କଶ୍ମୀରୀ ସେଓ ଓ ଲାଲୁ
– ପ୍ରସାଦ ରାଓ –
ଅଗଷ୍ଟ ୧୪ ତାରିଖ
ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସର୍ବଦା ସ୍ୱାସ୍ଥ୍ୟ ସଚେତନ । ସୁସ୍ଥ ରହିବା ପାଇଁ ସେ ଦୈନିକ ଦୁଇଟି କଶ୍ମୀରୀ ସେଓ ଖାଆନ୍ତି । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ କରି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସକାଶେ ବିଭିନ୍ନ କଟକଣା ଜାରି କରିବା ପରେ କଶ୍ମୀରୀ ସେଓ ବଜାରରେ ତାହାର ପ୍ରଭାବ ପଡିଛି । କଶ୍ମୀରରୁ ଦେଶର ବିଭିନ୍ନ ଅଂଚଳକୁ ସେଓ ଆସି ପାରୁ ନାହିଁ । ବିହାର ଓ ରାଂଚିରେ କଶ୍ମୀରୀ ସେଓ ମିଳୁ ନ ଥିବାରୁ ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଂଚି ଜେଲରେ ଥିବା ଲାଲୁଙ୍କ ପାଇଁ ଚିନ୍ତାରେ ପଡିଛନ୍ତି ଆରଜେଡ଼ି ସମର୍ଥକମାନେ । ଦଳର ମୁଖ୍ୟ ସକାଳୁ ଉଠିଲେ ଲାଲୁ ସେଓ ଖୋଜୁ ଥିବାରୁ ଆରଜେଡ଼ି ନେତାମାନେ ଅନ୍ୟାନ୍ୟ ସହର, ବିଶେଷକରି ଜମ୍ମୁ-କଶ୍ମୀରରେ ଥିବା ଦଳର ଶୁଭେଚ୍ଛୁମାନଙ୍କୁ କୌଣସି ମାଧ୍ୟମରେ ହେଉ ଲାଲୁଙ୍କ ପାଇଁ ସେଓ ପଠାଇବାକୁ ଅନୁରୋଧ କରୁଥିବା କିଛି ସମର୍ଥକ କହିଛନ୍ତି । ଏକ ଇଂରାଜୀ ଦୈନିକରେ ଏହି ଖବର ପ୍ରକାଶ ପାଇଛି । ବିଜେପି ୩୭୦ ଧାରା ଉଚ୍ଛେଦ କରି ‘ପୁଣି ଥରେ ଆମ ନେତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି’ ବୋଲି ଜଣେ ଆରଜେଡ଼ି ନେତା କଟାକ୍ଷ କରିଥିବା ଏହି ଖବରରେ କୁହାଯାଇଛି ।
ସେପ୍ଟେମ୍ବରରେ ଦେଶରେ ଉପଲବ୍ଧ ହେବ ଜିଓଫାଇବର…
ରିଲାଏନ୍ସ ଜିଓ ଆସନ୍ତା ମାସରେ ତାହାର ବହୁ ପ୍ରତିକ୍ଷୀତ ଜିଓଫାଇବର ସେବାର ବଜାର ପ୍ରବେଶ କରାଇବାକୁ ଯାଉଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ସୂଚନା ଦେଇଛନ୍ତି । ଏହି ସେବା ଉପଲବ୍ଧ ହେବା ପରେ ସମଗ୍ର ଦେଶରେ ଗ୍ରାହକମାନେ ଜିଓଫାଇବର କଂବୋରେ ଟିଭି, ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଇଂଟରନେଟ୍ ଓ ଫିକ୍ସଡ ଲ୍ୟାଣ୍ଡ୍ ଲାଇନ ଟେଲିଫୋନ୍ ସେବା ପାଇବେ । ସେପ୍ଟେମ୍ବର ୫ ରେ ଏହି ସେବା ଉପଲବ୍ଧ ହେଲେ ବିସ୍ତୃତ ତାରିଫ୍ ଜଣାପଡିବ । ତେବେ, ବିଭନ୍ନ ପ୍ରକାର ପ୍ଲାନକୁ ନେଇ ମାସିକ ଦେୟ ୭୦୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ । ପ୍ଲାନ୍ କୁ ନେଇ ଦେୟ ଧାର୍ଯ୍ୟ ହୋଇଛି । ତେବେ, ଏହି ଦେୟର ପରିମାଣ ବିଶ୍ୱରେ ବର୍ତମାନ ଥିବା ସମସ୍ତ ତାରିଫ ତୁଳନାରେ ଏକ ଦଶମାଂଶରୁ କମ୍ ରହିବ ବୋଲି ଆମ୍ବାନୀ ସୂଚନା ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS