ଓଡିଆ ଗୀତି କବି ସମାଜର ରୌପ୍ୟଜୟନ୍ତୀ ପାଳିତ
ରାଉରକେଲା (ମୋ ଅନୁଭବ): କଟକ ଓଡିଆ ଗୀତିକବି ସମାଜ ତରଫରୁ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ରାଉରକେଲା ସିଭିକ ସେଂଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଠ ଗୀତିକବି ଗୌରହରି ଦଳାଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ‘ଗୀତି କବିତାରେ ପେମାନୁଭୂତି’ ଶୀର୍ଷକ ଆଲୋଚନାଚକ୍ରରେ କବି ଗୌରଚନ୍ଦ୍ର ପଟ୍ଟନାୟକ, କବିୟତ୍ରୀ ଅଳକା ଚାନ୍ଦ, କବି ରାଜୀବ ପାଣି, ଡ. ପ୍ରଦ୍ୟୁମ୍ନ ସେନାପତି, ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଗୀତି କବିତାରେ ଶୃଙ୍ଗାର ରସ କିଭଳି ପ୍ରଚୀନ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲା ସେ ସଂପର୍କରେ ମତବ୍ୟକ୍ତ କରି ଥିଲେ । ପ୍ରେମ ଭିତ୍ତିକ ଗୀତି କବିତା, ସୌନ୍ଦର୍ଯ୍ୟାନୁଭୂତି ଗୀତି କବିତା ଓ ଅଧ୍ୟାତ୍ମିକତା ଭିତ୍ତିକ ଗୀତି କବିତା ସଂପର୍କରେ ସେମାନେ ଆଲୋଚନା କରିବା ସହ ଉପେନ୍ଦ୍ର ଭଂଜ, ଜୟଦେବ, ମଧୁସୂଦନ ରାଓ, ଗଙ୍ଗାଧର ମେହେରଙ୍କ ରଚିତ ବିଭିନ୍ନ ଗୀତି କବିତାର ଉଦାହରଣ ଦେଇଥଲେ । ଏହି ଗୀତି କବିତା ଓଡିଆଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ସେ ସମୟର ସାହିତ୍ୟାନୁରାଗୀଙ୍କୁ ସାହିତ୍ୟ ରଚନା ଲାଗି ଉତ୍ସାହିତ କରିଥିଲା । ସାଧାରଣ ନାଗରିକଙ୍କୁ ମଧ୍ୟ ଏହି ଗୀତି କବିତାର ସ୍ୱର, ଲୟ ତାଳ ବେଶ୍ ଆକର୍ଷିତ କରିପାରିଥିଲା । ଆରଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ନୀରୋଦ ସାମନ୍ତରାୟ, ନାରାୟଣ ପତି, ମିହିର ରାୟ, ରାଜଶ୍ରୀ ପଟ୍ଟନାୟକ, ଅଧ୍ୟାପକ ଗିରିଜା ପ୍ରସାଦ ଗୋସ୍ୱାମୀ, ଇଂ ଗୋପି ପଟ୍ଟନାୟକ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଏହି ଅବସରରେ ସମ୍ମାନିତ ଶ୍ରୋତା ଭାବେ ଦେଇଥିବା ବେଳେ ରାଉରକେଲା ସମେତ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବି ସ୍ୱରଚିତ କବିତା ଆବୃତି କରିଥିଲେ । କବିୟତ୍ରୀ ଅଙ୍ଗୁରବାଳା ପରିଡା କବିତା ସଂଯୋଜନା କରିଥିବା ବେଳେ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମକୁ ଡ.ସୁଶାନ୍ତ ପାଣି ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଂପାଦକ କବି ମନୋଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS