ବାରଣସୀରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ, ଆଡଭାନୀ ଓ ଯୋଶୀ କେଉଁଠୁ ପ୍ରାର୍ଥୀ ହେବେ ନିଜେ ନିଷ୍ପତ୍ତି ନେବେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଲୋକସଭା ନିର୍ବାଚନରେ ପୁଣି ଥରେ ବାରଣସୀରୁ ପ୍ରାର୍ଥୀ ହେବେ । ୮ତାରିଖ ଦିନ ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତାମାନେ ବୈଠକରେ ଉପସ୍ଥିତ ଥିଲେ । ତିନି ଘଂଟା ଧରି ସଂସଦୀୟ ବୋର୍ଡ ବୈଠକ ଚାଲି ଥିଲା । ଦଳର କିଏ କେଉଁଠାରୁ ପ୍ରାର୍ଥୀ ହେବ ନିଷ୍ପତ୍ତି ସରି ଥିଲେ ମଧ୍ୟ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇ ନାହିଁ । ଆସନ୍ତା ସପ୍ତାହରେ ଦଳ ଆନୁଷ୍ଠାନିକ ଭାବେ ତାହା ଘୋଷଣା କରିବ ବୋଲି ସୂଚନା ମିଳୁଛି ।
୨୦୧୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପିର ବାରଣସୀ ଆସନରୁ ପ୍ରାର୍ଥୀ ହୋଇ ୫ ଲକ୍ଷ ୮୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇ ଥିଲେ । ୨୦୧୪ରେ ବିଜେପିର ବର୍ଷିଆନ ନେତା (୭୦ ବର୍ଷରୁ ଅଧିକ)ଙ୍କୁ ଟିକଟ ନ ମିଳିବାରୁ ବିଜେପିର ଅନ୍ୟତମ ପ୍ରତିଷ୍ଠାତା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼. ମୁରଲୀ ମନୋହର ଯୋଶୀ, ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ଭଳି ନେତା ଭୋଟ ରାଜନୀତିରୁ ବାଦ ପଡି ଥିଲେ । ଏହାକୁ ନେଇ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହି ଥିବା ବେଳେ ଯଶୋବନ୍ତ ସିହ୍ନା ଦଳ ଛାଡି ବିଜେପି ବିରୋଧୀ ଅଭିଯାନର ନେତୃତ୍ୱ ନେଇଛନ୍ତି । ଏହାକୁ ପ୍ରତିହତ କରିବା ସକାଶେ ବିଜେପି ସଂସଦୀୟ ବୋର୍ଡ ୨୦୧୯ରେ ୭୫ ବର୍ଷରୁ ଅଧିକ ବୟସର ନେତା ବି ନିର୍ବାଚନ ଲଢି ପାରିବେ ବୋଲି ନିଷ୍ପତ୍ତି ନେଇଛି । ଆଡଭାନୀ ଓ ଯୋଶୀ କେଉଁଠୁ ନିର୍ବାଚନ ଲଢିବେ ତାହା ସେମାନେ ନିର୍ଦ୍ଧାରଣ କରିବେ ବୋଲି ବୋର୍ଡ ନିର୍ଣ୍ଣୟ ନେଇ ଥିବା ପ୍ରକାଶ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS