ବାତ୍ୟା “ଫୋନୀ” ପୁରୀ ଠାରୁ ୩୩୦ କି.ମି ଏବଂ ବିଶାଖାପାଟଣା ଠାରୁ ୧୮୦ କି.ମି ଦୂରରେ ରହିଛି । ଆସନ୍ତାକଲି ସକାଳ ୧୦ ଘଂଟା ରୁ ୧୨ ଘଂଟା ମଧ୍ୟରେ ଲ୍ୟାଣ୍ଡଫଲ୍ ହେବ ପୁରୀ ନିକଟରେ । ଲ୍ୟାଣ୍ଡ୍ ଫଲ୍ ସମୟରେ ପବନର ବେଗ ଘଂଟା ପ୍ରତି ୨୧୦ କିମିକୁ ବୃଦ୍ଧି ପାଇବା ଆଶଙ୍କା । ଘଂଟା ପ୍ରତି ୧୫ କିମି ବେଗରେ ଗତି କରୁଛି ବାତ୍ୟା ‘ଫୋନୀ’ । ରାୟଗଡା, ଗଂଜାମ, ଗଜପତି ଆଦି ସ୍ଥାନରେ ସଂଧ୍ୟା ସୁଦ୍ଧା ପ୍ରବଳରୁ ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି । ବର୍ତମାନ ଗୋପାଳପୁର ର୍ୟାଡର୍ ଭିତରକୁ ଆସି ସାରିଲାଣି ସାମୁଦ୍ରିକ ବାତ୍ୟା ‘ଫୋନୀ’ । ଗଂଜାମ, ଜଗତସିଂହପୁର ଏବଂ ପୁରୀକୁ ଅଧିକ ପରିମାଣରେ କ୍ଷତି ପହଂଚାଇପାରେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS