‘ସ୍ୱସ୍ତି ସାହିତ୍ୟ ସଂସଦ’ ତରଫରୁ ମାସିକ ସାହିତ୍ୟ ସଭା ଓ ଆଲୋଚନାଚକ୍ର
ରାଉରକେଲା : ହୃଷିକେଶ ରାୟ କଲେଜ ପରିସରରେ ସ୍ୱସ୍ତି ସାହିତ୍ୟ ସଂସଦ ତରଫରୁ ମାସିକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରସାଶନିକ ଅଧିକାରୀ ତଥା ଅନୁଷ୍ଠାନର ସଭାପତି ମହେନ୍ଦ୍ର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରଥମେ ବିଭୂତି ଭୂଷଣ ଦାସ ‘ଗଣତନ୍ତ୍ରର ମଂତ୍ର’ ଶୀର୍ଷକ ଉପରେ ମତ ରଖିବା ସହ ଭାରତୀୟ ସମ୍ବିଧାନକୁ ପୃଥିବୀର ଶ୍ରେଷ୍ଠ ସମ୍ବିଧାନ ବୋଲି ଉଲ୍ଳେଖ କରିଥିଲେ । ଏହି ଅବସରରେ ଡ. ବିଭୂତି ଭୂଷଣ ମିଶ୍ର, ସୁରେଶ ଚନ୍ଦ୍ର ଭୋଇ ଓ ଶିବ ପ୍ରସାଦ ଦାସ ପ୍ରମୁଖ ସ୍ୱରଚିତ ଗଳ୍ପ ପାଠ କରିଥିବା ବେଳେ କବି ସୁଶାନ୍ତ ଦାଶ, ସୁନୀଲ ମହାନ୍ତି କବିତା ଆବୃତି କରିଥିଲେ । ଶିଶୁ କଳାକାର ଶ୍ରୀଦୁର୍ଗା ପ୍ରସାଦ ଦାସ ବ୍ୟଙ୍ଗ କବିତା ଆବୃତି କରିଥିଲେ । କବି ମୀନକେତନ ପଶାୟତ କବିତାର ସମୀକ୍ଷା କରିଥିବା ବେଳ ରିମସ୍ ର ଅଧ୍ୟକ୍ଷ ପ୍ରଫେସର ଶଂକର ପ୍ରସାଦ ତ୍ରିପାଠୀ ଓ ଗାଳ୍ପିକ ନୃସିଂହ ବିଶ୍ୱାଳ ଗଳ୍ପ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାଳ୍ପିକ କାଶିନାଥ ନନ୍ଦୀ, ଭଂଜ କଳା କେନ୍ଦ୍ରର ସଭାପତି ଗୋପୀନାଥ ପଟ୍ଟନାୟକଙ୍କ ସମେତ ବହୁ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ । ଅନୁଷ୍ଠାନର ସାଧାରଣ ସଂପାଦକ ରାଜୀବ ପାଣି ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ କବିୟତ୍ରୀ ଅଙ୍ଗୁରବାଳା ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ରାଜ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS