ରାଉରକେଲାରେ ସର୍ବଭାରତୀୟ ବହୁଭାଷୀ ନାଟକ ମହୋତ୍ସବ
ରାଉରେକେଲା, ୨୩ ଡ଼ିସେମ୍ବର (ମୋଅନୁଭବ.କମ୍): ରାଉରକେଲା ସଭିକ ସେଂଟର ଠାରେ ୨୯ ତମ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଡିସେମ୍ବର ୨୦ରୁ ଆରମ୍ଭ ହୋଇଛି । ପ୍ରାରମ୍ଭ ଦିବସରେ ଗାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କ ମୂଳ ଗଳ୍ପ ‘ନୟନପୁର ଏକ୍ସପ୍ରେସ୍’ ପ୍ରଦର୍ଶିତ ହୋଇଥିଲା । ଏହ ନାଟକକୁ ନାଟ୍ୟକାର ସଂଜୟ ହାତୀ ନାଟ୍ୟରୂପ ଦେଇଥିବା ବେଳେ ନାଟ୍ୟ ନିଦେ୍ର୍ଦଶକ ସଂଗ୍ରାମ ପତି ନିର୍ଦେଶନା ଦେଇଥିଲେ । ରାଉରକେଲାର ନାଟ୍ୟ ଅନୁଷ୍ଠାନ ‘ରଂଙ୍ଗମଂଚ’ର କଳାକାରମାନେ ନାଟକ ପରିବେଷଣ କରିଥିଲେ । ଦ୍ୱିତୀୟ ଦିବସରେ ଡେରାଡୁନସ୍ଥିତ ‘ଡୁନଘାଟୀ ରଂଗମଂଚ’ କଳାକାରଙ୍କ ଦ୍ୱାରା ଗିରିଷ କନ୍ନଡଙ୍କ ରଚିତ ହିନ୍ଦୀ ନାଟକ ‘ତୁଗଲକ’ ପ୍ରଦର୍ଶିତ ହୋଇଥିଲା । ନାଟକଟିକୁ ବ୍ରଜେଶ ନାରାୟଣ ନିର୍ଦେଶନା ଦେଇ ଥିବା ବେଳେ ନାଟ୍ୟକାର ବ୍ରଜେଶଙ୍କ ପରିବାରର ତିନି ପିଢ଼ି ନାଟକରେ ଅଭିନୟ କରିବା ଦର୍ଶକ ମାନଙ୍କୁ ଆମୋଦିତ କରିଥିଲା । ନାଟକ ‘ତୁଗଲକ’ ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ଥିଲା । ମହମ୍ମଦ ବିନ୍ ତୁଗଲକଙ୍କ ଶାସନ ଏବଂ ଶାସନରେ ଥିବା ବ୍ୟବସ୍ଥାଗତ ତୃଟି, କ୍ଷମତାଲିପସାକୁ ନିଖୁଣ ଭାବେ ପରିବେଷଣ କରାଯାଇଥିଲା । ନାଟକଟି ଦର୍ଶକଙ୍କୁ ବିମୋହିତ କରିଥିଲା। ତୃତୀୟ ଦିବସରେ ଭୁବନେଶ୍ୱରର ନାଟ୍ୟ ଅନୁଷ୍ଠାନ ‘ଶ୍ୱେତପଦ୍ମା’ ପକ୍ଷରୁ ନାଟକ ‘ଅଚିହ୍ନା ରାଇଜରେ ମଣିଷ’ ପରିବେଷିତ ହୋଇଥିଲା । ନାଟ୍ୟକାର ପ୍ରଦୀପ ବିଶ୍ୱାଳ ନାଟକର ନିର୍ଦେଶନା ଦେଇଥିବା ବେଳେ ନାଟକଟି ଏକ କାଳ୍ପନିକ ଚରିତ୍ର, କଳ୍ପନା ରାଜ୍ୟ ଓ ପ୍ରେମର ମହାନତା ଉପରେ ଆଧାରିତ ଥିଲା । ୨୭ ତାରିଖ ଯାଏଁ ଏହି ମହୋତ୍ସବ ଚାଲିବ । ଏଥିରେ ପଂଜାବ, ମଣିପୁର, ଝାରଖଂଡ, ବାଂଲାଦେଶ, ପଶ୍ଚିମବଂଗର ନାଟ୍ୟ ଅନୁଷ୍ଠାନ ମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।
କମ୍ୟୁନିଟି ୱେଲଫେୟାର ତରଫରୁ ବଡଦିନ ପର୍ବ ପାଳିତ
ରାଉରକେଲା, ୨୩ ଡ଼ିସେମ୍ବର (ମୋଅନୁଭବ.କମ୍): ସ୍ୱେଚ୍ଛାସେବୀ ସଂସ୍ଥା କମ୍ୟୁନିଟି ୱେଲଫେୟାର ତରଫରୁ ବଡଦିନ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାର କୋର୍ଡିନେଟର ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିବା ବେଳେ ଫାଦର ବଡଦିନର ମହତ୍ୱ ଓ ଧାର୍ମିକ ସଂହିଷ୍ଣୁତା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କୋର୍ଡିନେଟର ପ୍ରଫୁଲ୍ଲ କୁମାର ଲାକ୍ରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବ୍ରଦର ରାଜେଶ, ସିଷ୍ଟର ପ୍ରମିଳା, ସିଷ୍ଟର କୁସୁମ, କୁମୁଦିନି ପ୍୍ରମୁଖ ଏହାର ପରିଚାଳନା କରିଥିଲେ । ସେକ୍ଟର-୬, ସ୍କେଟର-୨, ଶୀତଳପଡା, ଗୋପବନ୍ଧୁପଳ୍ଲୀ ସେଂଟରର ସ୍ୱେଚ୍ଛାସେବୀମାନେ ବିଭିନ୍ନ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ । ଶେଷରେ ସିଷ୍ଟର ପ୍ରମିଳା ଧନ୍ୟବାଦ ଅର୍ପଣ କରିଥିଲେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS