ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଚିନ୍ତାଜନକ ସ୍ଥିତିରେ ?
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୨/୨(ମୋ ଅନୁଭବ.କମ୍): ୨୦୧୮ସେପ୍ଟେମ୍ବରରୁ ଦେଶରେ କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏୱାଇ) ଏବେ ଅର୍ଥନୀତିଜ୍ଞ ପାଇଁ ଚିନ୍ତାର କାରଣ ହୋଇଛି । ସରକାର ଯେତେବେଳେ ଏହି ସ୍ୱାସ୍ଥ୍ୟ ବୀମା ସ୍କିମ୍ ଘୋଷଣା କଲେ ଦେଶର ୪୦ ପ୍ରତିଶତ ଲୋକଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରିବା ଯୋଜନା ଥିଲା । ହିତାଧିକାରୀଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ଥିଲେ । ପରିବାର ପିଛା ୧୧୦୦ ଟଙ୍କା ପ୍ରମିୟମ ହିସାବକୁ ନେଇ ସରକାରଙ୍କ ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯାଇଥିଲା । ବର୍ତର୍ମାନ ଦେଶରେ ଚିକିତ୍ସା ଖର୍ଚ୍ଚ ଯେଉଁ ହାରରେ ବଢି ଚାଲିଛି ତାହାକୁ ବିଚାରକୁ ନେଇ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କଥା ଛିନ୍ତା କଲେ ପ୍ରମିୟମ ପରିମାଣ ଦୁଇ ଗୁଣରୁ ଅଧିକ ଆସୁଥିବା ଏବେ ହିସାବ କରାଯାଇଛି ।
ଅର୍ଥ କମିସନ ଦ୍ୱାରା ନିଯୁକ୍ତ ଏକ ଅର୍ଥନୀତିଜ୍ଞ ଦଳ ବର୍ତମାନର ଚିକିତ୍ସା ଖର୍ଚ୍ଚ ପରିପ୍ରେକ୍ଷୀରେ ପିଏମଜେଏୱାଇରେ ସରକାର ଆଗାମୀ ଦିନରେ କେତେ ଅଧିକ ଅର୍ଥ ଖର୍ଚ୍ଚ କରବାକୁ ବାଧ୍ୟ ହେବେ ତାହା ଉପରେ ଅନୁଧ୍ୟାନ କରି ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ପିଏମଜେଏୱାଇ ପ୍ରିମିୟମ ପରିମାଣ ବାବଦ ବ୍ୟୟ ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇ ପରିବାର ପିଛା ୨,୪୦୦ ଟଙ୍କା ଆସି ଯିବ ବୋଲି ହିସାବ କରିଛନ୍ତି । ମୁଣ୍ଡପିଛା ହସପିଟାଲ ଖର୍ଚ୍ଚ ଯେଉଁ ହାରରେ ବଢି ଚାଲିଛି ତାହା ଆଗାମୀ ଦିନରେ ଏହି ସ୍କିମର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସେମାନେ କହିଛନ୍ତି ।
ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍ (ଆଇଇଜି)ର ଗବେଷକଙ୍କ ପକ୍ଷରୁ ୨୦୧୯-୨୦୨୩ ବର୍ଷ ପାଇଁ ଯେଉଁ ଖର୍ଚ୍ଚର ହିସାବ ଦିଆଯାଇଛି ତାହା ଚିନ୍ତାର କାରଣ ହୋଇଛି । ସେମାନଙ୍କ ଆକଳନ ଅନୁସାରେ ଦେଶର ବାର୍ଷିକ ସ୍ୱାସ୍ଥ୍ୟ ବଜେଟର ୭୫ ପ୍ରତିଶତ ପିଏମଜେଏୱାଇ ଗିଳି ଦେବ । ଫଳରେ, ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଂପର୍କିତ ଯୋଜନା କାର୍ଯ୍ୟକାରୀ କରାଯିବାରେ ସମସ୍ୟା ଦେଖା ଦେବ । ଆଇଇଜି ଗବେଷକଙ୍କ ପକ୍ଷରୁ ଗତ ଡ଼ିସେମ୍ବର ଓ ଜାନୁୟାରୀ ମାସରେ ଅର୍ଥ କମିସନ ଏବଂ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ଭିନ୍ନ ଭିନ୍ନ ଭାବେ ଏହି ରିପୋର୍ଟ ପ୍ରଦାନ କରାଯାଇଛି । କେତେ ହିତାଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦେବାକୁ ଟାର୍ଗେଟ୍ କରାଯାଇଛି, ଏହି ସ୍କିମ୍ ରେ ହସପିଟାଲରେ ଦାଖଲ ହେଉ ଥିବା ହିତାଧିକାରୀ ହାର ଏବଂ ୨୦୧୪ ଜାତୀୟ ସାମ୍ପୁଲ ସର୍ଭେ ଡ଼ାଟା ଭିତ୍ତିରେ ମୁଣ୍ଡପିଛା ହସପିଟାଲାଇଜେସନ୍ ଖର୍ଚ୍ଚକୁ ହିସାବକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରାଜ୍ୟମାନରେ ସ୍ୱାସ୍ଥ୍ୟ ବୀମା ପ୍ରମିୟମ ଅଧିକ । ହସପିଟାଲାଇଜେସନ୍ କ୍ଷେତ୍ରରେ ମଧ୍ୟ ରାଜ୍ୟମାନଙ୍କ ହାର ଜାତୀୟ ହାର ଶତକଡା ୪ ପ୍ରତିଶତ ଠାରୁ ବହୁ ଅଧିକ ।
ଚଳିତ ବର୍ଷ କେନ୍ଦ୍ର ସରକାର ପିଏମଜେଏୱାଇ ଯୋଜନାରେ ୬,୪୦୦ କୋଟି ଟଙ୍କା ମଂଜୁର କରିଛନ୍ତି, ଯାହାକି ମୋଟ ଜାତୀୟ ସ୍ୱାସ୍ଥ୍ୟ ବଜେଟ ପାଖାପାଖି ୬୨,୦୦୦ କୋଟି ଟଙ୍କାର ୧୦ ପ୍ରତିଶତ । ବିଶେଷଜ୍ଞ ରିପୋର୍ଟ ଅନୁଯାୟୀ ଦେଶରେ ହସପିଟାଲାଇଜେସନ୍ ଖର୍ଚ୍ଚ ଯେଉଁ ହାରରେ ବଢି ଚାଲିଛି ସେଥିରେ ଏହି ସ୍କିମ୍ ବାବଦରେ ମଂଜୁର ହୋଇ ଥିବା ଅର୍ଥରେ ମାତ୍ର ୩୦ ପ୍ରତିଶତ ହିତାଧିକାରୀ ଉପକୃତ ହୋଇ ପାରିବେ । ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ହେଉଥିବା ଏହି ସ୍କିମ୍ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ୬୦:୪୦ ପ୍ରତିଶତ ଧାର୍ଯ୍ୟ ହୋଇଛି । କେରଳରେ ହସପିଟାଲାଇଜେସନ୍ ହାର ୧୩ ପ୍ରତିଶତ । ସମଗ୍ର ଦେଶରେ ହସପିଟାଲାଇଜେସନ୍ କ୍ଷେତ୍ରରେ ଏଭଳି ଉଚ୍ଚ ହାର ରହିଲେ ଏହି ସ୍କିମ ବାବଦ ଖର୍ଚ୍ଚ ଆକାଶଛୁଆଁ ହେବ ବୋଲି କୁହାଯାଉଛି । ଏବେ କେନ୍ଦ୍ର ସରକାର ଏହି ସ୍କିମ୍ ବାବଦରେ ଦିନକୁ ୧୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପିଏମଜେଏୱାଇରେ ବର୍ତମାନ ଯେଉଁ ଭଳି ଭାବେ ହସପିଟାଲାଇଜେସନ୍ ଟ୍ରେଂଡ୍ ଦେଖା ଦେଇଛି, ତାହା ଆଇଇଜିର ପ୍ରେଜେକ୍ସନ୍ କୁ ସପୋର୍ଟ କରିବ ନାହିଁ ବୋଲି କେତକ କର୍ମକର୍ତା ସ୍ୱୀକାର କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS