୍ ରେ ୨୨ଟି ଗୋଲ୍ ଦେଇ ଟପ୍ ସ୍କୋରର୍, ମେଘାଳୟର ସିଲଂ ଠାରେ ଅନୁଷ୍ଠିତ ସପ୍ତମ ସିନିୟର ଜାତୀୟ ଚାଂପିଅନସିପ୍ ରେ ଓଡ଼ିଶାର ପ୍ରତିନିଧିତ୍ୱ କରି ଚଣ୍ଡିଗଡ, ଗୋଆ, ଆସାମ ବିପକ୍ଷରେ ଚାରିଟି ହାଟ୍-ଟ୍ରିକ୍ ସହ ଟପ୍ ସ୍କୋରର୍ । ସେଥିରୁ ଚଣ୍ଡିଗଡ ବିପକ୍ଷରେ ଗୋଟିଏ ମ୍ୟାଚରେ ଦୁଇଟି ହାଟ୍-ଟ୍ରିକ୍, ସେହି ବର୍ଷ ମଣିପୁରର ଇଂଫାଲ୍ ଠାରେ ଅନୁଷ୍ଠିତ ପଂଚମ ଜାତୀୟ କ୍ରୀଡାରେ ଓଡ଼ିଶା ମହିଳା ଫୁଟବଲ ଦଳର ନେତୃତ୍ୱ ନେଇ ଟପ୍ ସ୍କୋରର୍୍
୬) ୨୦୦୨: ମଧ୍ୟ ପ୍ରଦେଶର ଭୋପାଲ ଠାରେ ଅନୁଷ୍ଠିତ ଦ୍ୱାଦଶ ଜାତୀୟ ଚାଂପିଅନସିପ୍ରେ ଓଡ଼ିଶାର ନେତୃତ୍ୱ ନେଇ ଛତିଶଗଡ଼ ବିପକ୍ଷରେ ଦୁଇଟି ଲେଖାଏଁ ଓ ଚଣ୍ଡିଗଡ ବିପକ୍ଷରେ ଗୋଟିଏ ହାଟ୍-ଟ୍ରାକ୍ ସହ ମୋଟ ୧୩ ଗୋଲ ଦେଇ ଟପ୍ ସ୍କୋରର୍, ହାଇଦ୍ରାବାଦରେ ଅନୁଷ୍ଠିତ ଷଷ୍ଠ ଜାତୀୟ କ୍ରୀଡାରେ ତାଙ୍କ ନେତୃତ୍ୱରେ ଓଡ଼ିଶା ମହିଳା ଫୁଟବଲ ଦଳ ବ୍ରୋଂଜ୍ ମେଡାଲ ପାଇ ଥିଲା ଏବଂ ସେ ବ୍ୟକ୍ତିଗତ ଭାବେ କେରଳ ବିପକ୍ଷରେ ହାଟ୍-ଟ୍ରିକ୍ କରିବା ସହ ୧୦ଟି ଗୋଲ୍ ଦେଇ ଟପ୍ ସ୍କୋରର୍ ହୋଇ ଥିଲେ । ୨୦୦୨ରେ ପଶ୍ଚିମ ବଂଗର ସିଲିଗୁଡି ଠାରେ ଅନୁଷ୍ଠିତ ୧୬ ତମ ସିନିୟର ଜାତୀୟ ଚାଂପିଅନସିପ୍ ରେ ଶ୍ରଦ୍ଧାଂଜଳୀଙ୍କ ଅଧିନାୟକତ୍ୱରେ ଓଡ଼ିଶା ମହିଳା ଫୁଟବଲ ଦଳ ଭାଗ ନେଇ ରନର୍ସ -ଅପ୍ ହୋଇଥିଲା ଏବଂ ସେ ନିଜେ ୧୦ଟି ଗୋଲ୍ ଦେଇ ଟପ୍ ସ୍କୋରର୍ ରହି ଥିଲେ ।
୭) ୨୦୦୫: ମଣିପୁରର ଇଂଫାଲ ଠାରେ ଅନୁଷ୍ଠିତ ସିନିୟର ଜାତୀୟ ଚାଂପିଅନସିପ୍ ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ସେ ୧୮ଟି ଗୋଲ୍ ଦେଇ ଟପ୍ ସ୍କୋରର୍ ରହି ଥିଲେ । ସେଥିରେ, ତିନିଟି ହାଟ୍-ଟ୍ରିକ୍ ଅନ୍ତର୍ଭୁକ୍ତ । କେବଳ ଛତିଶଗଡ଼ ବିପକ୍ଷରେ ସେ ଦୁଇଟି ହାଟ୍-ଟ୍ରିକ୍ କରିଥିଲେ ।
୮) ୨୦୦୬ : ଛତିଶଗଡ଼ର ଭିଲାଇ ଠାରେ ଅନୁଷ୍ଠିତ ୧୪ତମ ସିନିୟର ଜାତୀୟ ଚାଂପିଅନସିପ୍ ରେ ୧୭ଟିି ଗୋଲ୍ ଦେଇ ଟପ୍ ସ୍କୋରର୍ ହୋଇ ଥିଲେ । ସେ ଓଡ଼ିଶା ଦଳର ଅଧିନାୟିକା ଥିଲେ ।
୯) ୨୦୦୭: ତାମିଲନାଡୁର ନେଭେଲି ଠାରେ ଅନୁଷ୍ଠିତ ୧୭ତମ ସିନିୟର ଜାତୀୟ ଚାଂପିଅନସିପ୍ ରେ ସେ ଓଡ଼ିଶା ଦଳର ଅଧିନାୟିକା ଥିଲେ । ଦଳ ସେମିଫାଇନାଲରେ ପହଂଚି ପାରିଥିଲା । ସେହିବର୍ଷ, ଓଡ଼ିଶାର ରାଉରକେଲା ଠାରେ ଅନୁଷ୍ଠିତ ୧୫ତମ ସିନିୟର ଜାତୀୟ ଚାଂପିଅନସିପ୍ ରେ ତାଙ୍କ ଅଧିନାୟିକତ୍ୱରେ ଓଡ଼ିଶା ମହିଳା ଫୁଟବଲ ଦଳ ପଶ୍ଚିମ ବଂଗ ଠାରୁ ହାରି ବ୍ରୋଂଜ୍ ପଦକରେ ସୀମିତ ରହିଥିଲା ।
୧୦) ୨୦୧୦: ମଣିପୁରର ଇଂଫାଲ ଠାରେ ଅନୁଷ୍ଠିତ ୧୮ତମ ସିନିୟର ମହିଳା ଫୁଟବଲ ଚାଂପିଅନସିପ୍ ରେ ସେ ଓଡ଼ିଶାର ନେତୃତ୍ୱ ନେଇ ଥିଲେ ।
୧୧) ୨୦୧୧ : ଜାମସେଦପୁର ଠାରେ ଅନୁଷ୍ଠିତ ୩୪ତମ ଜାତୀୟ କ୍ରୀଡାରେ ତାଙ୍କ ନେତୃତ୍ୱରେ ଓଡ଼ିଶା ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା । ସେହିପରି, ୨୦୧୧ରେ ଛତିଶଗଡ଼ର ଭିଲାଇ ଠାରେ ଅନୁଷ୍ଠିତ ୧୯ତମ ଜାତୀୟ ମହିଳା ଫୁଟବଲ୍ ଚାଂପଅନସିପରେ ଓଡ଼ିଶା ଦଳ ତାଙ୍କ ନେତୃତ୍ୱରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।
ଆନ୍ତର୍ଜାତିକ ସଫଳତା:
୧) ସେ ଦକ୍ଷିଣ କୋରିଆର ଫୁସାନ ଓ ଭାରତର ଚେନ୍ନାଇ ଠାରେ ୨୦୦୭ରେ ଦୁଇଟି ଅଲଂପିକ କ୍ୱାଲିଫାଇଂ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।
୨) ୨୦୦୫ରେ ଭିଏତନାମ୍ ର ହାନୋଇ ଠାରେ ଅନୁଷ୍ଠିତ ୧୫ତମ ଏଏଫସିରେ ଭାରତୀୟ ମହିଲା ଫୁଟବଲ ଦଳର ନେତୃତ୍ୱ ନେଇ ଥିଲେ ।
୩) ୨୦୦୩ରେ ଭାରତୀୟ ମହିଳା ଫୁଟବଲ ଦଳର ଉପ ଅଧିନାୟକ ଭାବେ ଥାଇଲାଣ୍ଡର ବ୍ୟାଂକକ୍ ଠାରେ ଅନୁଷ୍ଠିତ ୧୪ତମ ଏଏଫସିରେ ଯୋଗ ଦେଇଥିଲେ । ୧୯୯୭ରୁ ୨୦୦୧ ମଧ୍ୟରେ ସେ ଚୀନ ଠାରେ ଅନୁଷ୍ଠିତ ୧୧ ତମ ମହିଳା ଏସିଆନ ଫୁଟବଲ ଚାଂପିଅନସିପ୍ (୧୯୯୭), ଥାଇଲାଣ୍ଡର ବ୍ୟାଂକକ୍ ଠାରେ ଅନୁଷ୍ଠିତ ୧୩ତମ ଏସୀୟ କ୍ରୀଡା (୧୯୯୮), ଫିଲିପାଇନ୍ସର ମାନିଲା ଠାରେ ଅନୁଷ୍ଠିତ ଦ୍ୱାଦଶ ଏସୀୟ ଚାଂପିଅନସିପ୍ (୧୯୯୯) ଓ ୨୦୦୧ରେ ଚାଇନିଜ୍ ତାଇପେଇ ଠାରେ ଅନୁଷ୍ଠିତ ୧୩ ତମ ଏଏଫସିରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।
ପୁରସ୍କାର..
୧) ୨୦୦୫ରେ ଏକଲବ୍ୟ ପୁରସ୍କାର
୨) ୨୦୦୬ରେ ବିଜୁ ପଟ୍ଟନାୟକ ସ୍ପୋର୍ଟସ୍ ପର୍ସନ ଆୱାର୍ଡ
୩) ୨୦୧୩ରେ ଓଡ଼ିଶା ପ୍ରେସ୍ କ୍ଲବ ଦ୍ୱାରା ସ୍ପୋର୍ଟସ୍ ଓମେନ୍ ଅଫ୍ ଦି ଇୟର ପୁରସ୍କାର
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS