ପାରା-ଆଥେଲେଟ୍ ଦୀପା ମଲ୍ଲିକଙ୍କ ଅବସର ଘୋଷଣା
ଭୁବନେଶ୍ୱର
ମେ’୧୧
ପାରା-ଆଥେଲେଟ୍ ଦୀପା ମଲ୍ଲିକ ଭାରତୀୟ ପାରାଅଲଂପିକ୍ କମିଟିର ସଭାପତି ହୋଇଥିବା ଯୋଗୁଁ ନ୍ୟାସନାଲ ସ୍ପୋର୍ଟସ୍ କୋଡ୍ ଗାଇଡଲାଇନ୍ ମୁତାବକ ପାରା-ଆଥେଲିଟିକ୍ସରୁ ଅବସର ନେଇଛନ୍ତି । ସୋମବାର ଟ୍ୱିଟର୍ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି । ଦୀପା ଗଣମାଧ୍ୟମକୁ କହିଛନ୍ତି, ୨୦୧୯ ସେପ୍ଟେମ୍ବର ୧୬ ତାରିଖ ସେ ପିସିଆଇକୁ ଏହା ଜଣାଇ ଦେଇଥିଲେ ମଧ୍ୟ ନୂଆ କମିଟିକୁ ହାଇକୋର୍ଟଙ୍କ ଅନୁମୋଦନ ଅପେକ୍ଷାରେ ଥିଲେ। ହାଇକୋର୍ଟ ଏବେ ନୂଆ କମିଟିକୁ ଅନୁମୋଦନ ଦେଇ ଥିବାରୁ ସୋମବାର ସେ ତାଙ୍କ ଅବସର ଘୋଷଣା ସଂପର୍କିତ ଚିଠି କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟକୁ ପଠାଇଛନ୍ତି ।
ନ୍ୟାସନାଲ ସ୍ପୋର୍ଟସ୍ କୋଡ଼ ଗାଇଡଲାଇନ୍ ଅନୁସାରେ ଜଣେ ସକ୍ରୀୟ ଖେଳାଳୀ କୌଣସି ଫେଡେରେସନର କର୍ମକର୍ତା ରହି ପାରିବେ ନାହିଁ । ତେଣୁ, ସକ୍ରୀୟ କ୍ରୀଡାରୁ ଅବସର ଘୋଷଣା କରି ସେ ଆଗାମୀ ପିଢି ପାଇଁ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ବର୍ତମାନ ଦେଶରେ ଶିଶୁ ଅବସ୍ଥାରେ ଥିବା ପାରା-ଆଥେଲେଟିକ୍ସର ଉନ୍ନତି ଦିଗରେ ସେ କାର୍ଯ୍ୟ କରିବେ । ୪୯ ବର୍ଷ ବୟସ୍କା ଦୀପା ଦେଶରେ ପାରା-ସ୍ପୋର୍ଟସ୍ ର ଜଣେ ପ୍ରବର୍ତକ ଏବଂ ୨୦୧୯ ଅଗଷ୍ଟ ୨୯ ତାରିଖରେ ତାଙ୍କୁ ଦେଶର କ୍ରୀଡ଼ା ମନ୍ତ୍ରଣାଳୟ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରି ଥିଲେ । ଦୀପା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ପାରା-ଆଥେଲେଟ୍ ଯିଏକି ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ପାରା-ଅଲଂପିକ୍ ପଦକ ଜିତିବାରେ ମଧ୍ୟ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳୀ । ଦୀପା ୫୮ଟି ଜାତୀୟ ଓ ୨୩ଟି ଆନ୍ତର୍ଜାତିକ ଖେଳରୁ ପଦକ ହାସଲ କରିଛନ୍ତି । ତାଙ୍କୁ ପଦ୍ମ ଶ୍ରୀ ସମ୍ମାନ ସହ ଅର୍ଜୁନ ପୁରସ୍କାର ମଧ୍ୟ ମିଳିଛି । ବିଜେତା । ପାରା-ଆଥେଲେଟିକ୍ସରୁ ଅବସର ଘୋଷଣା କରିଥିଲେ ମଧ୍ୟ ତାଙ୍କ ଖେଳାଳୀ ମନୋଭାବର ଅନ୍ତଃ ଘଟି ନାହିଁ । ଆବଶ୍ୟକତା ପଡିଲେ ୨୦୨୨ ଏସିୟ କ୍ରୀଡ଼ା ସମୟରେ ମନ ବଦଳାଇ ସେ ସକ୍ରୀୟ କ୍ରୀଡ଼ାକୁ ଫେରି ପାରନ୍ତି ବୋଲି ଦୀପା କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS