ହେମାନନ୍ଦଙ୍କ ଝିଅ ବିଜେଡ଼ିରେ
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ମାର୍ଚ୍ଚ ୯ ତାରିଖରେ କଂଗ୍ରେସ ଛାଡି ବିଜୁ ନଜତା ଦଳ (ବିଜେଡ଼ି)ରେ ଯୋଗ ଦେଇଛନ୍ତି । ସେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଲା ୧୯ବର୍ଷ ମଧ୍ୟରେ ଓଡ଼ିଶାର ପ୍ରଭୁତ ବିକାଶ ଘଟିଛି । ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗୁ କରାଯିବା ସକାଶେ ନବୀନ ଦେଶବ୍ୟାପୀ ଅଭିଯାନ ଚଳାଇଛନ୍ତି । ତେଣୁ ସେ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ପ୍ରତି ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗ ଦେବାକୁ ନିଷ୍ପତ୍ତି ନେଲେ ବୋଲି ସୁନିତା ନବୀନ ନିବାସ ଯାଇ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେବା ପରେ ଗଣମାଧ୍ୟମକୁ କହିଛନ୍ତି । ସୁନିତା ସୁନ୍ଦରଗଡ଼ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ । ପ୍ରାର୍ଥୀ ହେବାକୁ ସ୍କ୍ରିନିଂ କମିଟି ନିକଟରେ ଆବଦନ ମଧ୍ୟ କରିଥିଲେ । ଦଳ ଲୋକସଭା ପରିବର୍ତେ ତାଙ୍କୁ ବରଗଡ଼ ବିଧାନସଭା ଆସନକୁ ପ୍ରାର୍ଥୀ କରିବା କଥା ବିଚାରକୁ ନେବା ସହ ସମତାକ୍ରାନ୍ତି ଦଳ ଛାଡି କଂଗ୍ରେସକୁ ଆସି ଥିବା ଜର୍ଜ ତିର୍କୀଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ବିଚାର କରୁଛି । ତେଣୁ, ସୁନିତା କଂଗ୍ରେସ ଛାଡି ବିଜେଡ଼ିକୁ ପଳାଇ ଥିବା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି । ଅପରପକ୍ଷରେ, ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇ ନିକଟରେ ବିଜେଡ଼ିରେ ଯୋଗ ଦେଇ ଥିବା ପୂର୍ବତନ ଝାରସୁଗୁଡ଼ାର ବିଧାୟକ ନବ ଦାସ କୁଚିଣ୍ଡା, ରେଂଗାଲି, ବ୍ରଜରାଜନଗର ଆଦି ବିଧାନସଭା ଆସନରେ ବିଜେଡ଼ିର ବିଜୟ ପାଇଁ ନକ୍ସା ପ୍ରସ୍ତୁତ କରିଥିବା ଏବଂ ସୁନିତା କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେବା ପଛରେ ତାଙ୍କ ଯୋଜନା ଥିବା ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି । ୨୦୧୪ ଲୋକସଭା ନିର୍ବାଚନରେ ବିଜେଡ଼ି ଓଡ଼ିଶାର ୨୧ ଲୋକସଭା ଆସନରୁ ୨୦ ପାଇ ଥିଲା । ସୁନ୍ଦରଗଡ଼ ଆସନ ବିଜେପି ହାତକୁ ଯାଇଥିଲା । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ୍ ସୁନ୍ଦରଗଡ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ କଂଗ୍ରେସରୁ ସୁନିତାଙ୍କୁ ଆଣି ବିଜେଡ଼ି ସୁନ୍ଦରଗଡ଼ ଆସନ କବଜା କରିବା ଯୋଜନାରେ ରହିଛି । ତାଙ୍କ ବାପା ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଥିବା ବେଳେ ସେ ଦଳ ଛାଡି ବିଜେଡ଼ିକୁ ପଳାଇବା କେତେଦୂର ସମୀଚୀନ ବୋଲି ପ୍ରଶ୍ନ ହେବାରୁ ସୁନିତା କହିଲେ- ସେ ଏକା ନୁହନ୍ତି, ବିଭିନ୍ନ ଦଳରେ ଏଭଳି ଉଦାହରଣ ରହିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS