ମେଗା ଶିଶୁ ଦିବସ ପାଳିତ
ରାଉରକେଲା,୧୫ ନଭେମ୍ବର (ମୋଅନୁଭବ. କମ୍): ସ୍ୱେଚ୍ଛାସେବୀ ଅନୁଷ୍ଠାନ କମ୍ୟୁନିଟି ୱେଲଫେୟାର ସୋସାଇଟି ତରଫରୁ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ରାଉରକେଲାର ଚାରିଟି ସ୍ଥାନରେ ମେଗା ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୀତଳପଡା ବସ୍ତିରେ ଅଡଭୋକେଟ ବବିତା ମହାପାତ୍ର, ଜଗନ୍ନାଥ ଆଶ୍ରମ ଠାରେ ଡ. ଜ୍ଞାନରଂଜନ ଗିରି, ଜାମଟୋଲୀ ବସ୍ତି ଏକତା କ୍ଳବ୍ ଠାରେ କ୍ରୀଡାବିତ୍ ଭାସ୍କର ନନ୍ଦ, ସେକ୍ଟର -୨ ଠାରେ ଶିକ୍ଷାବିତ୍ ଶୁଭଶାନ୍ତି ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅଶାମଣି ଦାସ, ଶ୍ରଦ୍ଧା ଷଡଙ୍ଗୀ, ରାଜ ଲକ୍ଷ୍ମୀ ଦେବତା, ରମାକାନ୍ତ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛୋଟ ଛୋଟ ଶିଶୁଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସହର ତଳି ବସ୍ତି ମାନଙ୍କରେ ରହୁ ଥିବା ବହୁ ପ୍ରତିଭାଙ୍କୁ ଚୟନ କରାଯିବା ସହ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ରାଉରକେଲା ଅନ୍ତର୍ଗତ ଦୁର୍ଗାପୁର, ଜଗନ୍ନାଥ ଆଶ୍ରମ, ନୟାବଜାର, ନନ୍ଦପଡା, ଦେଓଗାଁ କୁଷ୍ଠ କଲୋନୀର ଛୋଟ ଛୋଟ ପିଲାଙ୍କୁ ନେଇ ସେକ୍ଟର-୬ ଜଗନ୍ନାଥ ଆଶ୍ରମରେ ନିଆରା ଢ଼ଙ୍ଗରେ ପ୍ରଥମ କରି ଶିଶୁ ମହୋତ୍ସବ ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲାର ବିଭିନ୍ନ ବସ୍ତିର ଛୋଟ ଛୋଟ ଛୁଆ ମାନେ ସେମାନଙ୍କ କଳାନୈପୁଣ୍ୟ ଦେଖାଇ ଥିଲେ । ସିଡବ୍ଲ୍ୟୁଏସର ସେକ୍ରେଟାରୀ ଫାଦର ବେନିଚେନ କେ ପିଟର ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ବସ୍ତିରେ ରହୁଥିବା ଶିଶୁ ମାନଙ୍କ ବୌଦ୍ଧିକ ବିକାଶ ଲାଗି ସିଡବ୍ଲ୍ୟୁଏସ୍ ଏପରି ଏକ ମେଗା କାର୍ଯ୍ୟକ୍ରମ ଆୟୋଜନ କରିଥିବା ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂଯୋଜକ ଶିବ ପ୍ରସାଦ ଦାସ, ପ୍ରଫୁଲ୍ଲ କୁମାର ଲାକ୍ରା, ବ୍ରଦର ରାଜେଶ, ସିଷ୍ଟର କୁସୁମ, ସିଷ୍ଟର କୁମୁଦୁନି ପ୍ରମୁଖ ବିଭିନ୍ନ ସ୍ଥାନରେ ସଂଯୋଜନା କରିଥିବା ବେଳେ ଆନିମେଟର ସୌଭାଗିନି ମହାନ୍ତି, ରୀନା ମହାନ୍ତି, ରାଧା ଭୂୟାଁ, ମଧୁସ୍ମିତା ବୈଠା, ସବିତା ପାତ୍ର, ସରିତା ନାୟକ, ବିଦେଶିନି ସଲମା, ପଦ୍ମିନୀ ଦିପ୍ ଓ ଅନ୍ୟାନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS