ସିଡ଼ବ୍ଲୁଏସ୍ ହସପିଟାଲର ନୂତନ କେନ୍ଦ୍ର ଉଦଘାଟିତ
ରାଉରକେଲା, ୩୦ ଅଗଷ୍ଟ (ମୋଅନୁଭବ.କମ୍): ଜଗଦା ସ୍ଥିତ କମ୍ୟୁନିଟି ୱେଲଫେୟାର ସୋସାଇଟି ହସପିଟାଲ ତରଫରୁ ସେକ୍ଟର-୧୮ ସ୍ଥିତ ଆମ୍ବାଗାନ ବଜାର ନିକଟରେ ଏକ ଶାଖା କେନ୍ଦ୍ର ଅନୁଷ୍ଠାନର ସଭାପତି ଅଧ୍ୟକ୍ଷ ଫାଦର ବେନିଚେନ କେ. ପିଟରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ବିଶେଷକରି ଏହି କେନ୍ଦ୍ର ଚକ୍ଷୁ ରୋଗ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ । ସନ୍ଧ୍ୟା ୬ରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରତିଦିନ ଏହି କେନ୍ଦ୍ର ଖୋଲା ରହିବ ବୋଲି ହସପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଉଦଘାଟନ ଉତ୍ସବରେ ଚକ୍ଷୁ ରୋଗ ବିଶେଷଜ୍ଞ ଡ.ବି.ବି ରାଓ ସଭାପତିତ୍ୱ କରିଥିବା ବେଳେ ହସପିଟାଲ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS