ବ୍ରହ୍ମପୁରରୁ କଟକ ଚାଲିଲା ମେମୁ ଟ୍ରେନ୍
ବ୍ର୍ରହ୍ମପୁର(ମୋଅନୁଭବ): ଶୁକ୍ରବାର (୨୨ତାରିଖ) ବ୍ରହ୍ମପୁରରୁ କଟକ ମଧ୍ୟରେ ଚଳାଚଳ ଆରମ୍ଭ କରିଛି ମେମୁ ଟ୍ରେନ୍ । ବ୍ରହ୍ମପୁର-କଟକ-ବ୍ରହ୍ମପୁର ପାସେଂଜର ବଦଳରେ ଏହି ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଥିବା ଜଣାପଡିଛି । ସପ୍ତାହକୁ ଛଅ ଦିନ (ସୋମବାରରୁ ଶନିବାର) ଏହି ଟ୍ରେନ୍ ଚଳାଚଳ କରିବ । ଶନିବାର ଦିନ ଏହି ଟ୍ରେନ୍ ୦୮୪୩୪ ବ୍ରହ୍ମପୁର-ଖୋର୍ଦ୍ଧା ରୋଡ ମେମୁ ସ୍ପେଶାଲ ଭାବେ ଚଳାଚଳ କରିବ । ରବିବାର ଦିନ ଏହା ୦୮/୪୩୩ ଟ୍ରେନ୍ ଭାବେ ଖୋର୍ଦ୍ଧା ରୋଡରୁ କଟକ ଯିବ । ଏହି ମେମୁ ଟ୍ରେନ୍ ଚଳାଚଳ ପାଇଁ ବହୁ ଦିନରୁ ଦାବି ଥିଲା । ୨୨ ତାରିଖ ଦିନ ବିଜେପି ଯୁବ ନେତା ରାମ ପାତ୍ର ନଡିଆ ଭାଙ୍ଗି ଏହି ଟ୍ରେନ ଚଳାଚଳକୁ ଉଦଘାଟନ କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS