କଳାହାଣ୍ଡି: ମାଓ ପୋଷ୍ଟରର ଫଟୋ ନେବାକୁ ଯାଇ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ
କଳାହାଣ୍ଡି
ଫେବୃୟାରୀ ୦୫
କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅଂଚଳରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରାଜ୍ୟରେ ଚାଲି ଥିବା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ବର୍ଜନ କରିବାକୁ ଆହ୍ୱାନ ଦେଇ ମାଓବାଦୀ ମୋହନଗିରିର କର୍ଲାଖୁଂଟା ବ୍ରିଜ୍ ନିକଟରେ ପୋଷ୍ଟର ଲାଗାଇ ଥିବା ଖବର ପାଇ ସ୍ଥାନୀୟ ସାମ୍ବାଦିକ ରୋହିତ କୁମାର ବିଶ୍ୱାଳ ସତ୍ୟାସତ୍ୟ ଯାଂଚ କରିବା ସକାଶେ ସକାଳେ ଘଟଣା ସ୍ଥଳକୁ ଯାଇଥିଲେ । ସେ ବ୍ରିଜ୍ ନିକଟରେ ପହଂଚି ମାଓ ପୋଷ୍ଟରର ଫଟୋ ଉଠାଇବା ବେଳେ ସେଠାରେ ବିଛା ଯାଇଥିବା ଲ୍ୟାଣ୍ଡ ମାଇନ୍ ଉପରେ ଅଜାଣତରେ ତାଙ୍କ ପାଦ ପଡି ଯିବାରୁ ବଡ଼ ଧରଣର ବିସ୍ଫୋରଣ ଘଟି ତାଙ୍କ ମୃତ୍ୟୁ ଘଟି ଥିବା ପୁଲିସ ଅନୁମାନ କରୁଛନ୍ତି । ରୋହିତ ସ୍ଥାନୀୟ ସମ୍ବାଦପତ୍ରର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଘର ମଦନପୁର-ରାମପୁର ଥାନା ଅଂଚଳରେ । ବ୍ରିଜ୍ ନିକଟରେ ମାଓବାଦୀ ଏକାଧିକ ଲ୍ୟାଂଡ ମାଇନ୍ ବିଛାଇ ଥିବା ସନ୍ଦେହ କରାଯାଉଛି । ଖବର ପାଇ କାଳାହାଣ୍ଡି ପୁଲିସ ଓ ସିଆରପିଏଫ୍ ଯବାନମାନେ ଘଟଣା ସ୍ଥଳକୁ ଯାଇ ପହଂଚି ତଦନ୍ତ ଆରମ୍ଭ କରଛନ୍ତି । ବ୍ରିଜ୍ ନିକଟରେ ଅଧିକ ସଂଖ୍ୟାରେ ଲ୍ୟାଣ୍ଡ ମାଇନ୍ ବିଛା ଯାଇ ଥିବା ସନ୍ଦେହ କରାଯାଉଥିବା ଦୃଷ୍ଟିରୁ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ପଠା ଯାଇଥିବା ଜଣାପଡିଛି । ଆଜି ସକାଳର ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS