ମୃତ୍ତିକା ପ୍ରଦର୍ଶନୀ
୨୦୨୦ ଜାନୁୟାରୀ ଆଦିବାସୀ ମେଳା ପରେ ନଭେମ୍ବର ମୃତ୍ତିକା ପ୍ରଦର୍ଶନୀ ଭୁବନେଶ୍ୱର ୩ ନମ୍ବର ଇଡକୋ ପଡିଆରେ ପ୍ରଥମ ସାର୍ବଜନୀନ ପ୍ରଦର୍ଶନୀ । ନଭେମ୍ବର ୬ରୁ ଆରମ୍ଭ ହୋଇଥିବା ଏହି ମୃତ୍ତିକା ପ୍ରଦର୍ଶନୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । କରୋନା ସଂକ୍ରମଣ ଭୟ ସତ୍ତ୍ୱେ ରାଜଧାନୀ ବାସିନ୍ଦା ରୋକିପାରୁ ନାହାନ୍ତି ନିଜକୁ । କେତେ ଦିନ ବା ରୋକିବେ ? ସାତ ମାସ ଗୃହବନ୍ଦୀ ରହିବା ପରେ ସୁଯୋଗ ମିଳିଛି ଖୋଲା ପ୍ରଦର୍ଶନୀ ପଡ଼ିଆରେ ଟିକେ ଘୁରି ଆସିବାକୁ । ଶନିବାର ଏହି ପ୍ରଦର୍ଶନୀରେ ଭିଡ଼ ନଥିଲା । ପ୍ରଦର୍ଶନୀ ପ୍ରବେଶ ଫାଟକରେ ଥର୍ମାଲ ଚେକିଂ ସହ ସାନିଟାଇଜରରେ ହସ୍ତପ୍ରଖ୍ୟାଳନର ସମସ୍ତ ବ୍ୟବସ୍ଥା ହୋଇଛି । ରାଜ୍ୟର ୨୦ ଜିଲ୍ଲାର ୧୦୦ରୁ ଅଧିକ ମୃତ୍ତିକା ଷ୍ଟଲ ଖୋଲିଥିବା ବେଳେ ୧୪ ତାରିଖ ଦୀପାବଳୀ ପୂର୍ବରୁ ମାଟି ଦୀପର କାରବାର ଉତ୍ସାହଜନକ ରହିବ ବୋଲି କାରୀଗରମାନେ ଆଶା ରଖିଛନ୍ତି। । ଗ୍ରାହକମାନେ ନିଜ ନିଜ ଭିତରେ ନିରାପଦ ଦୂରତା ବଜାୟ ରଖିବା ସକାଶେ ପ୍ରତ୍ୟେକ ଷ୍ଟଲ ସାମନାରେ ଗୋଲେଇ ଚିହ୍ନ ଦିଆଯାଇଥିଲେ ମଧ୍ୟ ମୃତ୍ତିକା ସାମଗ୍ରୀ ଦେଖିବା ଓ କିଣିବା ପାଇଁ ଧସେଇ ପଶିବାର ଅଭ୍ୟାସ ଆମ ଲୋକଙ୍କର ଯାଇନି । ତେଣୁ, ମଝିରେ ମଝିରେ ସିକୁରିଟି କର୍ମଚାରୀ ବାଡି ଧରି ଲୋକଙ୍କୁ ତାଗିଦ କରିବା ଦୃଶ୍ୟ ମଧ୍ୟ ଶନିବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS