ବାଏଫ ତରଫରୁ ଉକ୍ରୃଷ୍ଟ ଛେଳୀ ପ୍ରଦର୍ଶନୀ
ଲେଫ୍ରିପଡା: ମହାନଦୀ କୋଲଫିଳଡ ଲିମିଟେଡ (ଏମସିଏଲ) ସହଯୋଗ ଓ ଭାରତ ଏଗ୍ରୋ ଇଂଡଷ୍ଟ୍ରିସ ଫାଉଡେଂସନ (ବାଏଫ) ପ୍ରାୟୋଜିତ ସମନ୍ୱିତ ଗୋଷ୍ଠି ବିକାଶ ଯୋଜନା କାର୍ଯ୍ୟକ୍ରମ ଜରିଆରେ ଛେଳି ଚାଷୀ ମାନଙ୍କୁ ନେଇ ଉକ୍ରୃଷ୍ଟ ଛେଳୀ ପ୍ରଦର୍ଶନୀ (ଗୋଟ୍ ରାଲି) ସରଫଗଡ ପଂଚାୟତ ଅନ୍ତର୍ଗତ ଦନାର୍ଦନପୁର ଓ ଗିରିଗଂକେଲା ପଂଚାୟତ ଅନ୍ତର୍ଗତ ତେଲେନଡି ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ବାଏଫର ପ୍ରକଳ୍ପ ଅଧିକାରୀ ମାନସ ରଂଜନ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଲେଫ୍ରିପଡା ଅତିରିକ୍ତ ପ୍ରାଣୀଧନ ଚିକିତ୍ସକ ଡ ଅଦ୍ୟପ୍ରକାଶ ରଥ ଉଦଘାଟନ କରିବା ସହ ପଶୁପାଳନ ନିମନ୍ତେ ସରକାରରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ନିୟମିତ କୃମିନାଶକ ଓøଷଧ ଦେବା, ନିୟମିତ ଟୀକାକରଣ କରିବା, ନିୟମିତ ଓଜନ କରିବା ଓ କୃତ୍ରିମ ପ୍ରଜନନର ସୁବିଧା ନେଇ ଛେଳୀ ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବାକୁ ସେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ପଂଚାୟତ ପ୍ରତିନିଧି ବସନ୍ତ କୁଜୁର ଓ ସମିତି ସଭ୍ୟ ଡିଲେଶ୍ୱର ଲରେଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛେଳି ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରବା ସହ ବାଏଫର ଏହି ଅଭିନବ ପ୍ରୟାସକୁ ପ୍ରଂଶସା କରିିଥିଲେ । ବାଏଫର ସହ ପରିଚାଳକ ଶିବ ପ୍ରସାଦ ଦାସ ଆଲୋଚନାରେ ଭାଗ ନେଇ ଛେଳି ଚାଷୀଙ୍କୁ ସଂଗଠିତ ହେବା ସହ ଛୋଟ ଛୋଟ ଅଭ୍ୟାସର ପରିବର୍ତନ ଦ୍ୱାରା କିପରି ଛେଳୀ ଚାଷୀ ଉପକୃତ ହୋଇପାରିବେ ସେ ସଂପର୍କରେ ଆଲୋଚନା କରିଥିଲେ । ପ୍ରଥମ ଦିବସରେ ହବ୍ରେଟ ସରେଙ୍ଗ, ଜଗଦିସ ସହନେତ, ନିଳମଣି ସହନେତ ସମେତ ୮ ଜଣ ଅଗ୍ରଣୀ ଛେଳୀ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା ଓ କାର୍ଯ୍ୟକ୍ରମକୁ ସାଇମନ ଗୃଫ (ଦନାର୍ଦନପୁର)ର ସଭାପତି ରଂଜିତ କିଂଡୋ ପରିଚାଳନା କରିଥିଲେ । ସେହିପରି ଦ୍ୱିତୀୟ ଦିବସରେ ପରିବର୍ତନ ଅଗ୍ରଣୀ ଛେଳୀ ଚାଷୀ ଗୃପ୍ (ତେଲେନଡି)ର ସଭାପତି ଖ୍ରୀଷ୍ଟୋଫର ଡୁଙ୍ଗଡୁଙ୍ଗ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସ୍ଥାନୀୟ ୱାର୍ଡ ସଦସ୍ୟା ଆରତୀ ସା ଉଦ୍ଘାଟନ କରିଥିଲେ । ଏହି ଅବସରରେ ତେଲେନଡିର ଅଗ୍ରଣୀ ଛେଳି ଚାଷୀ ଲୋଚନ ସା, ଆନ୍ଥ୍ରୋସ ଖେସ, ମେରୀଜେମା ଡୁଙ୍ଗଡୁଙ୍ଗଙ୍କ ସମେତ ୮ ଜଣ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଂଚଳର ଶତାଧିକ ଛେଳୀ ଚାଷୀ ନିଜର ଉକ୍ରୃଷ୍ଟ ଛେଳୀ ସହ ପ୍ରଦର୍ଶନୀରେ ଭାଗ ନେବା ସହ ମତ ବିନିମୟ କରିଥିଲେ । ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ବାଏଫ ଲେଫ୍ରିପଡାର ସହ ପରିଚାଳିକା ସୁନୀତା ଏକ୍କା, ଦୀଲିପ ଡୁଙ୍ଗଡୁଙ୍ଗ, ଅରବିନ ବେକ, ଆନ୍ଧ୍ରିଆସ ଟପ୍ପୋ, ବିପିନ ମିଂଜ ପ୍ରମୁଖ ପରିଚାଳନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS