ସେକ୍ଟର-୬ ଜାମଟୋଲୀ ବସ୍ତିରେ ସ୍ୱଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା : କମ୍ୟୁନିଟି ୱେଲଫେୟାର ସୋଇଟି ତରଫରୁ ମାନବିକ ଅଧିକାର ଦିବସ ପାଳନ ଅବସରରେ ସେକ୍ଟର-୬ ସ୍ଥିତ ବିନ୍ ବସ୍ତି ଠାରେ ଏକ ସାଧରଣ ସଭା ଅନୁଷ୍ଠିତ ହେବା ସହ ଜାମ ଟୋଲୀ ବସ୍ତି ପରିସରରେ ଥିବା ନାଳ ଗୁୂଡିକୁ ପରିଷ୍କାର କରାଯାଇ ବସ୍ତି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ଏକ ର୍ୟାଲି ସୁବାଷ ପଲ୍ଲୀ ଜାମଟୋଲୀ ବସ୍ତି ଓ ବିନ୍ ବସ୍ତି ପରିକ୍ରମା କରିବା ସହ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କୁ ସ୍ୱଛତା ସଂପର୍କରେ ଅବଗତ କରେଇ ଥିଲା । ମାନବିକ ଅଧିକାର ସଂପର୍କରେ ମଧ୍ୟ ଏହି ଅବସରରେ ସୂଚନା ଦିଆଯାଇ ଥିଲା । କାର୍ଯ୍ୟକ୍ରମରେ ରିସର୍ସ ପର୍ସନ ଭାବେ ସିଷ୍ଟର ପ୍ରମିଳା ଯୋଗ ଦେଇ ବସ୍ତି ସ୍ୱଛତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆନିମେଟର ସୌଭାଗିନୀ ମହାନ୍ତି, ସୁଜାତା ସାମନ୍ତରାୟ, ସରିତା ନାୟକ, ବିଦେଶିନୀ ସଲମା, ପଦ୍ମିନୀ ଦିପ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ରଦର ରାଜେଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସ୍ଥାନୀୟ ବସ୍ତି ବାସିନ୍ଦା ଏଥିରେ ସହଯୋଗ କରିଥିଲେ । ଦୁଇ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS