ନିର୍ବାଚନରେ ଅସହଯୋଗ କରିବ ନବ ନିର୍ମାଣ କୃଷକ ସଂଗଠନ
ଆସନ୍ତ ସାଧାରଣ ନିର୍ବାଚନରେ ଅସହଯୋଗ କରିବ ନବ ନିର୍ମାଣ କୃଷକ ସଂଗଠନ । ଏହା ଘୋଷଣା କରିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସଂସଦ ଓ ବିଧାନ ସଭାରେ ବସୁ ଥିବା ନିର୍ବାଚିତ ପ୍ରତିନିଧିମାନେ ଚାଷୀଙ୍କ ପ୍ରତି ଯେତିକି ଅବହେଳା କରୁଛନ୍ତି ସାମଗ୍ରୀକ ବ୍ୟବସ୍ଥା ମଧ୍ୟ ସେତିକି ଅବହେଳା କରୁଛି । ରାଜ୍ୟରେ ଦୀର୍ଘ ଦିନ ହେଲା ଚାଷୀ ନିଜର ବିଭିନ୍ନ ଦାବି ଉପସ୍ଥାପନ କରି ଲଢେଇ କରୁଛି । କିନ୍ତୁ, କେହି ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉ ନାହାନ୍ତି । ଦେଶର କର୍ମଚାରୀ, କର୍ପୋରେଟ୍ ସଂସ୍ଥାଙ୍କୁ ଆମ ପ୍ରଶାସନିକ ଓ ନିର୍ବାଚିତ ପ୍ରତିନିଧି ବ୍ୟବସ୍ଥା ଲାଭ ପହଂଚାଉଛି ସିନା ଚାଷୀର ଧନ, ଜୀବନକୁ ସୁରକ୍ଷା ଦେଉ ନାହିଁ । ଦେଶର ୮୦ ଭାଗ ଲୋକଙ୍କ ମୌଳିକ ସମସ୍ୟା ସମାଧାନରେ ବ୍ୟବସ୍ଥା ବିଫଳ ହୋଇ ଥିବାରୁ ବା ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଆଗାମୀ ନିର୍ବାଚନରେ ଭୋଟ ପ୍ରକ୍ରିୟାକୁ ନବ ନିର୍ମାଣ କୃଷକ ସଂଗଠନ ବିରୋଧ କରିବ ବୋଲି ଅକ୍ଷୟ କହିଛନ୍ତି । ଗାଁ ଗାଁରେ ଭୋଟରେ ଅସହଯୋଗ ପାଇଁ ଗ୍ରାମ ସଭା କରାଯିବ । ପ୍ରଚଳିତ ଢାଂଚାଗତ ବ୍ୟବସ୍ଥାରେ ପରିବର୍ତନ ଆଣିବାକୁ ଭୋଟ ବାକ୍ସକୁ ପ୍ରତ୍ୟାଖାନ ପାଇଁ ଡ଼ାକରା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS