ଗୋଟିଏ ପରିବାରର ୧୧ ସଦସ୍ୟଙ୍କୁ ହତ୍ୟା !
ନୂଆଦିଲ୍ଲୀ, ଜୁଲାଇ ୦୨: ଉତ୍ତର ଦିଲ୍ଲୀର ବୁରାରୀ ଅଂଚଳରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି । ସେମାନେ ଆତ୍ମହତ୍ୟ କରିଥିବା କୁହାଯାଉଥିଲେ ମଧ୍ୟ ପୁଲିସର ଫୋରେନ୍ସିକ ତଦନ୍ତ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଦେହ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇ ନାହିଁ । ତେବେ, ଘଟଣାସ୍ଥଳର ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖି ପୁଲିସ ଦୁଇ ଦିନ ପୂର୍ବରୁ ଏହି ହତ୍ୟା ଯୋଜନା ହୋଇଥିଲା ବୋଲି ଅନୁମାନ କରୁଛି । ପରିବାର ସଦସ୍ୟଙ୍କୁ ପ୍ରଥମେ ଖାଦ୍ୟରେ ନିଶା ଦେଇ ଅଚେତ କରାଯିବା ପରେ ସେମାନଙ୍କ ହାତ ଦୁଇଟିକୁ ବାନ୍ଧି ଦଉଡିରେ ଝୁଲାଇ ଦିଆ ଯାଇଥିବା ସନ୍ଦେହ କରାଯାଉଛି । ପରିବାରର ଜଣେ ୬୦ ବର୍ଷ ବୟସ୍କା ସଦସ୍ୟା ବେକ କଟା ଅବସ୍ଥାରେ ସେଠାରେ ପଡି ଥିବା ଦେଖିବାକୁ ମିଳି ଥିଲା । ତେଣୁ, ପୁଲିସ ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଦେହ କରୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS