ସଙ୍ଗୀତ ଶିଳ୍ପୀ ସମାଜ ତରଫରୁ ‘ବିଶ୍ୱ ସଙ୍ଗୀତ ଦିବସ’ ପାଳିତ
ରାଉରକେଲା(ମୋ ଅନୁଭବ): ବିଶ୍ୱ ସଙ୍ଗୀତ ଦିବସ ଉପଲକ୍ଷେ ରାଉରକେଲା ସଙ୍ଗୀତ ଶିଲ୍ପୀ ସମାଜ ତରଫରୁ ସିଭିକ ସେଂଟର ପରିସରରେ ଆୟୋଜିତ ହୋଇଯାଇଛି ସଙ୍ଗୀତ ସଂଧ୍ୟା । ଏହି କାର୍ଯ୍ୟକ୍ରମକୁ ସେଲ୍ ର ପୂର୍ବତନ ମହାନିର୍ଦେଶକ ରବିନ୍ଦ୍ରନାଥ ଷଢ଼ଙ୍ଗୀ ପ୍ରଦୀପ ପ୍ରଜ୍ବଳନ ପୂବକ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ନାରାୟଣ ପତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆରଏସପିର ସହର ସେବା ବିଭାଗର ମହାପ୍ରବନ୍ଧକ ପ୍ରକାଶ ଚନ୍ଦ୍ର ଦାଶ ଯୋଗ ଦେଇ ଜୁନ ୨୧ ତାରଖ ଉଭୟ ଯୋଗ ଦିବସ ଓ ସଙ୍ଗୀତ ଦିବସ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଯୋଗ ସହ ସଙ୍ଗୀତର ନିବିଡ ସଂପର୍କର ଅବତାରଣା କରିଥିଲେ । ସେ କହିଥିଲେ ସଙ୍ଗୀତ ଆମକୁ ଯୋଗାବିଷ୍ଟ କରେ ଓ ଏହି ସଙ୍ଗୀତ ଆମ ଜୀବନକୁ ମଧୁମୟ କରେ । ସଙ୍ଗୀତ ମହାବିଦ୍ୟାଳୟର ଓଡିଶୀ ବିଭାଗ ଅଧ୍ୟାପକ ନିମାକାନ୍ତ ରାଉତରାୟ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶାସ୍ତ୍ରୀୟ ସଂଗୀତର ଧାରା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠାନ ତରଫରୁ ବିଭିନ୍ନ ନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତ, ତବଲା ବାଦନ, ଗୀଟାର ବାଦନ, ଓଡିଶୀ ନୃତ୍ୟ, ଶିବ ତାଂଡବ ଆଦି ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଶିଷ୍ଟ କଣ୍ଠ ଶିଳ୍ପୀ ଉଷାଲତା ଷଢ଼ଙ୍ଗୀ, ପଦ୍ମିନୀ ପାଣିଗ୍ରାହୀ, ବସନ୍ତ କୁମାର ସାହୁ, ଅଜୟ ପାଣି, ବୀଣା ରଥ, ପ୍ରଦୀପ କୁମାର ପଂଡା ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇ ସଙ୍ଗୀତ ସଂଧ୍ୟାକୁ ଆକର୍ଷଣୀୟ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ଶରତ ଧଳ ଓ ବିଶିଷ୍ଟ ଉପସ୍ଥାପିକା ମିନାକ୍ଷୀ ଧର ସଂଯୋଜନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS