କୋଭିଡ଼-୧୯: ଭାରତରେ କରୋନା ରୋଗୀ ସୁସ୍ଥ ହାର ୨୭.୫୨ ପ୍ରତିଶତ
ନୂଆଦିଲ୍ଲୀ
ମେ’୦୫
ମୋଅନୁଭବ.କମ୍
ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୦୭୪ ଜଣ କରୋନା ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟାରେ ରୋଗୀ ସୁସ୍ଥ ହେବା ହେଉଛି ଏକ ରେକର୍ଡ ବୋଲି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ସୋମବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬,୪୩୩ରେ ପହଂଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୬୮ରେ ପହଂଚିଛି । ୧୨,୭୨୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ କେସ୍ ସଂଖ୍ୟା ୩୨,୧୩୪ ରହିଛି । ଦେଶରେ ରିକଭରି ରେଟ୍ ବା ଚିକିତ୍ସା ପରେ ସୁସ୍ଥ ହେବା ହାର ୨୭.୫୨ ପ୍ରତିଶତ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩,୯୦୦ ନୂଆ କେସ୍ ସାମନାକୁ ଆସିଥିବା, ୧୯୫ ଜଣଙ୍କ ମୃତ୍ୟୁ ଘଟି ଥିବା ଏବଂ ୧୦୨୦ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ଅପରାହ୍ନ ୪ଟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦେଶରେ ଚିକିତ୍ସା ପରେ ସୁସ୍ଥ ହେଉଥିବା ରୋଗୀଙ୍କ ହାର ୨୭.୪୧ ବୋଲି ଅଗ୍ରୱାଲ କହିଛନ୍ତି ।
ବିଦେଶରେ ଫସି ରହିଥିବା ଭାରତୀୟ ଦେଶକୁ ଫେରିବେ
ଦେଶ ଭିତରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କିଛି ଦିନ ହେଲା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ରାଜ୍ୟରୁ ବସ୍ ଓ ସ୍ୱତନ୍ତ୍ର ଶ୍ରିମକ ଟ୍ରେନ ଜରିଆରେ ଲକ୍ଷାଧିକ ପ୍ରବାସୀ ଶ୍ରମିକ, ସେମାନଙ୍କ ପରିବାର ଓ ଅନ୍ୟାନ୍ୟ କାର୍ଯ୍ୟରେ ରାଜ୍ୟ ବାହାରକୁ ଯାଇ ତାଲାବନ୍ଦ ଯୋଗୁ ଫସି ରହିଥିବା ଲୋକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା କାର୍ଯ୍ୟ ଚାଲିଛି । ସେହିଭଳି, ଦେଶରେ ତାଲାବନ୍ଦ ଯୋଗୁ ବିଦେଶରେ ଫସି ରହିଥିବା ଲକ୍ଷାଧିକ ଭାରତୀୟଙ୍କୁ ସ୍ୱଦେଶକୁ ଫେରିଇ ଆଣିବା ସକାଶେ କେନ୍ଦ୍ର ସରକାର ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଏୟାର ଇଂଡ଼ିଆ ବିମାନ, ଘରୋଇ ବିମାନ ଓ ନୌବାହିନୀ ଜାହାଜକୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ । ଆସନ୍ତା ଗୁରୁବାର (୭ ତାରିଖ)ରୁ ପର୍ଯ୍ୟାୟକ୍ରମେ ସେମାନଙ୍କୁ ବିଦେଶରୁ ଅଣାଯିବ । ୟୁଏଇରେ ଫସି ରହିଥିବା ଭାରତୀୟମାନେ ପ୍ରଥମେ ଦେଶକୁ ଫେରିବା ବ୍ୟବସ୍ଥା ହେଉଛି । ଦୁବାଇ ଓ ଆବୁଧାବୀରେ ଫସି ଥିବା ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷ ସ୍ୱଦେଶକୁ ଫେରିବାକୁ ନାମ ପଂଜୀକୃତ କରିଥିବା ଜଣାପଡିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS