ଉତ୍ତରାଖଣ୍ଡରେ ବସ ଦୁର୍ଘଟଣାରେ ୪୮ ମୃତ
ଡ଼େହେରାଡୁନ, ଜୁଲାଇ ୦୨ (ମୋ ଅନୁଭବ): ରବିବାର ସକାଳେ ଉତ୍ତରାଖଣ୍ଡର ପାଉରୀ ଗରୱାଲ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ଗିରିଖାତକୁ ଖସି ପଡିବାରୁ ବସରେ ଥିବା ୬୦ ଯାତ୍ରୀଙ୍କ ମଧ୍ୟରୁ ୪୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୨ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣଙ୍କୁ ଧୁମକୋଟ ହସପିଟାଲ ନିଆଯିବା ପରେ ମୃତ୍ୟୁ ଘଟିଛି । ୨୨ ଆସନ ବିଶିଷ୍ଟ ଏହି ବସ୍ ୬୦ ଯାତ୍ରୀଙ୍କୁ ନେଇ ଭାଉନରୁ ରାମନଗର ଯାଉଥିଲା । ମୃତକଙ୍କ ମଧ୍ୟରେ ୨୨ ଜଣ ପୁରୁଷ, ୧୬ ଜଣ ମହିଳା ଓ ୧୦ ଜଣ ଶିଶୁ ଥିବା ଜଣାପଡିଛି । ଆବଶ୍ୟକ ସାଧନ ଅଭାବରୁ ପୁଲିସକୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହୋଇ ଥିଲା । ରାଜ୍ୟ ସରକାର ଆହତମାନଙ୍କୁ ବିମାନ ଯୋଗେ ରିଷିକେଶସ୍ଥିତ ଅଲ୍ ଇଂଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମସ୍)କୁ ସ୍ଥାନାନ୍ତର ବ୍ୟବସ୍ଥା କରିଥିଲେ । ତେବେ, ପାଗ ଖରାପ ଯୋଗୁ ହେଲିକେପଟର ଉଡାଣ ସମ୍ଭବ ହୋଇ ନ ଥିଲା। ସ୍ଥାନୀୟ ଏକ ହସପିଟାଲରେ ସେମାନେ ଚିକିତ୍ସାଧିନ ଅଛନ୍ତି । ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଆହତଙ୍କ ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାର ଏକ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ପାଇଁ ଆଦେଶ ଦିଆଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS