ବୈଜୟନ୍ତଙ୍କ ନୂଆ ଦାୟିତ୍ୱ
ବିଜେଡ଼ିରୁ ବହିଷ୍କୃତ ହୋଇ କିଛି ମାସ ହେଲା ରାଜନୈତିକ କଳ୍ପନାଜଳ୍ପନାର ଅବକାଶ ଦେଇଥିବା ପୂର୍ବତନ କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା ମାର୍ଚ୍ଚ ୪ ତାରିଖରେ ବିଜେପିରେ ଯୋଗ ଦେବା ପରେ ଦଳର ଜାତୀୟ ଉପ ସଭାପତି ଓ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବୈଜୟନ୍ତଙ୍କ ଏହି ନୂତନ ନିଯୁକ୍ତିକୁ ସ୍ୱୀକୃତି ଦେଇଥିବା ବିଜେପିର ଓଡ଼ିଶା ପ୍ରଭାରୀ ତଥା ଜାତୀୟ ସାଧାରଣ ସଂପାଦକ ଅରୁଣ ସିଂହ ସୂଚନା ଦେଇଛନ୍ତି । ସେ ନୂତନ ଭାରତ ଗଠନର ସ୍ୱପ୍ନକୁ ସାକାର କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାହାଯ୍ୟ କରିବା ସକାଶେ ବିଜେପିକୁ ଯାଇ ଏହି ନୂତନ ଦାୟିତ୍ୱ ନେଇ ଥିବା ବୈଜୟନ୍ତ ଟ୍ୱିଟ୍ କରିଥିବା ବେଳେ ବହୁ ଆଗରୁ ବୈଜୟନ୍ତ ବଜେପିର ମୁଖପାତ୍ର ଦାୟିତ୍ୱ ତୁଲାଇ ଆସୁଛନ୍ତି ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କଟାକ୍ଷ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS