ପ୍ରଶାସକଙ୍କୁ ଥୋପ ପକାଉଛି ବିଜେଡ଼ି
୨୦୧୯ ନିର୍ବାଚନରେ ବିଜେଡ଼ି ରାଜନେତାଙ୍କୁ ଛାଡି ଅବସରପ୍ରାପ୍ତ ପ୍ରଶାସକଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । କିଛି ଅବସରପ୍ରାପ୍ତ ପ୍ରଶାସକ ଗଳା ବାଟରେ ବିଜେଡ଼ିରେ ପ୍ରବେଶ କରି ଟିକଟ ଲବିରେ ଥିବା ବେଳେ ନିକଟରେ ବିଧିବଦ୍ଧ ଭାବେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ବିଜେଡ଼ିରେ ସାମିଲ ହୋଇଛନ୍ତି ଥିବା ରାଜ୍ୟର ପୂର୍ବତନ ପୂର୍ତର୍ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ଓ କଟକ ମହାନଗର ନିଗମର ଅତିରିକ୍ତ କମିସନର ରମେଶ ଚନ୍ଦ୍ର ସାଏ । ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଓ ସାଏ ଆଠମଲ୍ଲିକ ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଜୟପାଲ ନାୟକ,ବିଜେପିର ପ୍ରଭାତୀ ସାହୁ ଓ କଂଗ୍ରେସର ସଂଜୀବ ମିଶ୍ର ମଧ୍ୟ ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇ ଟିକଟ ଲବିରେ ଥିବା ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS