ନାଟକ ସହ ଦର୍ଶକଙ୍କୁ ଯୋଡିବା ଲାଗି ଆହ୍ୱାନ
ରାଉରକେଲା: ରାଉରକେଲା ଷ୍ଟିଲ ପ୍ଳାଂଟ ଓ ନାଟ୍ୟ ଅନୁଷ୍ଠାନ ‘ସଂକଳ୍ପ’ ତରଫରୁ ଆୟୋଜିତ ନାଟକ ମହୋସôବର ଦ୍ୱିତୀୟ ସଂଧ୍ୟା ପ୍ରଥମାର୍ଦ୍ଧରେ ଅନୁଗୁଳ ନାଲୋକ ନଗର ‘ଗ୍ରୀନ ରୁମ୍’ ନାଟ୍ୟ ସଂସ୍ଥା ତରଫରୁ ନାଟ୍ୟକାର ବୈରାଗୀ ମଲ୍ଲିକଙ୍କ ରଚିତ ଓ ନିର୍ଦେଶିତ ନାଟକ ‘ଦ୍ୱିତୀୟ ମୃତ୍ୟୁ’ ପ୍ରଦର୍ଶିତ ହୋଇଥିଲା । ମୁଖ୍ୟତଃ ମୃତ୍ୟୁ ପରେ ହିନ୍ଦୁ ପରିବାରରେ ଶୁଦ୍ଧି କାର୍ଯ୍ୟକୁ ନେଇ ଯେଉଁ ଭଳି ଅନ୍ଧ ପରଂପରା ରହିଛି ତାହା ଉପରେ ନାଟକର କାହାଣୀ ଆଧାରିତ ଥିଲା । ଆମ ସମାଜରେ ଅନେକ ପରିବାରରେ ବାପା ମା ବଂଚିଥିବା ବେଳେ ପୁତ୍ର ସନ୍ତାନମାନେ ସେମାନଙ୍କ ଉପଯୁକ୍ତ ଯତ୍ନ ନେଉ ନ ଥିବାବେଳେ ମୃତ୍ୟୁ ପରେ ଆତ୍ମା ଶାନ୍ତି ପାଇଁ ଯେଉଁ ଭଳି ଲୋକ ଦେଖାଣିଆ କାର୍ଯ୍ୟ କରୁଛନ୍ତି ଏବଂ ହିନ୍ଦୁ ଧର୍ମରେ ଏବେ ବି ଯେଉଁ ବ୍ରାହ୍ମଣବାଦର କୁତ୍ସିତ ରୂପ ରହିଛି ତାହାକୁ ନାଟକଟିରେ ଅତି ଚମତ୍କାର ଭାବେ ପ୍ରଦର୍ଶନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ନାଟ୍ୟକାର ସୁବାସ ପ୍ରଧାନଙ୍କ ରଚିତ ଓ ନିର୍ଦେଶିତ ବେଲପାହାଡର ପ୍ରସିନ୍ଧ ନାଟ୍ୟ ଅନୁଷ୍ଠାନ ‘ଦି ମିରର୍’ତରଫରୁ ନାଟକ ‘ଅପ୍ରେଲ୍-୨୭’ ପରିବେଷଣ ହୋଇଥିଲା । ନାଟକଟି ପ୍ରେମ ଓ ପ୍ରେମଜନିତ ବିଫଳତାକୁ ନେଇ ଆଧାରିତ ଥିଲା । ନାଟକରେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ପ୍ରେମିକାକୁ ପ୍ରେମିକଟି ପରିସ୍ଥିତରେ ପଡି ହତ୍ୟା କରିଛି । ପ୍ରେମ ଜନିତ ବିବାହ କ୍ଷେତ୍ରରେ ରହି ଆସି ଥିବା ପ୍ରତିବନ୍ଧକକୁ ନାଟ୍ୟକାର ଅତି ଚମତ୍କାର ଭାବେ ଏହି ନାଟକ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ।
ତୃତୀୟ ସଂଧ୍ୟାରେ ହୀରାକୁଦର ‘ଶବ୍ଦ’ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିରୁପାକ୍ଷ ପ୍ରଧାନଙ୍କ ରଚିତ ଓ ନିର୍ଦେଶିତ ନାଟକ ‘ପବିତ୍ର ସଂପକ’ର୍ ମଂଚସ୍ଥ ହୋଇଥିଲା । ସାମାଜିକ ଜୀବନ ଓ ପାରିବାରିକ ଜୀବନରେ ଜଣେ ବ୍ୟକ୍ତି ଅନେକ ସଂପର୍କ ଗଢ଼ିଥାଏ । ପରକୁ ଆପଣାର କରେ । କିନ୍ତୁ, ଏମିତି ବି ବେଳେ ବେଳେ ନିଜ ଭୁଲ୍ ଯୋଗୁଁ ନିଜ ସ୍ୱୀ ଓ ଝିଅ ମଧ୍ୟ ପର ହୋଇ ଯାଆନ୍ତି । ତାହା ଏହି ନାଟକ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ନାଟକର ମୁଖ୍ୟ ଚରିତ୍ର ଅକାଶ ହୋତା ନିଜ ସ୍ତ୍ରୀ ବର୍ଷା ଓ ପିହୁ ଠାରୁ ଦୂରେଇ ଯାଇଥିବା ବେଳେ ରକ୍ତ ସଂପର୍କିୟ ନ ଥିବା ପ୍ରାଚୀକୁ ସନ୍ତାନ ଭାବେ କୋଳାଇ ନେଇଥିବା ଦେଖିବାକୁ ମିଳିଥିଲା । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲା ଖଟଖଟିଆର ନାଟ୍ୟ ଦଳ ‘ଯାତ୍୍ରୀ’ ତରଫରୁ ନାଟକ ‘ସଂଘର୍ଷ’ ପ୍ରଦର୍ଶିତ ହୋଇଥିଲା । ନାଟକଟି ମୁଖ୍ୟତଃ ଲୋକ କଳା ବଂଚାଇ ରଖିବାକୁ ସଂଘର୍ଷ, ଗାଁରେ ଥିôବା ଜାତିଆଣ ମନୋଭାବ, ସାହୁକାର ଓ କରଜ ବ୍ୟବସ୍ଥା ଓ ଅର୍ଥନୈତିକ ଶୋଷଣ ଉପରେ ଆଧାରିତ ଥିଲା ।
ଚତୁର୍ଥ ସଂଧ୍ୟାରେ ବାଲେଶ୍ୱରର ନାଟ୍ୟ ଦଳ ‘ଶୋଭା’ ତରଫରୁ ସ୍ୱର୍ଗତ ପୁରୁଷୋତ୍ତମ ଭୂୟାଁଙ୍କ ରଚିତ ଓ ରାମଚନ୍ଦ୍ର ମହାପାତ୍ରଙ୍କ ନିର୍ଦେଶିତ ନାଟକ ‘ମହାନଗରୀ’ ପ୍ରଦର୍ଶିତ ହୋଇଥିଲା । ନାଟକ ମହାନଗରୀରେ ନାଟ୍ୟକାର ଚମକ୍ରାର ଢ଼ଙ୍ଗରେ ମହାନଗରୀ ମଣିଷମାନଙ୍କ ଅମଣିଷ ପଣିଆକୁ ନାଟକରେ ରୂପ ଦେବାରେ ସଫଳ ହୋଇଛନ୍ତି । ଅନ୍ୟ ପକ୍ଷରେ, ‘ମହାନଗରୀ’ରେ ଅସାମାଜିକ କାର୍ଯ୍ୟରେ ଜଡିତ ଜଣେ ବ୍ୟକ୍ତି ଅନ୍ୟମାନଙ୍କୁ ସତ୍ କାର୍ଯ୍ୟ ଲାଗି ପ୍ରେରିତ କରୁ ଥିବା ପ୍ରଦର୍ଶିତ ହୋଇଛି। ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରର ନାଟ୍ୟ ସଂସ୍ଥା ‘ପଂଚଧ୍ୱନୀ’ର କଳାକାର ମାନଙ୍କ ଦ୍ୱାରା ସୁବାସ ମାହାପାତ୍ରଙ୍କ ରଚିତ ଓ ଦିପ୍ତି ରଂଜନ ଦାଶଙ୍କ ନିର୍ଦେଶିତ ନାଟକ ‘ଅବୁଝା ରାଜାକୁ ପାଳ ବିଂଡା ମନ୍ତ୍ରୀ’ ପ୍ରଦର୍ଶିତ ହୋଇଥିଲ । ରାଜାଙ୍କ ମୁର୍ଖତା ଦ୍ୱାରା ପ୍ରଜାମାନେ ଶୋଷଣର ଶିକାର ହେବା ଏବଂ ଧନୀ ଅଧିକ ଧନୀ ହେବା ଦ୍ୱାରା ସମାଜରେ ସାମାଜିକ ବୈଷମ୍ୟତା ଦେଖାଦେଇଛି । କ୍ରମଶଃ ରାଜାଙ୍କ ଶୋଷଣର ଜ୍ଜ୍ୱାଳା ପ୍ରଜାଙ୍କୁ ଗଣତନ୍ତ୍ରର ରାସ୍ତା ଦେଖାଇଛି । ଏହା ଥିଲା ନାଟକର ବିଷୟ ବସ୍ତୁ।
‘ସଂକଳ୍ପ’ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଆରଏସପିର ମହାପ୍ରବନ୍ଧକ ହୀରାଲାଲ ମହାପାତ୍ର, ତୃତୀୟ ଦିବସରେ ସମାଜସେବୀ ଫକୀର ଚରଣ ମହାନ୍ତି, ଚତୁର୍ଥ ଦିବସରେ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଟ୍ୟ ମହୋତ୍ସବର ପ୍ରଶଂସା କରିଥିଲେ । ତେବେ, ଦର୍ଶକଙ୍କ ଉପସ୍ଥିତି କମ୍ ଥିବା ନେଇ ସେମାନେ ଉଦ୍ବେଗ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷା ମଂଜୁ ମୁଖାର୍ଜୀ, ସଭାପତି ସୁଜିତ କୁମାର ବିଶ୍ୱାସ, କିଶୋରୀ ଦାଶ, କୁଂଜନଲାଲ ବୋଷ, ଅଶୋକ ବଳ, ସରୋଜ କୁମାର କବି, ପ୍ରବିର ଜେନା, ଦିବ୍ୟାନ୍ଦୁ କୁଂଡୁ ପ୍ରମୁଖ ପରିଚାଳନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS