ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
ବେଲଗୁଣ୍ଠା (ମୋ ଅନୁଭବ): ଗତ ବୁଧବାର ଦିନ ବେଲଗୁଣ୍ଠା ବ୍ଲକ ଆମ୍ବପୁଆ ପଂଚାୟତର ବୋରିପଦର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଘର କାମ କରୁଥିବା ଜଣେ ରାଜମିସ୍ତ୍ରୀ ଘର ମାଲିକଙ୍କ ଖରାପ ହୋଇ ଯାଇଥିବା ପାଣି ମୋଟରକୁ ସଜାଡିବାକୁ ଯାଇ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ମୃତ ରାଜମିସ୍ତ୍ରୀଙ୍କ ନାମ ଅଭିମନ୍ୟୁ ପୋଲାଇ (୨୭) ଓ ତାଙ୍କ ପିତା ହେଉଛନ୍ତି କିଶୋର ପୋଲାଇ । ଅଭିମନ୍ୟୁ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ପାଣି ମୋଟରଟି ଚାଲୁ ନଥିବା ଦେଖି ଘର ମାଲିକ ତାଙ୍କୁ ମୋଟରଟି ସଜାଡି ଦେବାକୁ ଅନୁରୋଧ କରିଥିଲେ । ଅଭିମନ୍ୟୁ ମାଲିକଙ୍କ କଥା ମାନି ପାଣି ମୋଟରଟି ସଜାଡୁ ଥିବା ବେଳେ ହଠାତ ବିଦ୍ୟୁତ ଚାର୍ଜ ହୋଇ ଯିବାରୁ ସେ ଗୁରୁତର ହୋଇ ପଡି ଥିଲେ । ତାଙ୍କୁ ତୁରନ୍ତ ବୁଗୁଡା ମେଡ଼ିକାଲକୁ ନିଆଯିବା ବେଳେ ବାଟରେ ତାଙ୍କ ମୃତ୍ୟୁ ଘଟି ଥିବା ବୁଗୁଡା ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ କହିଛନ୍ତି । ଏସଂପର୍କରେ ବୁଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିମନ୍ୟୁଙ୍କ ଶବକୁ ଭଂଜନଗର ଠାରେ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଅଭିମନ୍ୟୁଙ୍କ ଗୋଟିଏ ୩ ବର୍ଷର ଝିଅ ଓ ୨ ବର୍ଷର ପୁଅ ଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS