ଏସୀୟ କପ୍ କ୍ରିକେଟ୍: ଭାରତ ନିକଟରୁ ପାକିସ୍ତାନ ହାରିଲା ୮ ୱିକେଟରେ
ଦୁବାଇ, ୨୦ସେପ୍ଟେମ୍ବର: ଏଠାର ଚାଲି ଥିବା ଏସୀୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟର ଗୃପ୍ -ଏ ମ୍ୟାଚରେ ବୁଧବାର ଦିନ ଭାରତ ତାହାର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮ ୱିକେଟରେ ହରାଇଛି । ଭାରତ ପ୍ରଥମେ ଫିଲଡିଂ କରି ପାକିସ୍ତାନକୁ ୪୩.୧ ଓଭରରେ ୧୬୨ ରନରେ ଧରାଶାୟୀ କରିଥିବା ବେଳେ ଭାରତୀୟ ଟିମ୍ ୨୯ ଓଭରରେ ୧୬୪ ରନ କରି ମ୍ୟାଚକୁ ଜିତି ନେଇ ଥିଲେ । ଭାରତୀୟ ପେସର୍ ଭୁବନେଶ୍ୱର କୁମାର ଓ ପାର୍ଟ-ଟାଇମ୍ ଅଫ୍-ସ୍ପିନର କେଦାର ଯାଦବ ଚମକ୍ରାର ବୋଲିଂ ମାଧ୍ୟମରେ ତିନି ୱିକେଟ୍ ଲେଖାଏଁ ନେଇ ପାକିସ୍ତାନକୁ ୧୬୨ ରନ୍ରେ ସୀମିତ ରଖି ଥିଲେ । ଅପରପକ୍ଷରେ, ଭାରତୀୟ ଦଳ ଦୁଇ ୱିକେଟ ବିନିମୟରେ ୨୯ ଓଭରରେ ୧୬୪ ରନ ସଂଗ୍ରହ କରିବା ସହ ମ୍ୟାଚ ଜିତି ନେଇ ଥିଲା । ଭାରତୀୟ ଦଳର ନେତୃତ୍ୱ ନେଇ ଥିବା ରୋହିତ ଶର୍ମା ତିନିଟି ଛକ୍କା ଓ ଛଅଟି ଚୌକା ମାଧ୍ୟମରେ ୩୯ଟି ବଲରେ ୫୨ ରନ ସଂଗ୍ରହ କରି ଥିବା ବେଳେ ଅନ୍ୟତମ ଓପନର୍ ଶିଖର ଧାବନ ୪୬ ରନ କରିଥିଲେ । ଭାରତ ୨୧ ଓଭର ହାତରେ ଥାଇ ୮ ୱିକେଟରେ ମ୍ୟାଚ ଜିତି ଥିଲା ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS