ଆସାମ ବକ୍ସର୍ ଲଭଲିନା ବୋର୍ଗୋହିଁ ଟୋକିଓ ଅଲମ୍ପିକ୍ସରେ ମହିଳା ବକ୍ସିଂରେ ବ୍ରୋଂଜ୍ ଜିତିଲେ
ନୂଆଦିଲ୍ଲୀ
ଅଗଷ୍ଟ ୦୪
ଆସାମର ୨୩ ବର୍ଷିୟା ବକ୍ସର୍ ଲଭଲିନା ବୋର୍ଗୋହିଁ ଆଜି ଟୋକିଓ ଅଲମ୍ପିକ୍ସରେ ମହିଳା ୱେଲଟରୱେଟ୍ (୬୯କେଜି) ବର୍ଗ ସେମିଫାଇନାଲରେ ବର୍ତ୍ତମାନର ବିଶ୍ୱ ଚାଂପିଅନ୍ ତଥା ୬୯ କେଜି ବର୍ଗ ଟପ୍ ସିଡ୍ ତୁର୍କୀର ବୁସେଂଜ୍ ସୁର୍ମେନେଲିଙ୍କ ଠାରୁ ୦-୫ରେ ପରାଜିତ ହୋଇ ବ୍ରୋଂଜ୍ ପଦକ ବିଜେତା ହୋଇଛନ୍ତି । ଟୋକିଓର କୋକୁଜିକାନ ଷ୍ଟାଡ଼ିୟମରେ ଆଜିର ସେମିଫାଇନାଲ ପ୍ରତିଯୋଗୀତା ହୋଇଥିଲା । ମଣିପୁରୀ ବକ୍ସିଂରାଣୀ ତଥା ଛଅ ଥର ବିଶ୍ୱବିଜେତା ଏମ.ସି.ମେରୀ-କୋମ୍ (୨୦୧୨ ଲଣ୍ଡନ ଅଲମ୍ପିକ୍ସ) ଓ ବିଜୟେନ୍ଦ୍ର ସିଂହ (୨୦୦୮ ବେଜିଂ ଅଲମ୍ପକ୍ସରେ)ରେ ବ୍ରୋଂଜ୍ ବିଜେତା ହେବା ପରେ ଲଭଲିନା ୨୦୨୧ ଟୋକିଓ ଅଲମ୍ପିକ୍ସରେ ଏହି ଧାରା ବଜାୟ ରଖିଛନ୍ତି । ବୁସେଂଜ୍ ସୁର୍ମେନେଲିଙ୍କୁ ପରାଜିତ କରି ଥିଲେ ସେ ହୋଇଥା’ନ୍ତେ କୌଣସି ଅଲମ୍ପିକ୍ସରେ ଫାଇନାଲରେ ପହଂଚି ଥିବା ପ୍ରଥମ ଭାରତୀୟ ମହିଳା ବକ୍ସର୍ । ପୂର୍ବରୁ ଲଭଲିନା ୬୯ କେଜି ବର୍ଗରେ ପୂର୍ବତନ ବିଶ୍ୱ ଚାଂପିଅନ୍ ଚାଇନିଜ୍ ତାଇପେଇର ଚେନ୍ ନିନ୍-ଚିନଙ୍କୁ କ୍ୱାଟରର୍ଫାଇନାଲରେ ପରାଜିତ କରି ସେମିକୁ ଉନ୍ନିତ ହୋଇଥିଲେ । ଲଭଲିନାଙ୍କ ଏହି ପଦକ ଭାରତର ପଦକ ତାଲିକାରେ ଗୋଟିଏ ପାଦ ଆଗକୁ ଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS