ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କଲେ ଏମ.ଜେ. ଆକବର


ନୂଆଦିଲ୍ଲୀ,୧୬ ଅକ୍ଟୋବର: କେନ୍ଦ୍ର ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଏମ.ଜେ. ଆକବର ସୋମବାର ଦିନ ଏଠାକାର ପାତିଆଲା ହାଉସ କୋର୍ଟରେ ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ ଏକ ଆପରାଧିକ ମାନହାନୀ ମାମଲା ରୁଜୁ କରିଛନ୍ତି । ରମଣୀ ନିକଟରେ ମନ୍ତ୍ରୀ ଆକବରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣି ଆକବରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ । ମନ୍ତ୍ରୀ ଆକବରଙ୍କ ପାଇଁ ତାଙ୍କ ଓକିଲ କରଂଜୱାଲା ଏଣ୍ଡ କଂପାନୀ ପକ୍ଷରୁ ଏହି ମାମଲା ଦାଏର କରାଯାଇଛି । ରମଣୀଙ୍କ ବିରୋଧରେ ଆଇପିସିର ୪୯୯ ଓ ୫୦୦ ଦଫାରେ ମାମଲା ରୁଜୁ ହୋଇଛି । ମନ୍ତ୍ରୀ ଏମ.ଜେ. ଆକବର ‘ଦି ଟେଲିଗ୍ରାଫ୍’ ଓ ‘ଏସିଆନ ଏଜ୍’ର ସଂପାଦକ ଥିବା ସମୟରେ ରମଣୀ ସାମ୍ବାଦିକତା କରୁଥିଲେ । ତାଙ୍କ ପ୍ରତି ଯୌନ ଶୋଷଣ ହୋଇଥିବା ଦୀର୍ଘ ବର୍ଷ ପରେ ରମଣୀ ଅଭିଯୋଗ କରିଛନ୍ତି । ରମଣୀଙ୍କ ଅଭିଯୋଗ ମାନହାନୀସୂଚକ ଦର୍ଶାଇ ଆକବର ଏହି ମାମଲା ରୁଜୁ କରିଛନ୍ତି।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS