ରାଉରକେଲାରେ ଆନ୍ତଃରାଷ୍ଟ୍ରିୟ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ
ରାଉରକେଲା(ମୋଅନୁଭବ): ରାଉରକେଲା ସିଭିକ୍ ସେଂଟର ଠାରେ ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟ ମଧୁରମ’ ପକ୍ଷରୁ ତିନି ଦିନିଆ ଆନ୍ତଃରାଷ୍ଟ୍ରିୟ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ମହୋତ୍ସବରେ ଯୋଗ ଦେଇ ଥିବା ବିଭିନ୍ନ ବକ୍ତା ନୃତ୍ୟ ଓ ସଂଗୀତ ଦେଶ ଦେଶକୁ ଯୋଡିବା ସହ ଆନ୍ତର୍ଜାତୀୟ ସଂପର୍କ ଯୋଡିବାରେ ସାହାଯ୍ୟ କରେ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପର୍ଯ୍ୟାୟରେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ, ଆରଏସପିର ଅଧିକାରୀ ପ୍ରକାଶ ଚନ୍ଦ୍ର ଦାଶ, ନାରାୟଣ ପତି, ବିମଳ ଚନ୍ଦ୍ର ବିଶି, ଡ. ଏସ୍ ଏସ୍ ପତି, ନାଟ୍ୟକାର ରାଜୀବ ପାଣି, ଧିରେନ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଶାସ୍ତ୍ରୀୟ ନୃତ୍ୟରେ ଆମ ଭାରତୀୟ ସମାଜର ମହାନ୍ ସାମାଜିକ ଓ ପୌରାଣିକ ଭାବଧାରାର ନିଖୁଣ ଚିତ୍ର ଦେଖିବାକୁ ମିଳେ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସକାଳ ୧୦ଟା ଠାରୁ ରାତି ୧୦ଟା ଯାଏଁ ତିନି ପର୍ଯ୍ୟାୟରେ ନୃତ୍ୟ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ନୃତ୍ୟ ମଧୁରମ (ରାଉରକେଲା), ଆଲାପଦ୍ମା ଗୃପ୍ (ବେଙ୍ଗାଲୁର), ଦୀପାସ ଅନ୍ନାଡେଟ କୋମଲ ମେହେଟା (ମୁମ୍ବାଇ), ଯଶ୍ମିନ ମାରିଅମ ଭାସନ, ଜ୍ୟେତିର୍ମୟୀ ସୁପକାର, ଗୋପାଳ ମିଶ୍ର (କୋଲକାତା), ଛାୟାଶ୍ରୀ (ନେପାଳ), ତନୁଶ୍ରୀ ଓ ପ୍ରଭାତୀ (ବେଙ୍ଗାଲୁର), ଶ୍ରୀବନ୍ତି ଭଟ୍ଟାଚାର୍ଯ୍ୟ (କୋଲକାତା), ଜାହ୍ନବୀ ମୁଖାର୍ଜୀ, ତାନିୟା ଚକ୍ରବର୍ତୀ, ଦେବେନ୍ଦ୍ର ବେହେରା (ରାଇଘର), ରବିଶଙ୍କର ମାଝୀ (ଗଂଜାମ), ଅର୍ଜିକା ଘୋଷ, ଶର୍ମିଷ୍ଠା ଦତ୍ତ (କୋଲକାତା), ଇନ୍ଦିରା ଭିଏମଡି (ତ୍ରିଭେନ୍ଦ୍ରମ), ଚନ୍ଦ୍ରିକା ମହାପାତ୍ର, ସାରିନା ଏମା୍ରଦ (ଥାଇଲାଂଡ), ମାଧୁରୀ ମୁଖାର୍ଜୀ (କୋଲକାତା), ବୈଶାଳୀ ସରକାର (କୋଲକାତା), ହେମଶ୍ରୀ ମେଧି କାଲିଟା (ଗୌହାଟୀ) ସମେତ ବହୁ କଳାକାର ଯୋଗ ଦେଇ ସେମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ‘ନୃତ୍ୟ ମଧୁରମ’ର ସଭାପତି ସୁବ୍ରତ ଭୂୟାଁ, ସାଧାରଣ ସଂପାଦିକ ଲୁସି ଦାସ, ନିର୍ଦେଶକ ଜଗଜିତ ସିଂ ପ୍ରମୁଖ ପରିଚାଳନା କରିଥିଲେ । ମିନାକ୍ଷୀ ଦର ସ, ଅନିଲ ମଳ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS