ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା


ଭୁବନେଶ୍ୱର
ଅଗଷ୍ଟ ୦୬
ଏବେ ଏହା Two States ନୁହେଁ, Three States ହେବାକୁ ଯାଉଛି । ମୂଳ ଲଢେଇ ବିହାର ଓ ମହାରାଷ୍ଟ୍ର ମଧ୍ୟରେ ହୋଇଥିବା ବେଳେ ପଶ୍ଚିମ ବଙ୍ଗ ମଧ୍ୟ ସାମିଲ ହୋଇପାରେ ବୋଲି ଅନୁମାନ କରାଯାଉଛି । ଅବଶ୍ୟ, ପଶ୍ଚିମ ବଙ୍ଗରେ ଶାସନରେ ଥିବା ତୃଣମୂଳ କଂଗ୍ରେସ ପାର୍ଟି ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଏପର୍ଯ୍ୟନ୍ତ ସିଧାସଳଖ ମୁଣ୍ଡ ପୁରାଇ ନାହିଁ । ତେବେ, ଅଗଷ୍ଟ ୫ ତାରିଖ ସୁଦ୍ଧା ବାଂଲାର୍ ମେ’ ରିୟା ଚକ୍ରବର୍ତ୍ତୀଙ୍କୁ ବିହାର ପୁଲିସ ଟାର୍ଗେଟ କରି ଥିବା ଦେଖି କୋଲକାତାରେ ତାହା ବିରୋଧରେ ମୃଦୁ ଗୁଞ୍ଜରଣ୍ ଶୁଣିବାକୁ ମିଳିଥିଲା । କିନ୍ତୁ, ତାହାର କୌଣସି ସିଧାସଳଖ ପ୍ରଭାବ ମାମଲାର ତଦନ୍ତ ଉପରେ ଏ ଯାବାତ୍ ଦେଖିବାକୁ ମିଳି ନାହିଁ ।
ଯେଉଁମାନେ ଚେତନ ଭଗତଙ୍କ Two States ନଭେଲ୍ ପଢିଥିବେ ବା ତାହା ଉପରେ ନିର୍ମିତ ବଲିଉଡ୍ ଫିଲ୍ମ ଦେଖିଥିବେ ସେମାନେ Three States ପ୍ଲେ’ କଣ ଜାଣିବାକୁ ନିଶ୍ଚିତ ଆଗ୍ରହୀ ହେବେ । ଏହି କାହାଣୀ ରେ ପଶ୍ଚିମ ବଙ୍ଗ ଏଯାବତ୍ ଶୁପ୍ତ ଅବସ୍ଥାରେ ଥିଲେ ମଧ୍ୟ ଭିତିରି ” ବାଂଲା ମେ’ …” ଥିଓରୀ କାମ କରୁଛି । ଅନ୍ୟ ଦୁଇଟି ରାଜ୍ୟ ହେଉଛି ବିହାର ଓ ମହାରାଷ୍ଟ୍ର । ବିହାର ରାଜ୍ୟ ତାହାର ପରିବା ପୁଅକୁ ହରାଇଛି । ସୁଶାନ୍ତ ସିଂହ ରାଜପୁତ ଭଳିଆ ଜଣେ ଦକ୍ଷ ବଲିଉଡ୍ ଅଭିନେତା ମାତ୍ର ୩୪ ବର୍ଷ ବୟସରେ ଇଣ୍ଡଷ୍ଟ୍ରିର ନାମୀଦାମୀ ହିରୋଙ୍କୁ ଚିତ୍ କରି ଆଗକୁ ମାଡ଼ି ଚାଲିଥିବା ବେଳେ କୌଣସି ନା କୌଣସି କାରଣରୁ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡିଛି ବା ରାସ୍ତାରୁ ହଟାଇ ଦିଆଯାଇଛି । ଜୁନ୍ ୧୪ ରେ ସୁଶାନ୍ତ ଆତ୍ମହତ୍ୟା କରିଥିବା ବେଳେ ମୁମ୍ବାଇ ପୁଲିସ ଏହାର କାରଣ ଖୋଜି ବାହାର କରିପାରି ନାହାନ୍ତି । ଏହା ଏକ ଅପମୃତ୍ୟୁ ମାମଲା ବୋଲି ମୁମ୍ବାଇ ପୁଲିସ କହୁଛି ଓ ସେହି ଦିଗର କାରଣ ଖୋଜା ଚାଲିଛି ।
ସେହିଭଳି, ବିଳମ୍ବରେ ହେଲେ ମଧ୍ୟ ସୁଶାନ୍ତଙ୍କ ବାପା କେ.କେ.ସିଂହ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଙ୍କ ଅନୈତିକ ଓ ଆର୍ଥିକ ଚାପ ରହିଥିବା ସନ୍ଦେହ ଦର୍ଶାଇ ବିହାର ପାଟନା ଥାନରେ ଏତଲା ଦାଏର କରିଛନ୍ତି । ସୁଶାନ୍ତଙ୍କୁ ନିର୍ଯ୍ୟାତନା ଦିଆଯାଇ ହତ୍ୟା କରାଯାଇଥିବା ଓ ପରେ ତାଙ୍କ ମୃତଦେହ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସ ଭବନରେ ଟଙ୍ଗାଇ ଦିଆଯାଇ ଥିବା ମଧ୍ୟ ଏବେ ସନ୍ଦେହ କରାଗଲାଣି । ଏହା ପଛରେ ମୁମ୍ବାଇ under world ର ସଂପୃକ୍ତି କୁ ନେଇ ବିହାର ପୁଲିସ ସନ୍ଦେହ କରୁଛି । ଏଭଳି ଏକ ସ୍ଥିତିରେ ମାମଲାର ତଦନ୍ତ ବିହାର ପୁଲିସ ହିଁ କରିବା ଉଚିତ ବୋଲି ସୁଶାନ୍ତ ଙ୍କ ପରିବାର ଓ ରାଜ୍ୟ ପୁଲିସ ଯୁକ୍ତି କରୁଛନ୍ତି ।
ଏହି ଯୁକ୍ତିକୁ ସାବ୍ୟସ୍ତ କରିବା ସକାଶେ ବିହାର ପୁଲିସ ମୁଖ୍ୟ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ପାଟନା ସିଟି ଏସପି ବିନୟ ତିୱରୀଙ୍କୁ ତାହାର ଦାୟିତ୍ଵ ଦେଇଥିଲେ । ଜୁଲାଇ ୨୭ରେ ବିହାର ପୁଲିସର ଏକ ୪ ଜଣିଆ ତଦନ୍ତକାରୀ ଦଳ ମୁମ୍ବାଇ ଯାଇ ସୁଶାନ୍ତଙ୍କ ପିତା କେ.କେ. ସିଂହଙ୍କ ଏତଲାରେ ମୁଖ୍ୟ ଖଳ ନାୟିକା ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଖୋଜିବା ସହ ମୁମ୍ବାଇ ପୁଲିସର ସହଯୋଗ କାମନା କରିଥିଲେ । ତେବେ, ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାର ମୂଳ ଏତଲା ମୁମ୍ବାଇରେ ହୋଇ ଥିବାରୁ ବିହାର ପୁଲିସ ଏଥିରେ ହସ୍ତକ୍ଷେପ କରିବାର ଯଥାର୍ଥତା ନାହିଁ ଦର୍ଶାଇ ମୁମ୍ବାଇ ପୁଲିସ ସହଯୋଗ କରି ନ ଥିଲେ ।
ଇତିମଧ୍ୟରେ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଭୂମିଗତ ହୋଇ ଆତ୍ମହତ୍ୟା ଘଟଣା ମୁମ୍ବାଇରେ ଘଟି ଥିବାରୁ ବିହାର ପୁଲିସ ସୁଶାନ୍ତଙ୍କ ପିତାଙ୍କ ଏତଲା ଉପରେ କାଯ୍ୟାନୁଷ୍ଠାନ କରିବାର ଅଧିକାର ରଖି ନାହାନ୍ତି, ତେଣୁ ପାଟନା ପୁଲିସ ରେଜିଷ୍ଟ୍ରି କରିଥିବା କେ.କେ.ସିଂହଙ୍କ ଏତଲା ମୁମ୍ବାଇ ପୁଲିସକୁ ତଦନ୍ତ ସକାଶେ ହସ୍ତାନ୍ତର କରିବାକୁ ବିହାର ପୁଲିସକୁ ନିର୍ଦ୍ଦେଶ ଦିଆଯାଉ ଏବଂ ବିହାର ପୁଲିସ ଆଡୁ କାର୍ଯ୍ୟାନୁଷ୍ଠାନ ଭୟ ଥିବାରୁ କୋର୍ଟ ତାଙ୍କୁ ଅନ୍ତଃରୀଣ ସୁରକ୍ଷା ଦିଅନ୍ତୁ ବୋଲି ନିଜ ଓକିଲଙ୍କ ମାଧ୍ୟମରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ।
୫ ତାରିଖ ବୁଧବାର ସୁପ୍ରିମ କୋର୍ଟରେ ରିୟାଙ୍କ ଆବେଦନ୍ ଉପରେ ଶୁଣାଣୀ ଥିବା ବେଳେ ମୁମ୍ବାଇ ପୁଲିସ ରବିବାର ସକାଳେ ସନ୍ଦେହଜନକ ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁଁ ପାଟନାରୁ ମୁମ୍ବାଇ ବିମାନ ବନ୍ଦରରେ ଆସି ପହଞ୍ଚ୍ଥି ଥିବା ପାଟନା ସିଟି ଏସପି ବିନୟ ତିୱାରୀଙ୍କୁ ମୁମ୍ବାଇ Municipal corporation ଅଧିକାରୀଙ୍କ ଜରିଆରେ ସଂଗରୋଧରେ ନେଇ ଗୋରେଗାଁଓରେ ଅଟକ ରଖିଥିଲେ । ମୁମ୍ବାଇ ଆଇପିଏସ୍ ମେସ୍ ରେ ତାଙ୍କୁ ରଖା ଯିବାକୁ ବିହାର ପୁଲିସ DGPଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମୁମ୍ବାଇ ପୁଲିସ ଆଇପିଏସ୍ ତିୱାରୀଙ୍କୁ goregaon ରେ ଅଟକ ରଖିବା ଆଜି ମୁମ୍ବାଇ ପୁଲିସର ହୁଲିଆ ବିଗାଡ଼ି ଦେଇଛି ।
ସରକାରୀ କାର୍ଯ୍ୟରେ ଆସିଥିଆ ଜଣେ ଆଇପିଏସ୍ ଅଧିକାରୀଙ୍କୁ ଏଭଳି ଭାବେ ଯୋର ଜବରଦସ୍ତ କ୍ୱାରେନଟିନ୍ କରାଯିବା ଏକ ଭୁଲ ବାର୍ତ୍ତା ଦେଉଛି ବୋଲି ସୁପ୍ରିମ କୋର୍ଟର ସିଙ୍ଗଲ ବେଞ୍ଚ୍ ବିଚାରପତି ଜଷ୍ଟିସ ହୃଷୀକେଶ ରାୟ ୫ ତାରିଖ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଶୁଣାଣୀ ବେଳେ ମନ୍ତବ୍ୟ ରଖିଛନ୍ତି । ମୁମ୍ବାଇ ପୁଲିସର ଏଭଳି କାର୍ଯ୍ୟକୁ ସେ ନାପସନ୍ଦ କରିଛନ୍ତି । ବିହାରର ଆଇପିଏସ୍ ଅଧିକାରୀ ବିନୟ ତିୱାରୀଙ୍କୁ ମୁମ୍ବାଇରେ ଜବରଦସ୍ତ ସଂଗରୋଧରେ ନିଆ ଯାଇ ଅଟକ ରଖାଯିଵା ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲାର ତଦନ୍ତ ସିବିଆଇ ଦ୍ଵାରା କରାଯିବାକୁ ସେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରି ନିଜ ଦାୟିତ୍ଵ ସମ୍ପାଦନ କରିଛନ୍ତି ।
୫ ତାରିଖ ଦିନ ସୁପ୍ରିମ କୋର୍ଟରେ ରିୟାଙ୍କ ଆବେଦନର ଶୁଣାଣୀ ବେଳେ ଉଭୟ ବିହାର ପୁଲିସ, ମୁମ୍ବାଇ ପୁଲିସ ଓ ସୁଶାନ୍ତ ଙ୍କ ପିତା କେକେ ସିଂହଙ୍କ ଓକିଲଙ୍କ ମଧ୍ୟରେ ଏହି ଆତ୍ମହତ୍ୟା ମାମଲାର jurisdiction o ତଦନ୍ତ ଅଧିକାରକୁ ନେଇ ଟଣାଓଟରା ଚାଲିଥିବା ବେଳେ ସିଙ୍ଗଲ ବେଞ୍ଚ ବିଚାରପତି ଜଷ୍ଟିସ ହୃଷୀକେଶ ରାୟଙ୍କ ସାମ୍ନାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସେଟର ଜେନେରାଲ୍ ତୁଷାର ମେହେଟ୍ଟା କେନ୍ଦ୍ରର ପକ୍ଷ ରଖି ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିଶ କୁ କେନ୍ଦ୍ର ସରକାର ଗ୍ରହଣ କରିଥିବା ସୂଚନା ଦେଇଥିଲେ । ତୁରନ୍ତ ଏସମ୍ପର୍କିତ ନୋଟିଫିକେସନ୍ ପ୍ରକାଶ ପାଇବ ବୋଲି ସେ ଅଦାଲତଙ୍କୁ ସୂଚନା ଦେଇଥିଲେ ।
ବିଚାରପତି ଜଷ୍ଟିସ ରାୟ ଗତକାଲି ରିୟଙ୍କ ଆବେଦନର ଶୁଣାଣି କରିଥିଲେ ମଧ୍ୟ ତାଙ୍କୁ କୌଣସି ଅନ୍ତଃରୀଣ ସୁରକ୍ଷା ଦେବାକୁ ମନା କରିଥିଲେ । ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ସନ୍ଦେହଜନକ ମୋଡରେ ପ୍ରକୃତ ସତ୍ୟ ପଦାକୁ ଆସିବା ଉଚିତ ବୋଲି କୋର୍ଟ ମନ୍ତବ୍ୟ ଦେଇ ମୁମ୍ବାଇ ପୁଲିସ, ବିହାର ପୁଲିସ, ବିହାର ସରକାରଏବଂ ସୁଶାନ୍ତଙ୍କ ପିତା କେ.କେ. ସିଂହ ତିନି ଦିନ ମଧ୍ୟରେ ନିଜ ନିଜ ପକ୍ଷ ଲିଖିତ ଭାବେ ଉପସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ଶୁଣାଣୀ ହେବ ବୋଲି ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ରାୟ ଧାର୍ଯ୍ୟ କରିଛନ୍ତି । କୋର୍ଟଙ୍କ ରାୟ ଉଭୟ ରିୟା ଚକ୍ରବର୍ତ୍ତୀ ଓ ମୁମ୍ବାଇ ପୁଲିସ ପାଇଁ ଝଟ୍କା ହୋଇଛି ।
ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲା ତଦନ୍ତକୁ ନେଇ କେବଳ ବିହାର ଓ ମହାରାଷ୍ଟ୍ର ପୁଲିସ ନୁହଁନ୍ତି, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ଚେତନ ଭଗତଙ୍କ କାହାଣୀ ‘ Two’ States’ ଠାରୁ ଏହା ଅଧିକ ରୋଚକ ନୁହଁ କି ?
ପ୍ରସାଦ ରାଓ
ମୁଖ୍ୟ ସମ୍ପାଦକ
ମୋ ଅନୁଭବ ମିଡ଼ିଆ

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS