ବଲିଉଡ଼ରେ ଠିଆ ହେବାକୁ ଗୋଧୀ ଚମଡ଼ା ଦରକାର
ମୁମ୍ବାଇ: ବଲିଉଡ଼ରେ ତିଷ୍ଠିବା ପାଇଁ ମୋଟା ଚମଡ଼ା ଥିବା ଆବଶ୍ୟକ । ଏହା କହିଛନ୍ତି ଜାତୀୟ ପୁରସ୍କାରପାପ୍ତ ବଲିଉଡ଼ ଅଭିନେତା ମନୋଜ ବାଜପେୟୀ । ନିକଟରେ, ‘ଆକ୍ଟଫେଷ୍ଟ୍’ରେ ଯୋଗ ଦେଇ ଥିବା ବେଳେ ପ୍ରଖ୍ୟାତ ଅଭିନେତା ତଥା ସିଆଇଏନଟିଏଏର ସାଧାରଣ ସଂପାଦକ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଏକ ମୁହାଁମୁହିଁ କାର୍ଯ୍ୟକ୍ରମରେ ମନୋଜ ବାଜପେୟୀ ନୂଆ ପୀଢୀକୁ ଏହି ମନ୍ତ୍ରରେ ଅଭିମନ୍ତ୍ରିତ କରିଛନ୍ତି ।
ମନୋଜ କହିଛନ୍ତି, ବଲିଉଡ଼ରେ ତୁମ ହାତରେ କାମ ଥିଲେ ବହୁ ବନ୍ଧୁ ଆସିବେ, ପାଖରେ କାମ ନ ଥିଲେ ସମସ୍ତେ ଦୂରଇ ଯିବେ । ଏହି ଅଭିଜ୍ଞତା ତାଙ୍କର ରହିଛି । ତେଣୁ, ଗୋଧି ଚମଡା ଭଳି ମୋଟା ଚମଡାର ଲୋକ ହିଁ ସେଠାରେ କାମ କରି ପାରିବ । ତାଙ୍କ ସଂଘର୍ଷ ସମୟର ଅଭିଜ୍ଞତାକୁ ମନେ ପକାଇ ସେ କହିଥିଲେ, ଜଣେ ବନ୍ଧୁ ତାଙ୍କ ଫିଲ୍ମର ପ୍ରିମିୟର ସୋ’କୁ ମନୋଜଙ୍କୁ ନିିମନ୍ତ୍ରଣ କରି ଥିଲେ । ସେତେବେଳେ ତାଙ୍କ ହାତରେ କାମ ନ ଥିଲା। ପ୍ରିମିୟର ସୋ’ରେ ମାଳ ମାଳ ପ୍ରେସ୍ ଫଟୋଗ୍ରାଫର ଜମ ହୋଇ ଥିଲେ । ଜଣେ ଫଟୋଗ୍ରାଫର ତାଙ୍କ ଫଟୋ ନେବାକୁ ଆଗେଇ ଆସିବାରୁ ଅନ୍ୟମାନେ ‘ତାଙ୍କ ଫଟୋ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ’ କହି ବନ୍ଧୁ ଫଟୋଗ୍ରାଫରଙ୍କୁ ସେଠାରୁ ଭିଡି ନେଇ ଥିଲେ । ସେହି ସମୟରେ ତାଙ୍କ ମନ ଦୁଃଖ ହୋଇ ଥିଲା, କିିନ୍ତୁ ସେ ଅହଂକାର ଦ୍ୱାରା ପ୍ରଭାବିତ ନ ହୋଇ ନିଜ ସମୟକୁ ଅପେକ୍ଷା କରିଥିଲେ । ‘ମୋ ଫିଲ୍ମ ସଫଳ ହେଲେ ସେମାନେ ମନକୁ ମୋ ପଛରେ ଧାଇଁବେ’ ଏହା ଭାବି ନେଇ ସେ ନିଜ ମନକୁ ସାଂତ୍ୱନା ଦେଇ ଥିଲେ । ପରବର୍ତୀ ସମୟରେ ତାହା ହିଁ ହେଲା । ଯେତେବେଳେ ତାଙ୍କ ହାତରେ କୌଣସି କାମ ନ ଥିଲା ସେ ଭଲରେ ଥିଲେ ଏବଂ ସେହି ସମୟରେ ବହୁ କୌଶଳ ଶିଖି ଥିଲେ ବୋଲି ମନୋଜ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS