ରାଉରକେଲାରେ ଆନନ୍ଦ ଉଲ୍ଲାସର ସହ ଇଦ୍ ପର୍ବ ପାଳିତ
ରାଉରକେଲା(ମୋ ଅନୁଭବ): ଇଦ୍ ପର୍ବ ଅବସରରେ ରାଉରକେଲାସ୍ଥିତ ଅଂଜୁମାନ ଇସଲାହୁଲ ମୁସଲିମ ତରଫରୁ ପାୱାର ହାଉସ ରୋଡରେ ୧୦ ହଜାରରୁ ଉର୍ଦ୍ଧ ମୁସଲିମ ସଂଗଠନର କାର୍ଯ୍ୟକର୍ତା ଓ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକର୍ତାମାନେ ଆନନ୍ଦ ଉଲ୍ଲାସର ସହ ଯୋଗ ଦେଇ ଇଦ୍ ପର୍ବ ପାଳନ କରିଥିଲେ । ମୌଲାନା ଜାଭେଦ ଇମାନ୍ ନମାଜ ପାଠ କରିବା ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରିବା ସହ ଇଦ୍ ମୁବାରକ ଜଣାଇଥିଲେ । ସେହିପରି, ସେକ୍ଟର-୧୫, ବିଶ୍ରା, କୁଲୁଙ୍ଗା, ପାନପୋଷ, କୋଏଲ ବ୍ୟାଙ୍କ, ମାଲଗୋଦାମ ଆଦି ସ୍ଥାନରେ ନମାଜପାଠ ସହ ଇଦ୍ କାର୍ଯ୍ୟକ୍ରମ ପାଳନ ସହ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ଆସର ଜମିଥିଲା ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS