ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟି ଥାନାଧୀକାରୀଙ୍କ ମୃତ୍ୟୁ
ଗାଂଗପୁର (ଗଂଜାମ)
ମାର୍ଚ୍ଚ ୨୫
ଗଂଜାମ ଜିଲ୍ଲା ଗାଂଗପୁର ଥାନା ଭାରପ୍ରପ୍ତ ଅଧିକାରୀ ଦେବ କୁମାର ଗମାଂଗଙ୍କ ଆଜି ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟି ଦୁଃଖଦ ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଆସିକା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ, ହସ୍ପିଟାଲରେ ପହଂଚିଲା ବେଳେକୁ ଗମାଂଗଙ୍କ ମୃତ୍ୟୁ ଘଟି ସାରିଥିବା ଦାୟିତ୍ୱରେ ଥିବା ଡ଼ାକ୍ତର ଘୋଷଣା କରିଥିଲେ । ଚାରି ମାସ ତଳେ ଗମାଂଗ ଗାଂଗପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ । ଗଂଜାମ ପୁଲିସ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଗାଂଗପୁର ଥାନରେ ପହଂଚି ଘଟଣାର ତଦନ୍ତ କରୁଛନ୍ତି । ତେବେ, କେଉଁ ପରିସ୍ଥିତିରେ ଏଭଳି ଏକ ଅଘଟଣ ଘଟିଲା ତୁରନ୍ତ ଜଣାପଡି ନାହିଁ ବୋଲି ଗଂଜାମ ପୁଲିସ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ ଗଣମାଧ୍ୟମକୁ କହିଛନ୍ତି । ଏହି ଘଟଣା ପୁଲିସ କର୍ମଚାରୀ ମହଲରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS