ଟୁଇଟରରେ ପ୍ରିୟଙ୍କା


ନୂଆଦିଲ୍ଲୀ: ଟୁଇଟରରେ ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନୂଆ ଆକାଉଂଟ ଅକ୍ଟ୍ରକ୍ସସଚ୍ଚବଦ୍ଭଳବଶବଦ୍ଭୟଷସକୁ ନେଇ ସମର୍ଥକ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ଫେବୃୟାରୀ ୧୧ ତାରିଖ ରାତିରେ ଟୁଇଟରର ଏହି ଆକାଉଂଟ ଖୋଲିବା ପରେ ତାଙ୍କ ଭାଇ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ସମେତ ମାତ୍ର ଅଳ୍ପ କିଛି ଫଲୋଅର୍ ତାଙ୍କୁ ଫଲୋ କରୁଥିବା ଦେଖିବାକୁ ମିଳି ଥିଲା । ସୋମବର (୧୧ ତାରିଖ) ଅପରାହ୍ନ ସୁଦ୍ଧା ଫଲୋଅରଙ୍କ ସଂଖ୍ୟା ୩୫ ହଜାରରେ ପହଂଚି ଥିଲା । ସମୟ ବଢିବା ସହ ପ୍ରିୟଙ୍କାଙ୍କ ଫଲୋଅର୍ସଂଖ୍ୟା ବଢି ଚାଲି ଥିବା ଜାତୀୟ ଗଣମାଧ୍ୟମରେ ପ୍ରମୁଖ ଖବର ହୋଇଛି । ଦେଶବ୍ୟାପୀ ପ୍ରିୟଙ୍କାଙ୍କ ଲୋକପ୍ରିୟତା ରହିଛି । ମାସକ ତଳେ ଅନ୍ୟତମ ନେତ୍ରୀ ବିଏସପି ମୁଖ୍ୟ ମାୟାବତୀ ଟୁଇଟରରେ ଯୋଡି ହୋଇଛନ୍ତି ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS