ଭାରତୀୟ ରେସଲର୍ ରବି କୁମାର ଦହିଆ ଟୋକିଓ ଅଲମ୍ପିକ୍ସ୍ ଫାଇନାଲରେ
ନୂଆଦିଲ୍ଲୀ
ଅଗଷ୍ଟ ୦୪
ଟୋକିଓରେ ଚାଲିଥିବା ଅଲମ୍ପିକ୍ସରେ ଭରତୀୟ ରେସଲର୍ ରବି କୁମାର ଦହିୟା ଆଜି ୫୭ କେଜ ବର୍ଗ ସେମିଫାଇନାଲରେ କାଜକାସ୍ଥାନର ନୁରଇସଲାମ୍ ସନ୍ୟାଭେଙ୍କୁ ପରାଜିତ କରି ଫାଇନାଲରେ ପଦାର୍ପଣ କରିଛନ୍ତି । ସୁଶିଲ କୁମାରଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯିଏ କି ରିସଲିଂରେ ଅଲମ୍ପିକ୍ସର ଫାଇନାଲରେ ପହଂଚି ପାରିଛନ୍ତି । ସୁଶିଲ କୁମାର ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ଫାଇନାଲରେ ପହଂଚି ଥିଲେ । ଆସନ୍ତା କାଲି ସେ ଫାଇନାଲରେ ଋଷିଆର ଜାଉର ଉଗୁଏଭଙ୍କୁ ସାମ୍ନା କରିବେ । ଦହିଆ ଯଦି ସ୍ୱର୍ଣ୍ଣ ପଦକ ଜିତନ୍ତି ତେବେ ସେ ଅଭିନବ ବିନ୍ଦ୍ରାଙ୍କ ପରେ ହେବେ ଭାରତର ଦ୍ୱିତୀୟ ବ୍ୟକ୍ତିଗତ ଟୋକିଓ ଅଲମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ହେବେ । ୨୦୦୮ ବେଜିଂ ଅଲମ୍ପିକ୍ସରେ ଅଭିନବ ବିନ୍ଦ୍ରା ବ୍ୟକ୍ତଗତ ସ୍ୱର୍ଣ୍ଣପଦକ ବିଜେତା ହୋଇଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS