କୋଭିଡ଼-୧୯: ବିଶ୍ୱରେ ୫ ନିୟୁତ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟାରେ ଆମେରିକା ପଛକୁ ୟୁକେ
ନୂଆଦିଲ୍ଲୀ, ମେ’୨୧
କୋଭିଡ଼-୧୯ ମହାମାରୀରେ ବିଶ୍ୱରେ ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ନିୟୁତ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୨୮,୦୦୦ ଟପିଛି । ଜନସ୍ ହପକିନ୍ସ ବିଶ୍ୱବିଦ୍ୟାଳୟର କରୋନା ଅପଡେଟ୍ରୁ ଏହା ଜଣାପଡିଛି । ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ଆମେରିକା ସର୍ବାଗ୍ରେ ଥିବା ସମୟରେ ବ୍ରିଟେନ୍ (ୟୁକେ) ମୃତ୍ୟୁ ସଂଖ୍ୟାରେ ଆମେରିକା ପଛକୁ ରହିଛି । ଗୁରୁବାର ସୁଦ୍ଧା ବିଶ୍ୱରେ ମୋଟ ୫୦ ଲକ୍ଷ ୦୩୮ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ସମୟରେ ୩ ଲକ୍ଷ ୨୮ ହଜାର ୧୭୨ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ବିଶ୍ୱବିଦ୍ୟାଳୟର ସେଂଟର ଫର୍ ସିଷ୍ଟମ୍ ସାଇନ୍ସ ଏଣ୍ଡ୍ ଇଂଜିନିୟରିଂ (ସିଏସଏସଇ)ର ଅପଡେଟ୍ ରିପୋର୍ଟରେ ଦର୍ଶାଇଛି । ଆମେରିକାରେ ସର୍ବାଧିକ ୧୫ ଲକ୍ଷ ୫୧ହଜାର ୮୫୩ ଜଣ ଆକ୍ରାନ୍ତ ଥିବା ବେଳେ ୯୩, ୪୩୯ ଜଣଙ୍କ ମୃତ୍ୟୁ ଘଟିଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ରଷିଆ ଆମେରିକା ପଛକୁ ରହିଛି । ରଷିଆରେ ୩ ଲକ୍ଷ ୦୮ ହଜାର ୭୦୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରଷିଆ ପଛକୁ ରହିଛି ବ୍ରାଜିଲ୍ । ବ୍ରାଜିଲ୍ ରେ ୨ ଲକ୍ଷ ୯୧ ହଜାର ୫୭୯, ୟୁକେରେ ୨ଲକ୍ଷ ୪୯ ହଜାର ୬୧୯ ଜଣ, ସ୍ପେନରେ ୨ ଲକ୍ଷ ୩୨ ହଜାର ୫୫୫ ଜଣ, ଇଟାଲୀରେ ୨ ଲକ୍ଷ ୨୭ ହଜାର ୩୬୪ ଜଣ, ଫ୍ରାନ୍ସରେ ୧ ଲକ୍ଷ ୮୧ ହଜାର ୭୦୦ ଜଣ, ଜର୍ମାନୀରେ ୧ ଲକ୍ଷ ୭୮ ହଜାର ୪୭୩ ଜଣ, ତୁର୍କୀରେ ୧ ଲକ୍ଷ ୫୨ ହଜାର ୫୮୭ ଜଣ, ଇରାନରେ ୧ ଲକ୍ଷ ୨୬ ହଜାର ୯୪୯ ଜଣ, ଭାରତରେ ୧ଲକ୍ଷ ୧୨ ହଜାର ୪୪୨ଜଣ, ପେରୁରେ ୧ ଲକ୍ଷ୦୪ହଜାର ୦୨୦ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ, କୋଭିଡ଼-୧୯ ମୃତ୍ୟୁ ସଂଖ୍ୟାରେ ଇତିମଧ୍ୟରେ ବ୍ରିଟେନ୍ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ପହଂଚି ଥିବା ସିଏସଏସଇ ରିପୋର୍ଟ କହୁଛି । ବି୍ରଟେନରେ ଗୁରୁବାର ସୁଦ୍ଧା ୩୫,୭୮୬ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS