ୟୁଥ ହଷ୍ଟେଲ ବାର୍ଷିକ ଉତ୍ସବ, ପ୍ରଥମ ଦିନ ନାଟକ ‘ଫେସନ ହାଟ’ ଓ ‘ଜଙ୍ଗଲ’ ପ୍ରଦର୍ଶିତ
ରାଉରକେଲା (ମୋ ଅନୁଭବ): ରାଉରକେଲା ୟୁଥ ହଷ୍ଟେଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ କ୍ଷୁଦ୍ର ନାଟକ ମହୋସôବର ପ୍ରଥମ ଦିନ ରାଉରକେଲାର ନାଟ୍ୟ ଅନୁଷ୍ଠାନ ‘ପ୍ରତିଧ୍ୱନି’ ଦ୍ୱାରା ପ୍ରାୟୋଜିତ ଡ.ପ୍ରଦୀପ ଭୌମିକଙ୍କ ରଚିତ ଓ ରମେଶ ମହାନ୍ତିଙ୍କ ନିର୍ଦେଶିତ ନାଟକ ‘ଫେସନ ହାଟ’ ଓ ଦ୍ୱିତୀୟାର୍ଧରେ ନାଟ୍ୟକାର ପଲ୍ଳବ ଚାଟାର୍ଜୀଙ୍କ ନିର୍ଦେଶିତ ହିନ୍ଦି କ୍ଷୁଦ୍ର ନାଟକ ‘ଜଙ୍ଗଲ’ ପରିବେଷିତ ହୋଇଯାଇଛି । ‘ଫେସନ ହାଟ’ ସଂପୂର୍ଣ୍ଣ ଭାବେ ଏକ ଭିନ୍ନ ଧରଣର ଓଡିଆ ନାଟକ । ସମୟ ବଦଳିବା ସହିତ ଆଜି କାଲି ସମାଜରେ ମହିଳାମାନେ ଆଉ ଘର କଣରେ ନ ରହି ନିଜ ରୂପଚର୍ଯ୍ୟା ପ୍ରତି ଅତ୍ୟନ୍ତ ଆଗ୍ରହ ପ୍ରଦର୍ଶନ କରୁଛନ୍ତି । ଯଦ୍ୱାରା ବୁ୍ୟଟି ପାର୍ଲର ଗୁଡିକରେ ନାହିଁ ନ ଥିବା ଭିଡ ହେବା ସହ ନୂଆଁ ରୋଜଗାରର ଏକ ସମ୍ଭାବନା ସୃଷ୍ଟି ହୋଇଛି । ନାଟକ ‘ଫେସନ ହାଟ’ ବ୍ୟୁଟି ପାର୍ଲରରେ ଚାଲି ଥିବା ଏକ କଥୋପକଥନକୁ ନେଇ ଗତିଶୀଳ ହୋଇଛି । ଶାଶୁ-ବୋହୁ ପରସ୍ପରକୁ ଲୁଚାଇ ବ୍ୟୁଟି ପାର୍ଲରକୁ ଆସି ଥିବା ଓ ନିଜର କୃତ୍ରିମ ପ୍ରସାଧାନକୁ ଲୁଚାଇ ମିଥ୍ୟା ରୂପଚର୍ଯ୍ୟା କରୁଥିବା ବେଳେ ଦିନେ ତାହା ପାର୍ଲର ଭିତରେ ଧରାପଡିଛି । ଜଣେ ଶିଶୁ ଯୋଗ ଓ ଧ୍ୟାନ ଦ୍ୱାରା ନିଜର ରୂପକୁ ଆମେ ଅଧିକ ପରିପୃଷ୍ଟ କରିପାରିବା ବୋଲି ପାର୍ଲରରେ ଉପସ୍ଥିତ ଥିବା ସମସ୍ତ ମହିଳାମାନଙ୍କୁ ପରାମର୍ଶ ଦେବା ସହ ମିଛ ରୂପଚର୍ଯ୍ୟା ଆମ ଜୀବନକୁ କଳୁଶିତ କରୁଛି ବୋଲି ସନେ୍ଦଶ ଦେଇଛି । ନାଟକ ‘ଫେସନ ହାଟ’ରେ ଅଭିନୟ କରିଥିବା ସମସ୍ତ କଳାକାର ମହିଳା ହୋଇ ଥିବା ବେଳେ ଏହି ନାଟକଟି ସମାଜଧର୍ମୀ ହୋଇପାରିଛି ।
ସେହିପରି, ପ୍ରଥମ ଦିବସର ଦ୍ୱିତୀୟାର୍ଧରେ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ତିତିଲି ଫାଉଣ୍ଡେସନ’ ପକ୍ଷରୁ ହିନ୍ଦୀରେ କ୍ଷୁଦ୍ର ନାଟକ ‘ଜଙ୍ଗଲ’ ପରିବେଷିତ ହୋଇଥିଲା । ଓଡିଶା- ଝାରଖଂଡ ସୀମାନ୍ତରେ ସରକାରୀ ଯୋଜନାରେ ଦୁର୍ନିତୀ ଯୋଗୁଁ ମାଓ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଆଉ,ଏହା ବିରୁଦ୍ଧରେ ନାଟକର ମୁଖ୍ୟ ଚରିତ୍ର ସାଲୁଖୋ ସୋରେନ ସ୍ୱର ଉତ୍ତୋଳନ କରିଛି । ସାଲୁଖୋ ସୋରେନର ଅନ୍ୟ ଏକ ମହିଳା ଚରିତ୍ର ସହ ଭେଟ ହୋଇଛି, ଯିଏକି ଜଣେ ନାଟ୍ୟକାର ଓ ସାହିତ୍ୟକ । ସାଲୁଖୋ ସୋରେନ ତାଙ୍କୁ ରାଜନୈତିକ ହିଂସା ଓ ସରକାରୀ କଳର ଚଂଚକତା ଉପରେ ନାଟକ ରଚନା କରିବାକୁ ପ୍ରବର୍ତାଇଛି । କ୍ରମଶଃ ସାହିତ୍ୟ କିଭଳି ଶୋଷଣ, ଅନ୍ୟାୟର କଥା ନ କହି ବିଳାଶ ଓ ମନୋରଂଜନ ପାଲଟିଛି, ସେ କଥା କହିଛି । କିନ୍ତୁ କବିୟତ୍ରୀ ଜଣକ ସାଲୁଖୋ କଥାରେ ଅସହାୟତା ପ୍ରକାଶ କରିଛନ୍ତି । ସେ ପ୍ରେମ ଓ ସୌନ୍ଦର୍ଯ୍ୟକୁ ନେଇ କବିତା ରଚନା କରନ୍ତି, ହିଂସା ଓ ଶୋଷଣ ବିରୋଧରେ କବିତା ଓ ନାଟକ ଲେଖିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ଶେଷରେ ଉଭୟ ଚରିତ୍ର ହିଂସାର ଶିକାର ହୋଇଛନ୍ତି । ସାଂପ୍ରତିକ ସମୟରେ ଦେଶରେ ରାଜନୀତି ଓ ହିଂସା ପରସ୍ପରର ପରିପୂରକ ପାଲଟି ଥିବା ବେଳ ସମାଜର ତଳସ୍ତର ଗା୍ରମାଂଚଳରେ ବସବାସ କରୁଥିବା ନିରୀହ ଜନତା କିପରି ଏହାର ଶିକାର ହେଉଛନ୍ତି ତାହା ନାଟକରେ ପ୍ରଦର୍ଶିତ ହୋଇଛି । ନାଟକରେ ସାଲୁଖୋ ସୋରେନ ଭୂମିକାରେ ନାଟ୍ୟକାର ପଲ୍ଳବ ଚାଟାର୍ଜୀଙ୍କ ଅଭିନୟ ଦର୍ଶକଙ୍କୁ ମୋହିତ କରିଥିଲା ।
ରାଉରକେଲା ସିଭିକ୍ ସେଂଟର ପ୍ରେକ୍ଷାଳୟରେ ୟୁଥ୍ ଆସୋସିଏସନ ତରଫରୁ ପ୍ରଥମ କରି ଏପରି କ୍ଷୁଦ୍ର ନାଟକ ମହୋତ୍ସବ ଆୟୋଜିତ ହୋଇଛି । ଉଦଘାଟନ ଦିବସର ବିଶିଷ୍ଟ ନାଟ୍ୟକାର ଦୋଳ ଗୋବିନ୍ଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ୟୁଥ୍ ହଷ୍ଟେଲ ଆସୋସିଏସନ,ରାଉରକେଲାର ସଭାପତି ନାରାୟଣ ପତି ସଭାପତିତ୍ୱ କରିଥିଲେ । ସଂପାଦକ ବସନ୍ତ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS