ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଗଲେନି ମୁଖ୍ୟମନ୍ତ୍ରୀ !
ହାଇଦ୍ରାବାଦ
ଫେବୃୟାରୀ ୦୫
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜିର ହାଇଦ୍ରାବାଦ ଗସ୍ତ ଅବସରରେ ମଧ୍ୟ ପ୍ରୋଟୋକଲ ଭଂଗ ହୋଇଛି । ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ତାଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦରକୁ ଯାଇ ନଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସନ୍ଥ ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଏକାଦଶତମ ଶତବାର୍ଷିକୀ ଅବସରରେ ‘ଷ୍ଟାଚ୍ୟୁ ଅଫି ଇକ୍ୱାଲିଟି’ ଦେଶ ଉଦେ୍ଦଶ୍ୟରେ ସମର୍ପଣ କରିବାକୁ ଓ ଇଂଟରନ୍ୟାସନାଲ କ୍ରପ୍ସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଆଇସିଆରଆଇଏସଏଟି)ର ପଚାଶତମ ବାର୍ଷିକୋତ୍ସବର ଶୁଭାରମ୍ଭ କରିବାକୁ ଆଜି ହାଇଦ୍ରାବାଦରେ ପହଂଚି ଥିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ତାଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦରରେ ଉପସ୍ଥିତ ନଥିଲେ । ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରାଓ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ରୀୟ ବଜେଟର ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଆଜିର ଘଟଣାରେ ମୁଖ୍ୟମନ୍ତ୍ରୀ ରାଓଙ୍କ ଆଭିମୁଖ୍ୟକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ଏହା ଲଜ୍ୟାଜନକ ଓ ସମ୍ବିଧାନ ବିରୋଧୀ ବୋଲି ଦଳ କହିଛି । ମୁଖ୍ୟମନ୍ତ୍ରୀ ରାଓ ରିତିମତ ଭାବେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଅବମାନନା କରୁଛନ୍ତି ବୋଲି ମଧ୍ୟ ବିଜେପି ଆଡୁ ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ହାଇଦ୍ରାବଦରେ ପହଂଚିବା ପରେ ବିମାନ ବନ୍ଦରରେ ଉପସ୍ଥିତ ଥିବା ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଧର୍ଯାରାଜନ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.କ୍ରୀଷ୍ଣା ରେଡ଼ୀ ଓ ତେଲେଙ୍ଗାନାର ମନ୍ତ୍ରୀ ତାଲାସାନି ଶ୍ରୀନିବାସ ୟାଦବ ତାଙ୍କୁ ପାଛୋଟି ନେଇ ଥିଲେ । ମୁଖ୍ୟମନ୍ତ୍ରୀ ରାଓ ଅସୁସ୍ଥ ଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦରକୁ ଯାଇ ପାରି ନାହାନ୍ତି । ମନ୍ତ୍ରୀ ତାଲାସାନି ଶ୍ରୀନିବାସ ୟାଦବଙ୍କୁ ସେ ଏହି ଦାୟିତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରରୁ ପାଛୋଟି ଆଣିବା ଓ ଫେରିବା ବେଳେ ବିଦାୟ ଜଣାଇବା ଦାୟିତ୍ୱ ମୁଖ୍ୟମନ୍ତ୍ରୀ ରାଜ୍ୟର ମନ୍ତ୍ରୀ ତାଲାସାନିଙ୍କ ହାତରେ ନ୍ୟସ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କେସିଆରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମ୍ବାଦ ସରବରାହ ସଂସ୍ଥାକୁ କୁହାଯାଇଥିବା ଜଣାପଡିଛି । ଗତ ଜାନୁୟାରୀ ମାସରେ ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ସମୟରେ ଏକାଭଳି ପରିସ୍ଥିତି ଦେଖିବାକୁ ମିଳି ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ପଂଜାବରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚନ୍ନି ତାଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦରକୁ ଯାଇ ନଥିଲେ । ଏଥି ପୂର୍ବରୁ, ପଶ୍ଚିମ ବଂଗରେ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରେଟୋକଲ୍ ଭଂଗ ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟର ମୁଖ୍ୟ ଶାସନ ସଚିବ ବିଳମ୍ବରେ ପହଂଚି ଥିଲେ ଏବଂ ସମୀକ୍ଷା ବୈଠକ ଅଧାରୁ ଅନ୍ୟ କାର୍ଯ୍ୟକ୍ରମ ଥିବା ଦର୍ଶାଇ ବୈଠକ ଛାଡି ପଳାଇ ଥିଲେ । ଏହି ଘଟଣାରେ କେନ୍ଦ୍ର ସରକାର କ୍ଷୋଭ ପ୍ରକାଶ କରିବା ସହ ତକ୍ରାଳୀନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ତଦନ୍ତ ଜାରି ରଖିଛନ୍ତି । ଅଜିର ଘଟଣା ଦେଶରେ ସଂଘୀୟ ବ୍ୟବସ୍ଥାରେ କିଭଳି ଅଧୋଗତି ଘଟିଲାଣି, ତାହାର ଆଉ ଏକ ଉଦାହରଣ ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS