ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ ରାଜୁ ମିଶ୍ର ଆଉ ନାହାନ୍ତି
ପ୍ରସାଦ ରାଓ
ନଭେମ୍ବର, ୦୨
ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ ରାଜୁ ମିଶ୍ରଙ୍କ ଆଜି ୭୨ ବର୍ଷ ବୟସରେ ପରଲୋକ ଘଟିଛି । ଘରେ ଚଉକିରେ ବସି ଥିବା ଅବସ୍ଥାରେ ହୃଦଘାତରେ ତାଙ୍କ ମୃତ୍ୟୁ ଘଟି ଥିବା ମିଶ୍ରଙ୍କ ପତ୍ନୀ ପ୍ରତିମା ମଂଜରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମିଶ୍ର କେବଳ ଓଡ଼ିଆ ଚଳଚ୍ଚତ୍ର ନିର୍ଦେଶକ ନ ଥିଲେ, ସେ ସିନେମାଟୋଗ୍ରାଫର୍ ଓ ଲେଖକ ମଧ୍ୟ ଥିଲେ । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଥିବା ଘରେ ସେ ରହୁଥିଲେ । ନିକଟରେ ତାଙ୍କ ହୃଦ୍ ଅସ୍ତ୍ରୋପଚାର ହୋଇଥିଲା । ତାଙ୍କର ମାଇଲ୍ଡ୍ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା ବୋଲି ମଧ୍ୟ ସୂଚନା ମିଳିଛି । ସେ ଏଫଟିଟିଆଇର ଆଲୁମୁନି ଥିଲେ । ‘ଉଲକା’, ‘ଚକା ଆଖି ସବୁ ଦେଖୁଛି’, ‘ପୁଅ ମୋର କଳା ଠାକୁର’, ‘ସାଗର ଗଂଗା’, ‘ରୂପା ଗାଁର ସୁନା କନିଆ’, ‘ସତ ମିଛ’, ‘ଆସୁଛି ମୋ କାଳିଆ ସୁନା’, ‘ଯୋର୍ ଯାହାର ମୁଲକ ତାଆର’, ‘ଜୀବନ ମୃତ୍ୟୁ’, ‘ହରି ଭାଇ ହାରେନା’, ‘ମମତା ମାଗେ ମୂଲ’, ‘ସିଂହ ବାହିନୀ’, ‘ପଥର ଖସୁଛି ବଡ଼ ଦେଉଳେ’ ଭଳି ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦେଶନା ଦେଇ ସେ ସୁନାମ ଅର୍ଜନ କରିଥିଲେ । ମିଶ୍ର ତାଙ୍କ ଜୀବନ କାଳରେ କେଳୁ ଚରଣ ମହାପାତ୍ର ସମ୍ମାନ ସହ ଜୟଦେବ ପୁରସ୍କାର ମଧ୍ୟ ପାଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS