କମ୍ୟୁନିଟି ୱେଲଫେୟାର ସୋସାଇଟି ତରଫରୁ ଆନ୍ତର୍ଜାତୀୟ ବିଧବା ଦିବସ ପାଳିତ
ରାଉରକେଲା(ମୋଅନୁଭବ):ନିକଟରେ କମୁ୍ୟନିଟି ୱେଲଫେୟାର ସୋସାଇଟି (ସିଡବ୍ଲ୍ୟୁଏସ)ତରଫରୁ ଆନ୍ତର୍ଜାତୀୟ ବିଧବା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଉରକେଲା ମୁନିସିପାଲ କର୍ପୋରେସନର ଡେପୁଟି କମିସନର ସୁଷମା ବିଲୁଙ୍ଗ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଏହି ଅବସରରେ ସମାଜରେ ବିଧବା ମହିଳାଙ୍କ ସ୍ଥିତି, ନିଃସଙ୍ଗତା ସଂପର୍କରେ ଶ୍ରୀମତୀ ବିଲୁଙ୍ଗ ଉଦାହରଣ ଦେବାକୁ ଯାଇ କହିଥିଲେ, ମହିଳାଙ୍କ ଲାଗି ସରକାର ବାସଗୃହ, ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା ପରି ଅନେକ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ, ସେମାନଙ୍କ ସୁ. ଦୁଃଖର ସାଥୀ ହେବା କୌଣସି ସରକାରଙ୍କ ପକ୍ଷରେ ସମ୍ଭବ ନୁହଁ । ଏହା କେବଳ ସାମାଜିକ ଅନୁଷ୍ଠାନର ସ୍ୱେଛାସେବୀମାନଙ୍କ ଦ୍ୱାରା ସମ୍ଭବ । ସିଡବ୍ଲ୍ୟୁଏସ ବିଧବା ମହିଳାଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠି ଗଠନ କରିବା ସହ ସେହି ଗୋଷ୍ଠିର ସୁପରିଚାଳନା କରିବା ଅତ୍ୟନ୍ତ ସୁଖପ୍ରଦ ଘଟଣା । ଏଥିପାଇଁ ସିଡବ୍ଲ୍ୟୁଏସ ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ । ସିଡବ୍ଲ୍ୟୁଏସ ହସପିଟାଲର ସୁପରିଟେଡେଂଟ ଡ. ବି ବି ରାଓ ସମ୍ମାନିତ ଅତିଥ ଭାବେ ଯୋଗ ଦେଇ ବିଧବା ମହିଳାଙ୍କ ସ୍ୱାସ୍ଥ୍ୟଗତ ସ୍ଥିତି ସଂପର୍କରେ ମତବ୍ୟକ୍ତ କରିଥିଲେ ।
ଅନୁଷ୍ଠାନର ସଂପାଦକ ଫାଦର ବି.କେ. ପିଟର ସଭାପତି ଅଭିଭାଷଣ ପ୍ରଦାନ କରିବା ସହ ବିଧବା ମହିଳାଙ୍କୁ ନେଇ ଗୋଷ୍ଠି ଗଠନ ଓ ସେମାନଙ୍କ ସାମାଜିକ ସୁରକ୍ଷା ଦେବା ଲାଗି ସିଡବ୍ଲ୍ୟୁଏସର ସ୍ୱେଛ୍ୱାସେବୀ ମାନଙ୍କ ଅହରହ ପ୍ରୟାସର ପ୍ରଶଂସା କରିବା ସହ ଚଳିତ ବର୍ଷ ଠାରୁ ଏହି କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବା ଲାଗି ସ୍ୱତନ୍ତ୍ର ଯୋଜନାମାନ ହାତକୁ ନିଆ ଯାଇଥିବା ସୂଚନା ଦେଇଥିଲେ । ଏହି ଅବସରରେ ସିଷ୍ଟର କୁମୁଦିନି, ଆନିମେଟର ସୁଜତା ସାମନ୍ତରାୟ, ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟ ଆଶାଲତା ଧୋଙ୍ଗ୍ରା ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଶିବ ପ୍ରସାଦ ଦାସ ବିଧବା ମହିଳାଙ୍କ ସାମାଜିକ ସ୍ଥିତି ଓ ଉପଚାର ସଂପର୍କରେ ମହିଳାମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ଶେଷରେ ବିଧବା ମା’ ମାନଙ୍କୁ ନେଇ କରାଯାଇଥିବା କୌତୁକିଆ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ସିଷ୍ଟର ପ୍ରମିଳା ଓ କୁସୁମ ପୁରସ୍କୃତ କରିଥିଲେ ।
ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ମେରୀ ବାରା ଦ୍ୱିତୀୟ ଅଧିବେଶନରେ ଯୋଗ ଦେଇ ପରିବାରରେ ମହିଳାମାନଙ୍କ ସ୍ଥିତି , ଲିଙ୍ଗ ନିରୂପଣ ପରି ଦୁଷ୍କର୍ମର ବିରୋଧ କରିବା ସହ ମହିଳା ମାନଙ୍କ ରୋଗ ଓ ସ୍ୱତନ୍ତ୍ର ଭାବେ ବିଧବା ମହିଳା ମାନେ ପୀଡିତ ହେଉଥିବା ସ୍ତ୍ରୀ ରୋଗର କାରଣ ଓ ଉପଚାର ସଂପର୍କରେ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ । ବାସନ୍ତୀ ସେବା ସଦନ ଠାରେ ଅନୁଷ୍ଠାନ ତରଫରୁ ଏକ ସ୍ୱତନ୍ତ୍ର ମାଗଣା ସ୍ୱାସ୍ଥ୍ୟ ଶିବିରରେ ଡ. ବି ବି ରାଓ (ଚକ୍ଷୁ ରୋଗ), ଡ. ମେରୀ ବାରା (ସ୍ତ୍ରୀ ରୋଗ), ଡ. ନନ୍ଦିତା (ଭେଷଜ) ପ୍ରମୁଖ ଯୋଗ ଦେଇ ବିଭିନ୍ନ ବସ୍ତିରୁ ଆସିଥିବା ୧୭୦ ଜଣ ବିଧବା ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାଗଣା ଓøଷଧ ପ୍ରଦାନ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ୨୦ ଜଣ ମୋତିଆ ବିନ୍ଦୁ ରୋଗୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିଲା । ଏହି ଅବସରରେ ୨୪ଟି ବିଧବା ମହିଳା ଏସ୍ଏଚଜିର ୨୦୦ରୁ ଉଦ୍ଧ୍ୱର୍ ମହିଳା ଅଂଶ ଗ୍ରହଣ କରିଥିବା ବେଳେ କୋର୍ଡିନେଟର ପ୍ରଫୁଲ କୁମାର ଲାକ୍ରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବ୍ରଦର ରାଜେଶ, ସିଷ୍ଟର ନୀଲକମଲ ପ୍ରମୁଖଙ୍କ ସମେତ ସମସ୍ତ ଆନିମେଟର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS