ଜାତୀୟ ରାଜନୀତିରେ ନୂଆ ମୋଡ..
-ଶିବ ପ୍ରସାଦ ଦାସ-
ସାଧାରଣ ନିର୍ବାଚନକୁ ଆଉ ୪ ମାସ ବାକି ଥିବା ବେଳ ଗତ ନଭେମ୍ବର/ଡ଼ିସେମ୍ବର ମାସରେ ୫ ଟି ରାଜ୍ୟରେ ହୋଇଥିବା ନିର୍ବାଚନକୁ ସେମିଫାଇନଲ ବୋଲି ମନେ କରାଯାଉଥିଲା । ଦେଶର ସମସ୍ତ ଜାତୀୟ ଓ ଆଂଚଳିକ ଦଳ ଏହି ନିର୍ବାଚନ ଫଳାଫଳକୁ ଚାହଁ ବସିଥବା ବେଳେ ଗତ ବିଧାନସଭା ନିର୍ବାଚନରେ ୩ ଟି ହିନ୍ଦୀ ଭାଷାଭାଷୀ ରାଜ୍ୟରେ କଂଗ୍ରେସକୁ ସଫଳତା ମିଳିଛି ଓ ତେଲେଙ୍ଗାନାରେ କଂଗ୍ରେସର ଜନାଧାର କମିବା ସହ ମିଜୋରାମରେ ମଧ୍ୟ ଫଳାଫଳ ଓଲଟା ହୋଇଛି।
କିଛି ଦିନ ହେଲା ସମସ୍ତ ଅଣ ବିଜେପି ଦଳ ଜାତୀୟ ସ୍ତରରେ ଏକ ମହାମେଂଟର ପରିକଳ୍ପନା କରୁଥିବା ବେଳେ ଏହି ମେଂଟର ନେତୃତ୍ୱକୁ ନେଇ ଅନେକ ଅସହମତି ମଧ୍ୟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ସର୍ବବୃହତ ଦଳ ହୋଇ ଜନତାଦଳ(ଏସ୍)କୁ ସରକାର ଗଢ଼ିବାରେ ସହଯୋଗ କରିଥିଲା । ଆଉ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଶପଥଗ୍ରହଣ ଉସôବରେ ସମସ୍ତ ବିରୋଧିଦଳ ଏକତା ପ୍ରଦର୍ଶନ କରିଥିଲେ । କିନ୍ତୁ ପରବର୍ତୀ ସମୟରେ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶରେ ପାରମ୍ପରିକ ଦୁଇ ପ୍ରତିଦ୍ୱନ୍ଦୀ ଦଳ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାତୀ ପାର୍ଟି ଆପୋଷ ବୁଝାମଣା କରିବା ସହ କଂଗ୍ରେସ ଦଳକୁ ଏହି ମେଂଟରେ ସାମିଲ ନ କରିବାକୁ ଉଦ୍ୟମ କରିବା ମହାମେଂଟ ଉଦ୍ୟମକୁ ପରୋକ୍ଷରେ ଧକ୍କା ଦେଇଛି । ଯଦିଓ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଏସପି ଓ ଏସପି କଂଗ୍ରେସକୁ ସର୍ମଥନ କରିଛନ୍ତି କିନ୍ତୁ ଉତ୍ତରପ୍ରଦେଶ ରାଜନୀତିରେ କଂଗ୍ରେସ ଦଳକୁ ଏକଘରକିଆ କରିବା ଜାତୀୟ ରାଜନୀତି ନୂଆ ସମୀକରଣ ଦିଗକୁ ଅଗ୍ରସର ହେଉଥିବା ପରି ମନେ ହେଉଛି ।
ଅନ୍ୟ ପକ୍ଷରେ ଏକଦା ତେଲେଙ୍ଗାନା ଗଠନ ନିମନ୍ତେ କଂଗ୍ରେସ ଦଳ ଅକ୍ଳାନ୍ତ ପରିଶ୍ରମ କରିବା ସହ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଆନ୍ଧ୍ରରେ ବିଭାଜନ କରିବା ସହ ସ୍ୱତନ୍ତ୍ର ତେଲେଙ୍ଗାନା ପ୍ରଦେଶ ଗଠନ କରିଥିଲା । ଯଦ୍ୱାରା ଅନ୍ଧ୍ରପ୍ରଦେଶରେ ଦଳକୁ ବିପୁଳ କ୍ଷତି ସହିବାକୁ ପଡିଥିଲା ଓ ତେଲେଙ୍ଗାନାରେ ମଧ୍ୟ ଦଳକୁ ସଫଳତା ମିଳି ନ ଥିଲା । ଗତ ତେଲେଙ୍ଗାନା ନିର୍ବାଚନରେ ଟିଆରଏସ୍ କୁ ୭୦ ଭାଗ ଭୋଟ ମିଳିବା କଂଗ୍ରେସ ଦଳକୁ ଏକ ବଡ ଧକ୍କା ହୋଇଛି । ତେଲେଙ୍ଗାନାରେ କଂଗ୍ରେସ ଦଳକୁ କ୍ଷତି ହେବା ଓ ଆଂଚଳିକ ଦଳ ଜୟଯୁକ୍ତ ହେବା ପୁଣିଥରେ ତୃତୀୟ ସାମ୍ମୁଖ୍ୟ ଓ ଅଣକଂଗ୍ରେସ-ଅଣବିଜେପି ସାମ୍ମୁଖ୍ୟ ଳାଗି ଏକ ନୂତନ କ୍ଷେତ୍ର ପ୍ରସ୍ତୁତ କରିଛି । ସର୍ବଦା ସୁବିଧାବାଦ ରାଜନୀତିରେ ବିଶ୍ୱାସ କରୁଥିବା ତୃଣମୂଳ କଂଗ୍ରେସ, ବିଜେଡି ପରି କେତେକ ଆଂଚଳିକ ଦଳ ତେଲେଙ୍ଗାନା ନିର୍ବାଚନ ପର ଅଧିକ ଉସôାହତି ହୋଇ ଥିବା ବେଳେ ଆମ୍ ଆଦମୀ ପାର୍ଟି ଆଉ ଏକ ପାଦ ଆଗକୁ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଠାରୁ ମର୍ଯ୍ୟଦାଜନକ ଭାରତରନô ଫେରାଇ ଆଣିବାକୁ ଦିଳ୍ଲୀ ବିଧାନସଭାରେ ପ୍ରସ୍ତାବ ଆଗତ କରିବା ଏହି ରାଜନୀତିକୁ ଆହୁରି ଜଟିଳ କରିଛି । ସାଂପ୍ରତିକ ରାଜନୀତିକୁ ଲକ୍ଷ୍ୟ କଲେ ଗୋଟିଏ କଥା ସ୍ପଷ୍ଟ ଅନୁମାନ ହେଉଛି ଯେ, ଶାସନରେ ଥିବା ବିଜେପି ନିଜର ଜନାଧାରକୁ ଦୃତଗତିରେ ହରାଇବା ସହିତ ନିଜର ମେଂଟ ସହଯୋଗୀଦଳର ବିଶ୍ୱାସ ହରାଇବାରେ ଲାଗି ଥିବା ବେଳେ କଂଗ୍ରେସ ନିଜର ନୂଆ ମେଂଟ ସହଯୋଗୀଙ୍କ ସହ ଉତ୍ତମ ବୁଝାମଣା ଆରମ୍ଭ କରିଛି । ଅନ୍ୟପକ୍ଷରେ କିଛି ଆଂଚଳିକ ଦଳ ଏହି ମୌକାରେ କଂଗ୍ରେସ ଦଳକୁ ଦୁର୍ବଳ କରି ନିଜ ପତିଆରା ବୃଦ୍ଧି କରୁଥିବା ଅନୁମେୟ ।
ସଂପ୍ରତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଜମ୍ମୁ-କାଶ୍ମୀରରେ ନ୍ୟାସନାଲ କନଫରେନସ, ଆନ୍ଧ୍ରପ୍ରଦେଶରେ ଟିଡିପି, ମହାରଷ୍ଟ୍ରରେ ରଷ୍ଟ୍ରବାଦୀ କଂଗ୍ରେସ, ଝାରଖଂଡରେ ଜେଏମଏମ, ବିହାରରେ ଆରଜେଡି, କର୍ଣର୍ାଟକରେ ଜେଡିଏସ୍, ତାମିଲନାଡୁରେ ଡିଏମକେ ସମେତ ବିହାର, ତେଲେଙ୍ଗାନା, ମହାରଷ୍ଟ୍ରରେ ବହୁ ଛୋଟ ଛୋଟ ଦଳ ସମେତ କମ୍ୟୁନିଷ୍ଟ ଦଳ ସହ ଏକ ପ୍ରକାର ନିର୍ବାଚନୀ ବୁଝାମଣା କରି ସାରି ଥିବାବେଳେ ମମତା ବାନାର୍ଜୀ, ମାୟାବତୀ ,ଅଖିଳେଶ, ନବୀନ, ୱାଇ,ସ୍ଆର୍, ଟିଆର୍ଏସ୍, ଆପ୍ ପରି ପ୍ରମୁଖ ଶକ୍ତିଶାଳୀ ଆଂଚଳିକ ଦଳମାନେ ସେମାନଙ୍କ ରାଜନୈତିକ ଦୃଷ୍ଟିଭଙ୍ଗୀ ସ୍ପଷ୍ଟ କରିନାହାନ୍ତି । ଓଡିଶାରେ କଂଗ୍ରେସ ଦଳକୁ ଚେକ୍ମେଟ୍ ଦେବା ଳାଗି ଶାସକ ବିଜେଡି ନୂଆଁ କୃଷି କାର୍ଡ ଆପଣେଇ ଥିôବା ବେଳେ ଦିଳ୍ଲୀ ଓ ପଂଜାବରେ ଶିଖ୍ ମାନଙ୍କୁ ଆକୃଷ୍ଟ କରିବା ଲାଗି କେଜିରିୱାଲ୍ ସରକାର ରାଜୀବ ଗାନ୍ଧୀଙ୍କ ଠାରୁ “ଭାରତ ରନô” ଫେରାଇ ଆଣିବା ପ୍ରସ୍ତାବ ପାରିତ କରିବା ସହ ଶିଖ୍ ସମୁଦାୟଙ୍କୁ ନେଇ ସଂପ୍ରଦାୟିକ କାର୍ଡ ଖେଳିବା ଆରମ୍ଭ କରିଛି ।
କିଛି ଦିନ ତଳେ ଆପ୍ ଓ କଂଗ୍ରେସ ମଧ୍ୟରେ ନିର୍ବାଚନୀ ବୁଝାମଣା କଥା ଆଲୋଚନା ହେଉଥିଲା ବେଳେ ତିନି ଦଶନ୍ଦିର ଶିଖ୍ ଦଙ୍ଗାରେ ଆରୋପି କଂଗ୍ରେସ ନେତାମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ଘଟଣାକୁ ବିଜେପି ବିରୋଧ କରିଥିବା ଏବଂ ଆପ୍ ଆଉ ଏକ ପାଦ ଆଗକୁ ଯାଇ ଗାନ୍ଧୀ ପରିବାରର ଏହି ସ୍ୱର୍ଗତ ନେତାଙ୍କୁ କାଠଗଡାକୁ ଟାଣିବା କେତେ ଦୂର ଉଚିତ୍ (?) ଯାହା ବିଜେପି ଓ ଆପର ଭିତିରି ସଂପର୍କକୁ ନେଇ ମଧ୍ୟ ଅନେକ ଆଲୋଚନା ଶୁଣିବାକୁ ମିଳୁଛି । ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏକ ରାଜନୈତିକ ଦଙ୍ଗାରେ ସଂପୃକ୍ତି ନେଇ ଆପ୍ ନେତାମାନେ ଯେଉଁ ବିବୃତି ଦେଇଛନ୍ତି ତାହା ସଂପୂର୍ଣ୍ଣ ଉଦେ୍ଦଶ୍ୟମୂଳକ, ଏକଥା ଯେକେହି କହିବ । ଅନ୍ୟପକ୍ଷରେ କର୍ଣ୍ଣାଟକ ନିର୍ବାଚନ ପରେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉସôବରେ ବିରୋଧି ଏକତା ଦେଖାଇବାକୁ ଯାଇ ମମତା, ମାୟାବତୀ, ଅଖିଳେଶ, କେଜେରିୱାଲ୍ ଏକାଠି ହୋଇଥିବା ବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡର କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉସôବକୁ ନ ଯିବା ମଧ୍ୟ ଅନେକ ସଂଶୟ ସୃଷ୍ଟି କରୁଛି । ଏକଦା କଂଗ୍ରେସର ବିଶ୍ୱସ୍ତ ସହଯୋଗୀ କୁହାଯାଉଥିବା ବିଏସପି ଓ ଏସପି ଉତ୍ତର ପ୍ରଦେଶରେ କଂଗ୍ରେସ ସହ ଆସନ ବୁଝାମଣା ନ କରିବା ନିର୍ବାଚନ ପରବର୍ତୀ ରାଜନୀତିର ନୂଆ ସମୀକରଣ ଦିଗକୁ ବାଟ ଦେଖାଉଛି । ସେହିଭଳି ତେଲେଙ୍ଗାନା ନିର୍ବାଚନରେ ପରାଜୟ ପରେ ଟଡିପି ପରିସ୍ଥିତରେ ପଡି କଂଗ୍ରେସ ସହ ବୁଝାମଣା କରିଥିବା କଥା କହି କଂଗ୍ରେସ ଦଳକୁ ଅଡୁଆରେ ପକାଇଛି । ଅନ୍ୟପକ୍ଷରେ ବିଜେପି ସହଯୋଗୀ ଅକାଳୀ ଦଳ, ଶିବସେନା, ଜେଡିୟୁ କ୍ରମଶଃ ଦୁର୍ବଳ ହେଉଥିବାବେଳେ ୨୦୧୯ ପୂର୍ବବର୍ତୀ ସେମିଫାଇନାଲ କୁହାଯାଉଥିବା ଏହି ୫ ରାଜ୍ୟର ବିଧାନସଭା ନିର୍ବାଚନ ଯେ ସେମିଫାଇନାଲ ନୁହଁ ଏକଥା ସ୍ପଷ୍ଟ ପ୍ରମାଣିତ ହେବା ସହ ପୁନଃ ଜାତୀୟ ରାଜନୀତିରେ ତୃତୀୟ ସାମ୍ମୁଖ୍ୟର ସମ୍ଭାବନା ଉଦ୍ରେକ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS