ଭାଲେଂଟାଇନ୍ ଡେ’ରେ ଚକୋଲେଟ୍ ଦେବା ପରଂପରା ଭାଙ୍ଗିଲା
ଟୋକିଓ: ଫେବୃୟାରୀ ୧୪ ତାରିଖ ଭାଲେଂଟାଇନ୍ ଡେ’ । ଭାରତରେ ଗୋଲାପରେ ଦେଇ ପ୍ରେମ ନିବେଦନ କରାଯାଉ ଥିବା ବେଳେ ଜାପାନରେ ବିଭିନ୍ନ ବ୍ୟବସାୟିକ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନେ ସେମାନଙ୍କ ପୁରୁଷ ସହକର୍ମୀଙ୍କୁ ଚକଲେଟ୍ ଦେବାକୁ ବାଧ୍ୟ, ଏଭଳି ପରଂପରା ଦୀର୍ଘ ବର୍ଷ ହେଲା ରହି ଆସିଛି । ବାଧ୍ୟବାଧକତାରେ ଚାଲି ଥିବା ଏହି ପରଂପରାକୁ ନେଇ ଜାପାନୀ ମହିଳାମାନେ ଅତିଷ୍ଠ । ‘ଗିରି ଚୋକୋ’ ଅର୍ଥାତ ‘ଓବ୍ଲିିଗେସନ୍ ଚକୋଲେଟ୍’ ନାମରେ ଚାଲି ଥିବା ଏଭଳି ଏକ ପରଂପରା ଭାଂଗିବା ସପକ୍ଷରେ ଜାପାନୀ ମହିଳାମାନେ ଥିବା ଗାର୍ଡ଼ିଆନ୍ ପତ୍ରିକା ରିପୋର୍ଟରୁ ସୂଚନା ମିଳିଛି । କିଛି କଂପାନୀ ମହିଳାଙ୍କ ମନ କଥା ବୁଝି ଏହି ପ୍ରଥାକୁ ନିଷିଦ୍ଧ କରିବା ଦ୍ୱାରା ପୁରୁଷ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହା କ୍ଷମତାର ଅପବ୍ୟବହାର ଓ ହାରାସ୍ମେଂଟ ବୋଲି ଅନେକ ଭାବୁଛନ୍ତି । ତେବେ, ୬୦ ପ୍ରତିଶତ ମହିଳା ବ୍ୟକ୍ତିଗତ ଟ୍ରିଟ୍ ପାଇଁ ଚକଲେଟ୍ କିଣିବା ସପକ୍ଷରେ ଥିବା ସର୍ଭେରୁ ଜଣାପଡିଛି । ୫୬ ପ୍ରତିଶତରୁ ଅଧିକ ମହିଳା ପୁରୁଷ ସହକର୍ମୀଙ୍କୁ ନୁହେଁ, ନିଜ ପରିବାର ସଦସ୍ୟଙ୍କୁ ଚକୋଲେଟ୍ ବାଂଟିବା ସପକ୍ଷରେ ଥିବା ବେଳେ ୩୬ ପ୍ରତିଶତ ମହିଳା ତାଙ୍କ ବାପା, ମା’ଙ୍କୁ ଚକଲେଟ୍ ଦେଇ ଏହି ଦିବସ ପାଳନ କରିବା ସପକ୍ଷରେ ମତ ଦେଇଛନ୍ତି । ମାତ୍ର ୩୫ ପ୍ରତିଶତ ମହିଳା ସେମାନଙ୍କ କର୍ମକ୍ଷେତ୍ରରେ ପୁରୁଷ ସହକର୍ମୀଙ୍କୁ ଚକୋଲେଟ୍ ଦେଇ ଭାଲେଂଟାଇନ୍ ଡେ’ ପାଳିବା ଯୋଜନାରେ ଥିବା ଟୋକିଓ ଭିତ୍ତିକ ଏକ ଡ଼ିପାର୍ଟମେଂଟାଲ ଷ୍ଟୋର୍ ର ସର୍ଭେରୁ ଜଣାପଡିଛି ।
୧୯୫୦ ମଧ୍ୟ ଭାଗରୁ ଜାପାନରେ ଭାଲେଂଟାଇନ ଡେ’ ଅବସରରେ ଚକୋଲେଟ୍ ଉପହାର ଦେବାର ପରଂପରା ଚାଲି ଆସିଛି, ଯାହାକି ଆଜିର ଦିନରେ ବହୁ ନିୟୁତ କୋଟିର ବ୍ୟବସାୟରେ ପରିଣତ ହୋଇ ସାରିଛି । ଏହା ନିଷିଦ୍ଧ ହେବା ପୂର୍ବରୁ ପ୍ରତ୍ୟେକ ଚକୋଲେଟ୍ କିଣିବା ବାବଦରେ କେତେ ଖର୍ଚ୍ଚ କରିବା ଠିକ୍ ହେବ ଏବଂ କାହାକୁ ଦେବେ, କାହାକୁ ନ ଦେବେ, ସେହି ସୀମାରେଖାକୁ ନେଇ ମହିଳାମାନେ ଚିନ୍ତାରେ ରହୁ ଥିଲେ । ପରଂପରାକୁ ନିଷିଦ୍ଧ କରାଯିବା ଦ୍ୱାରା ସେମାନଙ୍କ ମାନସିକ ଚାପ ଦୂର ହୋଇଛି ବୋଲି ସର୍ଭେ ସମୟରେ କେତେକ ମହିଳା କର୍ମଚାରୀ ପ୍ରକାଶ କରି ଥିବା ଜଣାପଡିଛି । ତେବେ, ଜାପାନ ଏୟାରଲାଇନ୍ସ ଫେବୃୟାରୀ ୧୪ ତାରିଖ ଦିନ ତାହାର ସମସ୍ତ ଘରୋଇ ଓ ଅନ୍ତର୍ଜାତିକ ବିମାନରେ ପୁରୁଷ ଓ ମହିଳା ଯାତ୍ରୀଙ୍କୁ ଚକୋଲେଟ ବାଂଟିବାକୁ ସ୍ଥିର କରିଥିବା ଏବଂ ଟୋକିଓ ନିକଟସ୍ଥ ଏକ ହଟ୍ ସ୍ପି୍ରଙ୍ଗ୍ ରିସୋର୍ଟ ଷ୍ଟିମିଂ ଚକୋଲେଟ ପାଣିରେ ଗାଧୋଇବା ସୁବିଧା କରୁ ଥିବା ଏଜେନ୍ସି ରିପୋର୍ଟରୁ ଜଣାପଡୁଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS