ପାସେଞ୍ଜର ବିମାନ ନିର୍ମାଣରେ ଚୀନ୍ ଆଗୁଆ, ଭାରତର କେବେ?
ମିଡ଼ିଆ ଅନୁଭବ ।ା
ବାଙ୍ଗାଲୁର: ଗତ ସପ୍ତାହରେ ଚୀନ ୮୦ ମିନିଟର ଏକ ଫାଷ୍ଟ୍ ଫ୍ଲାଇଟ୍ ନିଜସ୍ୱ ଉଦ୍ୟମରେ ନିର୍ମାଣ କରି ସଫଳତା ପାଇଛିି । ୨୦୦୮ରେ ଏହି ପାସେଞ୍ଜର ବିମାନ ନିର୍ମାଣ ପାଇଁ ଚୀନ ଯୋଜନା କରିଥିଲା । ଭାରତ ୨୦୦୭ରୁ ଏଭଳି ଏକ ପାସେଞ୍ଜର ବିମାନ ନିଜସ୍ୱ ଉଦ୍ୟମରେ ନିର୍ମାଣ କରିବାକୁ ଯୋଜନା କରିଥିଲେ ସୁଦ୍ଧା ତାହା କାଗଜପତ୍ରରେ ସୀମିତ ରହିଥିବା ଦୁଃଖର ବିଷୟ ।
ଚୀନ ନିର୍ମାଣ କରିଥିବା ପାସେଞ୍ଜର ବିମାନ ସି-୯୧୯ ପ୍ରାୟତଃ ଏୟାରବସ୍ ଏ-୩୨୦ ଓ ବୋଇଂ ୭୩୭-୮୦୦ ଆକାରର । ଏଥିରେ ୧୫୮ରୁ ୧୬୮ ଯାତ୍ରୀ ପରିବହନ ସମ୍ଭବ । ଭାରତର କଳ୍ପିତ ପାସେଞ୍ଜର ବିମାନ ଆରଟିଏ (ରିଜିଓନାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ) ଏକସମୟରେ ୫୦ରୁ ୯୦ ଯାତ୍ରୀ ପରିବହନ ପାଇଁ ଡ଼ିଜାଇନ୍ ହୋଇଛି । ନ୍ୟାସନାଲ ଏରୋସ୍ପେସ୍ ଲାବରୋଟୋରିସ୍ (ଏନଏଏଲ) ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ପରିକଳ୍ପତ ବିମାନଟି ୭୦ ସିଟର୍ ବିଶିଷ୍ଟ । ଆଂଚଳିକ କ୍ଷେତ୍ରରେ ଯାତ୍ରୀ ପରିବହନ ପାଇଁ ଏହା ବିଶେଷ ସହାୟକ ହୋଇ ପାରିବ । ଏନଏଏଲ ଏହି ପାସେଞ୍ଜର ବିମାନ (ଆରଟିଏ) ନିର୍ମାଣରେ ପ୍ରମୁଖ ଭୂମିକା ନେଉଛି । ଏଥି ସକାଶେ ନୂଆ କରି ଫିଜିବୁଲିଟି ରିପୋର୍ଟ ଷ୍ଟଡ଼ି ଓ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଡ଼ ଉପରେ ଗୁରୁତ୍ୱ ଦିଆଯାଉଛି । ପାଣ୍ଠି ବିନିଯୋଗ କ୍ଷେତ୍ରରେ ଅଂଶୀଦାର ଚୟନ ସଂପର୍କରେ ଆଲୋଚନା ସାରିଲାଣି । ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ୧୦ ବର୍ଷ ଲାଗିପାରେ ବୋଲି ଏନଏଏଲ ସହ ସଂପୃକ୍ତ କର୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।
ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତ ଫିଜିବୁଲିଟି ଷ୍ଟଡି ରିପୋର୍ଟ ଅନୁସାରେ, ଆସନ୍ତା ୫ରୁ ୧୦ ବର୍ଷ ମଧ୍ୟରେ ଭାରତ ଆଂଚଳିକ ସ୍ତରରେ ଯାତ୍ରୀ ପରିବହନ ସକାଶେ ଏହି ଧରଣର ୧୫୦ରୁ ୨୦୦ ପାସେଞ୍ଜର ବିମାନ ଆବଶ୍ୟକତା କରିବ । ବର୍ତମାନ ଦେଶର ବାୟୁସେନା ବ୍ୟବହାର କରୁଥିବା ପୁରୁଣାକାଳିଆ ଏଏନ୍-୩୨ ବିମାନକୁ ବଦଳାଇ ଘରୋଇ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଆରଟିଏକୁ ବ୍ୟବହାର କରାଯାଇ ପାରିବ । ବିମାନ ବାହିନୀ ଏଏନ୍-୩୨ ବିମାନ ବଦଳାଇବା ୭୦ରୁ ୮୦ ଆରଟିଏ ବିମାନ ଆବଶ୍ୟକ କରିପାରନ୍ତି ।
ଚୀନ ଯେଉଁ ସି-୯୧୯ ପାସେଞ୍ଜର ବିମାନ ନିର୍ମାଣ କରିଛି ତାହାର ନିର୍ମାତା କମର୍ସିଆଲ ଏୟାରକ୍ରାଫ୍ଟ୍ କର୍ପୋରେସନ୍ ଅଫ୍ ଚାଇନା ପକ୍ଷରୁ କୁଯାଇଛି ଯେ, ୨୦୧୫ ନଭେମ୍ବର ୨ ତାରିଖରେ ପ୍ରଥମ ସି-୯୧୯ ବିମାନ କାର୍ଯ୍ୟକ୍ଷମ ହେବା ପରେ ଏହାର ଦକ୍ଷତା ବୋଇଂ ଓ ଏୟାରବସ୍ ସହ ସମାନ ଥିବା ଦେଖି ଦେଖି ତାହା କିଣିବା ପାଇଁ ୨୩ ଗ୍ରାହକ ଆଗ୍ରହ ପ୍ରକାଶ କଲେଣି । ୫୭୦ ସି-୯୧୯ ବିମାନ କିଣିବା ପାଇଁ ଅର୍ଡର ମିଳିଲାଣି । ଭାରତରେ ମଧ୍ୟ ଏହି ବିମାନ ପାଇଁ ବଜାର ରହିଛି ।
ଭାରତରେ ପାସେଞ୍ଜର ବିମାନ ନିର୍ମାଣ ପାଇଁ ୨୦୦୭ରେ ଏନଏଏଲ ଓ ହିନ୍ଦୁସ୍ତାନ ଏରୋନଟିକ୍ସ ସଲିମିଟେଡ୍ (ହାଲ୍) ମଧ୍ୟରେ ଚୁକ୍ତ ସ୍ୱାକ୍ଷର ହୋଇଥିଲା । ଏନଏଏଲ ବିମାନର ଡ଼ିଜାଇନ୍ ଓ ଡ଼େଭଲପମେଂଟ ଦାୟିତ୍ୱ ନେବାକୁ ସ୍ଥିର ହୋଇତିବା ବେଳେ ହାଲ୍ ଏହି ବିମାନର ନିର୍ମାଣ ଦାୟିତ୍ୱ ନେଇ ଥିଲା । ଦେଶ ଭିତରେ ନିର୍ମାଣ ହୋଇପାରୁ ଥିବା ଏଭଳି ଛୋଟ ଧରଣର ବିମାନ କ୍ଷୁଦ୍ର ବିମାନ ଘାଟିରୁ ଉଡାଣ ଭରି ପାରିବ ଏବଂ ଆଖପାଖ ଅଂଚଳକୁ ଯାତ୍ରୀ ପରିବହନ କରିପାରିବ । ଏଥିସକାଶେ ରିଜିଓନାଲ କନେକ୍ଟିଭିଟି ପଲିସିକୁ ରିଭାଇଭ୍ କରିଶ୍କୁ ପଡ଼ିବ । ଏନଏଏଲର ଡ଼ିରେକ୍ଟର ଜିତେନ୍ଦ ଜେ ଯାଦବଙ୍କ କହିବା ଅନୁଯାୟୀ, ଏହି ବିମାନ ନିର୍ମାଣରେ ପାଣ୍ଠି ବିନିଯୋଗ ପାଇଁ ରିସ୍କ-ରିୱାର୍ଡ଼-ସେୟାରିଂ ମଡ଼େଲ ତିନି ମାସ ମଧ୍ୟରେ ପ୍ରସ୍ତୁତି ସରିବ । ରିସ୍କ-ରିୱାର୍ଡ଼-ସେୟାରିଂ ମଡ଼େଲର ଅର୍ଥ ହେଉଛି – ଯେଉଁ କଂପାନୀମାନେ ବିମାନ ନିର୍ମାଣ ପାଇଁ ବୈଷୟିକ ଜ୍ଞାନକୌଶଳ (ଟେକ୍ନୋଲୋଜି) ଏବଂ ଯନ୍ତ୍ରାଂଶ (କମ୍ପୋନାଂଟ) ଯୋଗାଇବେ ସେମାନଙ୍କୁ ଭବିଷ୍ୟତରେ ଏହି ପ୍ରେଜେକ୍ଟ ସଫଳ ହେଲେ ବ୍ୟବସାୟିକ ଉତ୍ପାଦନ ନିମନ୍ତେ ଟେକ୍ନୋଲୋଜି ଓ ଯନ୍ତ୍ରାଂଶ ସେହିମାନଙ୍କ ଠାରୁ ହିଁ କିଣାଯିବ ବୋଲି ପ୍ରତିଶ୍ରୁତି ଦେବାକୁ ପଡିବ । କେନ୍ଦ୍ର ବଜ୍ଞାନ ଓ କାରିଗରୀ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏନଏଏଲର ଡ଼ିରେକ୍ଟର ଶ୍ରୀ ଯାଦବଙ୍କୁ ଭେଟିବା ପରେ କହିଛନ୍ତି ଯେ, ଏହି ଏୟାରକ୍ରାଫ୍ଟକୁ ରିକନ୍ଫିଗର କରାଯାଉଛି । ଏଥିସକାଶେ ରିଜିଓନାଲ ଟା୍ରନ୍ସପୋର୍ଟେସନ୍ ପଲିସିର କାପାସିଟି ବ୍ଲଡ଼ିଂ ଆବଶ୍ୟକତା ରହିଛି । ଏନଏଏଲ ଏହି ପାସେଞ୍ଜର ବିମାନ ନିର୍ମାଣ ସକାଶେ ୨୦୧୫ରେ ୯୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଥିଲା । ଏହି ବିମାନ ପାଇଁ ନେକ୍ସଟ୍ ଜେନେରେସନ୍ ଟର୍ବୋ ପ୍ରପ୍ ଇଂଜିନ ନିର୍ମାଣ କରିବାକୁ ପ୍ରାଟ୍ ଏଣ୍ଡ ହ୍ୱିଟ୍ଲେକୁ ଦାୟିତ୍ୱ ଦିଆଯାଇଛି । ସି-୯୧୯ରେ ଫ୍ରାନ୍ସର ସାଫ୍ରାନ୍ ଓ ୟୁଏସର ଜେନେରାଲ ଇଲେକ୍ଟ୍ରିକ୍ର ଯନ୍ତ୍ରପାତି ବ୍ୟବହାର ହୋଇଥିବା ଟାଇମସ୍ ଅଫ୍ ଇଂଡ଼ିଆ ରିପୋର୍ଟରୁ ଜଣାପଡ଼ିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS