ବିଶ୍ୱ ଆଥେଲେଟିକ୍ସ: ଜାଭଳିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ


ପ୍ରସାଦ ରାଓ
ଜୁଲାଇ ୨୪
ଆମେରିକା ଓରେଗନର ୟୁଗେନେରେ ଚାଲି ଥିବା ବିଶ୍ୱ ଆଥେଲେଟିକ୍ସ ଚଂପିଅନସିପରେ ଜାଭଲିନ୍ ଥ୍ରୋରେ ଭାରତୀୟ ଅଲିଂପିକ୍ସ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ଆଜି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ନୀରଜ ତାଙ୍କ ଚତୁର୍ଥ ଉଦ୍ୟମରେ ୮୮.୧୩ ମିଟର ଦୂରକୁ ଜାଭଲିନ ଫିଙ୍ଗି ରୌପ୍ୟ ପଦକ ବିଜେତା ହୋଇଥିବା ବେଳେ ଗ୍ରେନେଡାର ଆଣ୍ଡରସନ ପିଟର୍ସ ୯୦.୫୪ ମିଟର ଦୂରକୁ ଜାଭଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଚେକ୍ ରିପବ୍ଲିକର ଜାକୁବ ଭାଡଲେଛ ୮୦.୦୯ ମିଟର ଫିଙ୍ଗି କାଂଶ ପଦକ ପାଇଛନ୍ତି । ବିଶ୍ୱ ଆଥେଲେଟିକ୍ସ ଚଂପିଅନସିପରେ ପଦକ ଜିତିବାରେ ନୀରଜ ହେଉଛନ୍ତି ପ୍ରଥମ ଭାରତୀୟ ପୁରୁଷ ଓ ଦ୍ୱିତୀୟ ଭାରତୀୟ ଆଥେଲେଟ୍ । ଏହା ପୂର୍ବରୁ ୨୦୦୩ ବିଶ୍ୱ ଆଥେଲେଟିକ୍ସ ଚଂପିଅନସିପରେ ଦୂର ଡ଼ିଆଁ ବା ଲଂଗ ଜଂପରେ ଭାରତୀୟ ମହିଳା ଆଥେଲେଟ୍ ଅଂଜୁ ବବି ଜର୍ଜ କାଂଶ ପଦକ ବିଜେତା ହୋଇଥିଲେ । ଜାପାନର ଟୋକିଓରେ ଗତ ବର୍ଷ ଅନୁଷ୍ଠିତ ଅଲିଂପିକ୍ସରେ ନୀରଜ ପ୍ରଥମ ଭାରତୀୟ କ୍ରୀଡାବିତ ଭାବେ ଜାଭଲିନ ଥ୍ରୋରେ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ । ଅଲିଂପିକ୍ସ ସ୍ୱର୍ଣ୍ଣ ବିଜେତା ହେବାରେ ନୀରଜ ଥିଲେ ଦ୍ୱିତୀୟ ଭାରତୀୟ । ତାଙ୍କ ପୂର୍ବରୁ ଭାରତୀୟ ସୁଟର୍ ଅଭିନବ ବିନ୍ଦ୍ରା ୨୦୦୮ ବେଜିଂ କ୍ରୀଡ଼ାରେ ବ୍ୟକ୍ତଗତ ଭାବେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS