ରେଳ ଟିକଟରେ ଓଡ଼ିଆ ଭାଷା
– ମୋଅନୁଭବ ମିଡ଼ିଆ-
ଭୁବନେଶ୍ୱର: ଏପ୍ରିଲ ପହିଲାରୁ ରାଜ୍ୟର ସମସ୍ତ ରେଳ ଷ୍ଟେସନରେ ଅଣସଂରକ୍ଷିତ ରେଳ ଟିକଟରେ ଇଂରାଜୀ, ହିନ୍ଦୀ ସମେତ ଓଡ଼ିଆ ଭାଷାରେ ଗନ୍ତବ୍ୟ ଓ ଟ୍ରେନ ଛାଡିବା ସ୍ଥାନ ଉଲ୍ଲେଖ ରହିବ । ଏହା ପାଖରେ ଟ୍ରେନର ନାମ ମଧ୍ୟ ଓଡ଼ିଆ ଭାଷାରେ ମୁଦ୍ରିତ ଥିବା ଦେଖିବାକୁ ମିଳିବ । ରାଜ୍ୟରେ ରେଳ ସେବା ଆରମ୍ଭ ହେବାର ୧୨୦ ବର୍ଷ ପରେ ପ୍ରଥମ ଥର ପାଇଁ ଏହା ହେବାକୁ ଯାଉଛି । ଓଡ଼ିଶା ମଧ୍ୟରେ ଥିବା ପୂର୍ବତଟ, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପୂର୍ବ ମଧ୍ୟ ରେଳ ଜୋନର ୩୧୭ଟି ଷ୍ଟେସନ ଓଡିଆରେ ଟିକଟ ମିଳିବା ପ୍ରଣାଳୀ ସହ ସଂଯୋଗ ହୋଇଥିବା ସୂଚନା ମିଳିଛି । ଦେଶର ୮ ହଜାରରୁ ଅଧିକ ରେଳ ଷ୍ଟେସନର ନାମକୁ ଓଡ଼ିଆ ଲିପି ସହିତ ସଂଯୋଗ କରାଯାଇଛି । ଏହାଦ୍ୱାରା ଓଡ଼ିଶାରୁ ଦେଶର କୌଣସି ସ୍ଥାନକୁ ଯିବା ପାଇଁ ଅଣସଂରକ୍ଷିତ ଟିକଟ ନେଲେ ସେଥିରେ ଗନ୍ତବ୍ୟ ସ୍ଥଳ ଓଡ଼ିଆ ଲିପିରେ ଛପା ହୋଇପାରିବ । ଇଂରାଜୀ, ହିନ୍ଦୀ ଭାଷା ଜାଣି ନ ଥିବା ଯାତ୍ରୀମାନେ କିଣି ଥିବା ରେଳ ଟିକଟରେ କଣ ଲେଖା ହୋଇଛି ପଢି ପାରୁ ନ ଥିଲେ । ଏପ୍ରିଲ ୧ ତାରିଖରୁ ରାଜ୍ୟ ମଧ୍ୟରେ ଥିବା ସମସ୍ତ ରେଳ ଷ୍ଟେସନରେ ଓଡ଼ିଆ ଭାଷା ଦେଖିବାକୁ ମିଳିବ । ପରବର୍ତୀ ସମୟରେ ସଂରକ୍ଷିତ ଟିକଟରେ ମଧ୍ୟ ଓଡ଼ିଆ ଭାଷା ସ୍ଥାନ ପାଇବ ବୋଲି ରେଳବାଇ ସୂତ୍ରରୁ ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS