‘ତ୍ରିପଲ୍ ତଲାକ୍’ ଧର୍ତର୍ବ୍ୟ ଅପରାଧ ହେଲା
ନୂଆଦିଲ୍ଲୀ, ୨୦ସେପ୍ଟେମ୍ବର: ମୁସଲିମ୍ ପରିବାରରେ ତିନି ଥର ତଲାକ୍ ତଲାକ୍ ତଲାକ୍ (ତ୍ରିପଲ୍ ତଲାକ୍) କହି ତୁରନ୍ତ ବିବାହତା ପତ୍ନୀଙ୍କୁ ଛାଡପତ୍ର ଦେବାର ଯେଉଁ ପରଂପରା ରହି ଆସିଛି ତାହାକୁ ଏବେ ଧର୍ତର୍ବ୍ୟ ଅପରାଧ ଭାବେ ବିଚାରକୁ କରାଯିବ । କେନ୍ଦ୍ର ସରକାର ଏସଂପର୍କରେ ଏକ ଅଧ୍ୟାଦେଶ ଜାରି କରିବା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦିନ ତାହାକୁ ସ୍ୱୀକୃତି ଦେଇଛନ୍ତି । ଫଳରେ, ତିନି ଥର ତଲାକ୍ କହି ପତ୍ନୀକୁ ଛାଡପତ୍ର ଦେଲେ ସ୍ୱାମୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯାଇ ପାରିବ । ଅଧ୍ୟାଦେଶରେ ତ୍ରିପଲ୍ ତଲାକ୍ ମାଧ୍ୟମରେ ଛାଡପତ୍ର ଦେଉଥିବା ସ୍ୱାମୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ଦଣ୍ଡର ଦଣ୍ଡିତ କରାଯିବାର ପ୍ରାବଧାନ ରହିଛି । ଛାଡପତ୍ର ପାଉ ଥିବା ମହିଳାଙ୍କୁ ଭରଣପୋଷଣ ମିଳିବା ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଆଗକୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ୨୦୧୯ରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୁସଲିମ୍ ମହିଳାଙ୍କୁ ସନ୍ତୁଷ୍ଟ କରିବା ସକାଶେ ଏହି ଅଧ୍ୟାଦେଶ ଆଣି ଥିବା ଚର୍ଚ୍ଚା ହେଉଛି । ବୁଧବାର ଦିନ ରାଷ୍ଟ୍ରପତି ଏହା ଉପରେ ମୋହର ଲାଗାଇ ଥିବାରୁ ଛଅ ମାସ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ପରେ କେନ୍ଦ୍ର ସରକାର ସାଂସଦର ଉଭୟ ସଦନରେ ବିଲ୍ କୁ ପାରିତ କରାଇ ଏହାକୁ ଆଇନରେ ପରିଣତ କରିବାକୁ ପଡିବ । ପୂର୍ବରୁ କେନ୍ଦ୍ର ସରକାର ଲୋକସଭାରେ ତ୍ରିପଲ୍ ତଲାକ୍ ବିଲ୍ ପାରିତ କରାଇଥିଲେ ମଧ୍ୟ ସଂସଦର ଗତ ଅଧିବେଶନର ଶେଷ ଦିବସରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ରାଜ୍ୟସଭାରେ ତାହା ପାରିତ ହୋଇ ପାରି ନ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସ୍ୱାଧୀନତା ଦିବସରେ ଭାଷଣ ପ୍ରସଙ୍ଗରେ ତ୍ରିପଲ୍ ତଲାକ୍ କତା ଉଠାଇ ଏହା ଦ୍ୱାରା ଦୁର୍ଦ୍ଦିନର ସମ୍ମୁଖୀନ ହେଉଥିବା ମୁସଲିମ୍ ମହିଳାମାନଙ୍କୁ ପ୍ରଚଳିତ ତ୍ରିପଲ୍ ତଲାକ୍ ବ୍ୟବସ୍ଥାରୁ ମୁକ୍ତି ଦେବାକୁ ସବୁମନ୍ତେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ । ସଂସଦରେ ଆଗତ ମୂଳ ତ୍ରିପଲ୍ ତଲାକ୍ ବିଲ୍ ରେ କେତେକ ସଂଶୋଧନ କରାଯାଇ ସରକାରଙ୍କ ପକ୍ଷରୁ ଏହି ଅଧ୍ୟାଦେଶ ଜାରି କରାଯାଇ ଥିବା ସୂଚନା ମିଳିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS