ଚାର୍ଲି ଚାପଲିନ୍ ଦିବସ
ନିକଟରେ ପଶ୍ଚିମ ସୁଇଜର୍ଲ୍ୟାଣ୍ଡରେ ଥିବା ‘ଦି ଚାପ୍ଲିନ୍ ୱାର୍ଲଡ୍ ମ୍ୟୁଜିଅମ୍’ରେ ପାଳନ କରାଯାଇଛି ନିରବ ହାସ୍ୟ ଅଭିନେତା ବା ସାଇଲେନ୍ସ କମେଡିଆନ୍ ଷ୍ଟାର୍ ଚାର୍ଲି ଚାପ୍ଲିନ୍ଙ୍କ ୧୨୮ତମ ଜନ୍ମ ଦିବସ । ଏପ୍ରିଲ୍ ୧୬ ତାରିଖ ୧୮୮୯ରେ ସୁଇଜର୍ଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ ଚାର୍ଲି ଚାପ୍ଲିନ୍ । ତାଙ୍କ ମୃତ୍ୟୁ ୧୯୭୭ରେ ହୋଇଥିଲା । କିନ୍ତୁ ଚାର୍ଲିଙ୍କ ଫ୍ୟାନ୍ମାନେ ଆଜି ବି ତାଙ୍କୁ ମନେ ରଖିଛନ୍ତି । ଯେପରିକି ସେ ୪୦ ବର୍ଷ ନୁହେଁ, ୪ ଦିନ ହେଲା ସେମାନଙ୍କ ଠାରୁ ଦୂରେଇଛନ୍ତି । ତାଙ୍କ ଜନ୍ମ ଦିବସ ପାଳନ କରିବା ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୬୬୨ ଜଣ ବ୍ୟକ୍ତି ଚାର୍ଲି ଚାପ୍ଲିନ୍ଙ୍କ ଭଳି ବେଶଭୂଷାରେ ସୁଇଜର୍ଲ୍ୟାଣ୍ଡର ଏହି ସଂଗ୍ରହାଳୟ ପାଖରେ ଏକତ୍ରିତ ହୋଇଥିଲେ । ପ୍ରତ୍ୟେକ ବର୍ଷ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ଦିନଟିକୁ ଖୁବ୍ ଜାକଜାମକରେ ପାଳନ କରାଯାଇଥାଏ । ଲକ୍ଷାଧିକ ଲୋକ ଚାର୍ଲିଙ୍କ ବେଶରେ ଆସି ତାଙ୍କ ଜନ୍ମ ଦିବସଟିକୁ ପାଳନ କରନ୍ତି ଆଉ ମନେ ପକାନ୍ତ ତାଙ୍କର ସେହି ଅବିସ୍ମରଣୀୟ ଅଭିନୟକୁ । ଏହା ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS